Monday, May 25, 2026 01:19 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅନନ୍ତ ଜେନାଙ୍କ ଉପରେ ବୋମାମାଡ଼

by Our Correspondent
22 Apr, 2019- 01:35 AM
in Latest News, News, Politics
1 min read
0
ଅନନ୍ତ ଜେନାଙ୍କ ଉପରେ ବୋମାମାଡ଼
ଭୁବନେଶ୍ୱର: ଦୁର୍ବୃତ୍ତଙ୍କ ବୋମାମାଡ଼ରେ ଭୁବନେଶ୍ୱର ମଧ୍ୟ ଆସନର ବିଜେଡ଼ି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି । ଅନନ୍ତଙ୍କ ସହଯୋଗୀ ଟିମା ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଦୁର୍ବୃତ୍ତମାନେ ବୋମାମାଡ଼ କରିବା ପରେ ତାଙ୍କୁ ଖଣ୍ଡାରେ ହାଣି ଥିବା ଅଭିଯୋଗ ହୋଇଛି । ଅନନ୍ତଙ୍କ ଉପରେ ଆକ୍ରମଣ ଖବର ପାଇ ତାଙ୍କର ସମର୍ଥକମାନେ କ୍ୟାପିଟାଲ୍ ହସ୍ପିଟାଲ୍ ରେ ରୁଣ୍ଡ ହୋଇଛନ୍ତି ।
ଅନନ୍ତଙ୍କ ଉପରେ ଆକ୍ରମଣ ହେବାର ଦୁଇଘଣ୍ଟା ପୂର୍ବରୁ ତାଙ୍କର ବିଜେପି ପ୍ରତିଦ୍ୱନ୍ଦୀ ଜଗନ୍ନାଥ ପ୍ରଧାନଙ୍କ ଗାଡ଼ି ଉପରେ ବୋମାମାଡ଼ ହୋଇଥିଲା । ଡେଲଟା ଛକ ନିକଟରେ କିଛି ଦୁର୍ବୃତ୍ତ ତାଙ୍କ ଗାଡ଼ି ଉପରକୁ ବୋମା ଫିଙ୍ଗିଥିଲେ । ଏଥିରେ ଜଗନ୍ନାଥଙ୍କ ଦେହରେ ଆଘାତ ଲାଗିଛି । ମଧ୍ୟ ଆସନର ଦୁଇ ପରଷ୍ପର ପ୍ରତିଦ୍ୱନ୍ଦୀଙ୍କ ଉପରେ ଆକ୍ରମଣକୁ ନେଇ ସହରରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି । ଦୁଇପକ୍ଷ ଛକାଛକି ହୋଇ ରହିଥିବାରୁ ଅଶାନ୍ତ ହୋଇପଡ଼ିଛି ଭୁବନେଶ୍ୱର ।

ରବିବାର ରାତି ୧୦ଟା ପାଖାପାଖି ବେଳକୁ ବିଜେଡ଼ି ପ୍ରାର୍ଥୀ ଅନନ୍ତ ଜେନା ତାଙ୍କର ସହଯୋଗୀ ଟିମାଙ୍କୁ ଧରି ଏକ ମାରୁତି ୮୦୦ କାର୍ (ଓଆର ୦୨ ୧୪୦୪)ରେ ଝାରପଡ଼ା ଯାଇଥିଲେ । କେନାଲ ରୋଡ଼ରେ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ଏକ ମଟରସାଇକେଲରେ ଆସି ଗାଡ଼ି ଉପରକୁ ବୋମା ଫିଙ୍ଗିଥିଲେ । ଗାଡ଼ିର ପଛକାଚ ଦେଇ ଗୋଟିଏ ବୋମା ସିଧା ଯାଇ ବାଜିଥିଲା ଅନନ୍ତ ଓ ତାଙ୍କ ସହଯୋଗୀଙ୍କ ଉପରେ । ଏଥିରେ ଅନନ୍ତଙ୍କ ମୁଣ୍ଡପଛ ଗୁରୁତର ଆଘାତ ହୋଇଛି । ସହଯୋଗୀ ଟିମାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଛି । ଅଭିଯୋଗ ଅନୁଯାୟୀ ଦୁର୍ବୃତ୍ତମାନେ ବୋମାମାଡ଼ କରିବା ପରେ ଖଣ୍ଡାରେ ଆକ୍ରମଣ କରିଥିଲେ । ଖଣ୍ଡା ଆକ୍ରମଣରୁ ଅନନ୍ତ ବର୍ତ୍ତି ଯାଇଥିବା ବେଳେ ଟିମାଙ୍କ ଦେହରେ ଶକ୍ତ ଚୋଟ ଲାଗିଛି ।
ସଂଧ୍ୟାରେ ଜଗନ୍ନାଥ ପ୍ରଧାନଙ୍କ ଉପରେ ଆକ୍ରମଣ ଖବର ପାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ କ୍ୟାପିଟାଲ୍ ହସ୍ପିଟାଲ୍ ରେ ପହଞ୍ଚିଥିଲେ । ବିଜେଡ଼ି ଆତଙ୍କରାଜ ଚଳାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଏହି ସବୁ ବୋମାମାଡ଼ ପଛରେ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତ ଥିବା ବିଜେଡ଼ି ପାଲଟା ଅଭିଯୋଗ କରିଛି । ବିଜେଡ଼ିକୁ ବଦନାମ କରିବା ଲକ୍ଷ୍ୟରେ ନିର୍ବାଚନରେ ହିଂସାକାଣ୍ଡ ସୃଷ୍ଟି କରିବାକୁ ଧର୍ମେନ୍ଦ୍ର ପୂର୍ବରୁ ମସୁଧା କରିଥିବା ବିଜେଡ଼ି କହିଛି ।
Previous Post

ନବୀନ ଖୋଲିଦେଲେ ବୈଜୟନ୍ତଙ୍କ ସବୁ ଗୁମର

Next Post

ଗିରଫ ହେଲେ ପ୍ରଦୀପ ମହାରଥୀ

Next Post
ଗିରଫ ହେଲେ ପ୍ରଦୀପ ମହାରଥୀ

ଗିରଫ ହେଲେ ପ୍ରଦୀପ ମହାରଥୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA