Wednesday, July 1, 2026 02:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅକଳରେ ‘କାଳିଆ’! ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

by Our Correspondent
02 Jul, 2019- 11:52 PM
in Latest News, News
1 min read
0
ଅକଳରେ ‘କାଳିଆ’! ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ଭୁୁବନେଶ୍ୱର: ନିର୍ବାଚନ ପୂର୍ବରୁ କ୍ଷମତାସୀନ ଦଳ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଭୋଟ ପାଇଁ ଏହାକୁ ଲାଞ୍ଚ ଭାବେ ଗ୍ରହଣ କରାଯିବ ନାହିଁ କାହିଁକି? ଏମିତି ପ୍ରଶ୍ନ ସମ୍ବଳିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କ ସମେତ ୬ଟି ରାଜ୍ୟ ଏବଂ ଭାରତର ମୁଖ୍ୟ ନିର୍ବାଚନ କମିଶନଙ୍କୁ ନୋଟିସ୍ ଜାରି କରିଛନ୍ତି । ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନା କରିଥିବା ଓଡ଼ିଶା ସରକାର ଏହି ତାଲିକାରେ ଅଛନ୍ତି ।
ତେଲେଙ୍ଗାନାର ପେଣ୍ଟାପାଲି ପୁଲାରାଓ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ଭୋଟ ପୂର୍ବରୁ ତେଲେଙ୍ଗାନା ସରକାର କରିଥିବା ରଇତୁବନ୍ଧୁ ଏବଂ ଅନ୍ୟ ଯୋଜନାକୁ ବିରୋଧ କରି ସେ ଏହି ମାମଲା କରିଥିଲେ । ତାଙ୍କର ଯୁକ୍ତି ଥିଲା, ନିର୍ବାଚନ ସମୟରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏହିସବୁ ଯୋଜନା କରାଯାଇଛି । ଜନ ପ୍ରତିନିଧି ଆଇନ ୧୯୫୧ର ଧାରା ୧୨୩-୧ ଅନୁଯାୟୀ ଏହା ଭୋଟରଙ୍କୁ ସିଧାସଳଖ ଲାଞ୍ଚ ବୋଲି ଧରାଯିବ । ତେଣୁ ସେସବୁକୁ ବେଆଇନ ଘୋଷଣା କରିବାକୁ ସେ ଆବେଦନ କରିଥିଲେ । ସୁପ୍ରିମକୋର୍ଟ ଆଜି ଏହି ଆବେଦନର ଶୁଣାଣି କରି ଅନୁରୂପ ଯୋଜନା କରିଥିବା ସବୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅକଲ ଗୁଡ଼ୁମ କରିଦେଇଛନ୍ତି । ତେଲେଙ୍ଗାନା ସମେତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ସରକାର, କେନ୍ଦ୍ର ସରକାର ଏବଂ ମୁଖ୍ୟ ନିର୍ବାଚନ କମିଶନଙ୍କୁ ନୋଟିସ୍ ଜାରି କରିଛନ୍ତି ।
ଗତ ଜାନୁଆରୀ ମାସରେ ଓଡ଼ିଶା ସରକାର ଚାଷୀଙ୍କ ପାଇଁ କାଳିଆ ଯୋଜନା ଆରମ୍ଭ କରିଥିଲେ । ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ବର୍ଷକୁ ୧୦ ହଜାର ଟଙ୍କାର ସହାୟତା ବ୍ୟବସ୍ଥା ଏଥିରେ ରଖାଯାଇଛି । ଓଡ଼ିଶା ସରକାରଙ୍କ ଅନୁକରଣରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା । ସାଢ଼େ ୧୨ କୋଟି ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯିବାର ବ୍ୟବସ୍ଥା କରାଯାଇଛି । ନିର୍ବାଚନ ଅବ୍ୟବହିତ ପୂର୍ବରୁ ଅନ୍ୟ ରାଜ୍ୟ ମଧ୍ୟ ଏଭଳି ଯୋଜନା କରିଥିଲେ ।
ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆଜି ମାମଲାର ଶୁଣାଣି କରି କେନ୍ଦ୍ର ଓ ସଂପୃକ୍ତ ରାଜ୍ୟ ସରକାରମାନଙ୍କୁ ନୋଟିସ୍ ଜାରି କରିଛନ୍ତି । ନିର୍ବାଚନ କମିଶନଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ । ନିର୍ବାଚନ ପରିପ୍ରେକ୍ଷୀରେ ଏହି ଯୋଜନା ଆରମ୍ଭର ସବିଶେଷ ତଥ୍ୟ ସହ କାରଣ ଦର୍ଶାଇବାକୁ ଏଥିରେ କୁହାଯାଇଛି । ନୋଟିସ୍ ର ଉତ୍ତର ପାଇଲା ପରେ ସୁପ୍ରିମକୋର୍ଟ ତାଙ୍କ ରାୟ ଶୁଣାଇବେ ।
Previous Post

ଟାଇମସ୍ ହାଇଅର ଏଜୁକେସନ୍ ୟଙ୍ଗ ୟୁନିଭରସିଟି ରାଙ୍କିଂରେ ‘କିଟ୍’

Next Post

ବିଧାୟକମାନଙ୍କୁ ବ୍ରେକଫାଷ୍ଟ ଖୁଆଇ ଟିଉସନ୍ କଲେ ନବୀନ

Next Post
ବିଧାୟକମାନଙ୍କୁ ବ୍ରେକଫାଷ୍ଟ ଖୁଆଇ ଟିଉସନ୍ କଲେ ନବୀନ

ବିଧାୟକମାନଙ୍କୁ ବ୍ରେକଫାଷ୍ଟ ଖୁଆଇ ଟିଉସନ୍ କଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA