Monday, May 25, 2026 12:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନ ଖୋଲିଦେଲେ ବୈଜୟନ୍ତଙ୍କ ସବୁ ଗୁମର

by Our Correspondent
21 Apr, 2019- 11:52 PM
in Latest News, News, Politics
1 min read
0
ନବୀନ ଖୋଲିଦେଲେ ବୈଜୟନ୍ତଙ୍କ ସବୁ ଗୁମର

ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କୁ ନେଇ ତାଙ୍କ ମନରେ ଥିବା କଷ୍ଟ ଓ ଗୁମର ସବୁକୁ ଖୋଲି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାରରେ ବୈଜୟନ୍ତ ତାଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି ବୋଲି ନବୀନ କହିଛନ୍ତି । ତାଙ୍କୁ କ୍ଷମତାରୁ ହଟାଇବା ପାଇଁ ସେ ଷଡ଼ଯନ୍ତ୍ର କରିଥିଲେ ବୋଲି ମଧ୍ୟ ନବୀନ ସ୍ୱୀକାର କରିଛନ୍ତି । ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମନାରେ ନବୀନଙ୍କର ଏଭଳି ଖୁଲାସା ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି କରିଛି ।

ବୈଜୟନ୍ତଙ୍କ ସମ୍ପର୍କରେ ଗୋଟି ଗୋଟି କରି ମନର କଥା ଖୋଲିଛନ୍ତି ନବୀନ ।
ନବୀନ କହିଛନ୍ତି, କେନ୍ଦ୍ରାପଡ଼ା ବିଜୁବାବୁଙ୍କ କର୍ମଭୂମି ଥିଲା । ଜଣେ ଯୁବକ ଭାବରେ ବୈଜୟନ୍ତ ପଣ୍ଡା ଏହାର ସର୍ବାଙ୍ଗୀନ ବିକାଶ କରିପାରିବେ ବୋଲି ମୁଁ ବିଶ୍ୱାସ ରଖିଥିଲି । ମାତ୍ର ସେ କଲେ ନାହିଁ । କେନ୍ଦ୍ରାପଡ଼ାକୁ ରେଳ ସଂଯୋଗ କରିବା ପାଇଁ ମୁଁ କ୍ରମାଗତ ଉଦ୍ୟମ କରୁଥିବା ବେଳେ ବୈଜୟନ୍ତ ନିଜ ସ୍ୱାର୍ଥକୁ ଗୁରୁତ୍ୱ ଦେଉଥିଲେ । ଥରେ ଦିଲ୍ଲୀରେ ଏକ ମିଟିଂରୁ ଫେରୁଥିବା ବେଳେ ପୂର୍ବତନ ରେଳମନ୍ତ୍ରୀ ମତେ ଦେଖି ହସିଲେ ଏବଂ କହିଲେ, ଆପଣ କେନ୍ଦ୍ରାପଡ଼ାର ରେଳ ଲାଇନ କଥା କହୁଛନ୍ତି, କିନ୍ତୁ ଆପଣଙ୍କ କେନ୍ଦ୍ରାପଡ଼ା ଏମପି ତାଙ୍କ ମାଇନିଂ ଇଣ୍ଡଷ୍ଟ୍ରୀକୁ ରେଳ ଯୋଗାଯୋଗ କଥା କହୁଛନ୍ତି । ଏହା ମୋତେ ଦୁଃଖ ଦେଇଥିଲା ।
ତାଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ ବୈଜୟନ୍ତ ଗୁଜବ ପ୍ରଚାର କରିଥିଲେ ବୋଲି କିଛି ଦିନ ତଳେ ଏନଡିଟିଭିକୁ ସାକ୍ଷାତକାର ଦେଇ ନବୀନ କହିଥିଲେ । ଏହାକୁ ଆଉ ଟିକେ ଖୋଲିଦେଇଛନ୍ତି ନବୀନ । କହିଛନ୍ତି, ମୋର ସ୍ୱାସ୍ଥ୍ୟ ଠିକ୍ ନାହିଁ ବୋଲି ବୈଜୟନ୍ତ ୨୦୧୪ ମସିହାରୁ ପ୍ରଚାର ଆରମ୍ଭ କରିଥିଲେ । ଦିଲ୍ଲୀରେ ଅନେକ ବନ୍ଧୁ ଏକଥା ମତେ କହିଛନ୍ତି । ମୋର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ ଥିବା ବେଳେ ବୈଜୟନ୍ତଙ୍କ ଏହି ଗୁଜବ ମୋତେ ବହୁତ ଆଘାତ ଦେଇଥିଲା ।
ବୈଜୟନ୍ତଙ୍କ କ୍ଷମତାଲୋଭ ସମ୍ପର୍କରେ ନବୀନ କହିଛନ୍ତି, ପାର୍ଲିଆମେଣ୍ଟ ଫାଇନାନସ୍ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦବୀ ଚାହୁଁଥିଲେ ବୈଜୟନ୍ତ । ମାତ୍ର ବିଜେଡ଼ିର ସଂଖ୍ୟା ନ ଥିବା କାରଣରୁ ସେ ସମ୍ମତି ଦେଇ ନ ଥିଲେ । ହେଲେ ବୈଜୟନ୍ତ କହିଥିଲେ ଯେ ବିଜେପି ତାଙ୍କୁ ସମର୍ଥନ କରିବ । ତେବେ ବୈଜୟନ୍ତଙ୍କ ବିଭିନ୍ନ ବ୍ୟବସାୟିକ କାରବାର ଥିବାରୁ ସେ ନୈତିକତା ଦୃଷ୍ଟିରୁ ସେଥିରେ ରାଜି ହୋଇ ନଥିଲେ । ଏହା ବୈଜୟନ୍ତଙ୍କୁ ଉତକ୍ଷିପ୍ତ କରିଥିଲା ।
ବୈଜୟନ୍ତ ନିଜର ରାଜନୈତିକ ଉଚ୍ଚାକାଂକ୍ଷା ପାଇଁ ତାଙ୍କୁ ଗାଦିସୀନ କରିବାକୁ ଷଡ଼ଯନ୍ତ୍ର କରିଥିଲେ କି ବୋଲି ପ୍ରଶ୍ନରେ ହଁ କହିଛନ୍ତି ନବୀନ । ସେ କହିଛନ୍ତି, ବୈଜୟନ୍ତଙ୍କର ରାଜନୈତିକ ଉଚ୍ଚକାଂକ୍ଷା ଥିଲା । ସେ ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ । ବିଜେପି ସହ ତାଙ୍କର ଡିଲ୍ ହୋଇଥିଲା । ଏହାକୁ ସେ ସହ୍ୟ କରି ପାରି ନ ଥିଲେ ।
ଏଏନଆଇ ସାକ୍ଷାତକାର ଆସିବା ପୂର୍ବରୁ ରବିବାର ଦିନ ରାଜନଗରରେ ନିର୍ବାଚନ ସଭାରେ ବୈଜୟନ୍ତଙ୍କ ସମ୍ପର୍କରେ ମୁହଁ ଖୋଲିଥିଲେ ନବୀନ । କେନ୍ଦ୍ରାପଡ଼ାର ବିକାଶ ପରିବର୍ତ୍ତେ ସେ କିଭଳି ନିଜ ଶିଳ୍ପସାମ୍ରାଜ୍ୟର ସ୍ୱାର୍ଥ ପାଇଁ ଚିନ୍ତିତ ଥିଲେ ତାହା ଜଣାଇବା ସହ କେନ୍ଦ୍ରାପଡ଼ାବାସୀଙ୍କ ବିଶ୍ୱାସ ସହ ଖେଳିଛନ୍ତି ଏବଂ ବିଜୁବାବୁଙ୍କୁ ଅସମ୍ମାନ କରିଛନ୍ତି ବୋଲି କହିଥିଲେ । କେନ୍ଦ୍ରାପଡ଼ା ବିକାଶର ଦାୟିତ୍ୱ ନିଜ ହାତକୁ ନେବା ସହ ବୈଜୟନ୍ତଙ୍କୁ କେନ୍ଦ୍ରାପଡ଼ାବାସୀ ଜବାବ ଦେବାକୁ ନବୀନ ଆହ୍ୱାନ ଦେଇଥିଲେ ।
ସେପଟେ ନବୀନଙ୍କ ମୁହଁରେ ତାଙ୍କର ଗୁମର ଖୋଲି ଯାଇଥିବାରୁ ବୈଜୟନ୍ତ ଉତକ୍ଷିପ୍ତ ହୋଇପଡ଼ିଛନ୍ତି । ନବୀନଙ୍କ ମନ୍ତବ୍ୟକୁ ପିଲାଳିଆମୀ କହି ଉଡ଼ାଇ ଦେଇଛନ୍ତି ।
Previous Post

ଚାଲିଗଲେ ବେଦପ୍ରକାଶ ଅଗ୍ରୱାଲ୍

Next Post

ଅନନ୍ତ ଜେନାଙ୍କ ଉପରେ ବୋମାମାଡ଼

Next Post
ଅନନ୍ତ ଜେନାଙ୍କ ଉପରେ ବୋମାମାଡ଼

ଅନନ୍ତ ଜେନାଙ୍କ ଉପରେ ବୋମାମାଡ଼

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA