Thursday, April 30, 2026 06:20 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅମାନିଆଙ୍କୁ ଚେତାବନୀ: କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗିଲେ ଗିରଫ

by Our Correspondent
03 May, 2020- 03:20 PM
in Latest News, News
1 min read
0
ଅମାନିଆଙ୍କୁ ଚେତାବନୀ: କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗିଲେ ଗିରଫ

ବିନା ପାସ୍, ଓଭରଲୋଡିଂ ବସ୍ କୁ ପ୍ରବେଶ ମନା

ଭୁୁବନେଶ୍ୱର: ଖଲିକୋଟ ଅଞ୍ଚଳର ଦୁଇଟି କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଶତାଧିକ ପ୍ରବାସୀ ଓଡ଼ିଆ ଚାଲିଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା ବେଳେ କ୍ୱାରେଣ୍ଟାଇନ୍ ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି ରାଜ୍ୟ ସରକାର କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ପ୍ରବାସୀମାନେ କ୍ୱାରେଣ୍ଟାଇନ୍ ରେ ରହିବାକୁ ବାଧ୍ୟ । ନିୟମ ନ ମାନିଲେ ଗିରଫ ହେବେ । ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଆଜି ଏହି ଚେତାବନୀ ଦେଇଛନ୍ତି ।
ଓଡ଼ିଶାର ସାଢ଼େ ଚାରି କୋଟି ଜନତାଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଆମେ କଡ଼ା ପରିଶ୍ରମ କରୁଛୁ । ମାତ୍ର କିଛି ବିଶୃଙ୍ଖଳିତ ଲୋକଙ୍କ ପାଇଁ ଦୁଇ ମାସର ପରିଶ୍ରମ ପାଣିରେ ପଡ଼ିବାକୁ ଦେବୁନୁ ବୋଲି ଶ୍ରୀ ତ୍ରିପାଠୀ ସିଧା ସିଧା ଶୁଣାଇ ଦେଇଛନ୍ତି ।
କେହି କ୍ୱାରେଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ ସେମାନଙ୍କ ପାଇଁ କଠୋର ଦଣ୍ଡବିଧାନ ଘୋଷଣା କରିଛନ୍ତି ।
(୧) ସେମାନଙ୍କୁ ଦୂର ଜାଗା ପଠାଇ ଦିଆଯିବ । ଅନ୍ୟ ଜିଲ୍ଲାର କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହିବେ ।
(୨) ସେମାନଙ୍କର କ୍ୱାରେଣ୍ଟାଇନ୍ ଅବଧି ବଢ଼ାଯିବ ।
(୩) ସେମାନଙ୍କୁ ଗିରଫ କରାଯିବ ।
(୪) ସରକାରଙ୍କଠାରୁ ମିଳିବାକୁ ଥିବା ଆର୍ଥିକ ଅନୁଦାନ ଦିଆଯିବ ନାହିଁ ।
ସରପଞ୍ଚମାନେ କ୍ୱାରେଣ୍ଟାଇନ୍ କେନ୍ଦ୍ରର ଅବସ୍ଥାକୁ ଭଲ ଭାବେ ଅନୁଧ୍ୟାନ କରିବା ସହ କେହି ଯେଭଳି ନିୟମ ଉଲ୍ଲଂଘନ ନ କରନ୍ତି ସେଥିପ୍ରତି କଡ଼ା ନଜର ରଖିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଆବଶ୍ୟକ ପଡ଼ିଲେ ସରପଞ୍ଚମାନେ ଜିଲ୍ଲାପାଳ ଏବଂ ବ୍ଲକ୍ ଅଧିକାରୀମାନଙ୍କ ସହ ସହଯୋଗ ନେବାକୁ ସେ ଅନୁରୋଧ କରିଛନ୍ତି ।
ଖାଲି ସେତିକି ନୁହେଁ, ସରକାରଙ୍କ ବ୍ୟବସ୍ଥା ଭିତରେ ହିଁ ଅନ୍ୟ ରାଜ୍ୟରୁ ପ୍ରବାସୀଙ୍କୁ ଓଡ଼ିଶାକୁ ଫେରିବାକୁ ପଡ଼ିବ । ଓଡ଼ିଶା ସରକାରଙ୍କ ପକ୍ଷରୁ ସେମାନଙ୍କୁ ଫେରାଇ ଆଣିବା ପାଇଁ ଅତ୍ୟନ୍ତ ବ୍ୟବସ୍ଥିତ ଢ଼ଙ୍ଗରେ ସୁବନ୍ଦୋବସ୍ତ କରାଯାଇଛି । ଅନେକ ରାଜ୍ୟରୁ ବସ୍ ଯୋଗେ ପ୍ରବାସୀମାନେ ଆସିବା ଆରମ୍ଭ କରିଛନ୍ତି । ତେବେ କିଛି ଲୋକ ସରକାରଙ୍କ ନିୟମ ଭାଙ୍ଗୁଥିବା ନଜରକୁ ଆସିଛି । ସେମାନେ ବସ୍ ରେ ନିର୍ଦ୍ଧାରିତ ଷ୍ଟିକର୍ ମାରୁନାହାନ୍ତି ଅର୍ଥାତ୍ ବିନା ପାସ୍ ରେ ଆସୁଛନ୍ତି । ରୁଟ୍ ନିୟମ ମାନୁନାହାନ୍ତି । ବସ୍ ରେ ଓଭରଲୋଡିଂ ହୋଇ ଆସୁଛନ୍ତି ।
ମାତ୍ର ନିୟମ ଉଲ୍ଲଂଘନକାରୀ ଏଭଳି ମୁଷ୍ଟିମେୟ ଲୋକଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟଶାସନ ସଚିବ କହିଛନ୍ତି ।
ବିନା ପାସ୍ ରେ ଆସୁଥିବା ବସ୍ ଏବଂ ଓଭରଲୋଡିଂ ବସ୍ କୁ ଓଡ଼ିଶା ସୀମାରେ ପୂରାଇ ଦିଆଯିବ ନାହିଁ । ସେହି ବସ୍ କୁ ସିଜ୍ କରାଯିବ । ନିର୍ଦ୍ଧାରିତ ରୁଟ୍ ରେ ନ ଆସିଲେ ମଧ୍ୟ ପ୍ରବେଶ ପାଇଁ ଅନୁମତି ମିଳିବନି ଏବଂ ବସ୍ ଲାଇସେନ୍ସ ରଦ୍ଦ କରାଯିବ ।
Previous Post

ମାଲ୍ ଅଛି ନା ଖାଲି ଖୋଳ ?

Next Post

ମଦ, କ’ଣ ଅତ୍ୟାବଶ୍ୟକ ସାମଗ୍ରୀ ?

Next Post
ମଦ, କ’ଣ ଅତ୍ୟାବଶ୍ୟକ ସାମଗ୍ରୀ ?

ମଦ, କ’ଣ ଅତ୍ୟାବଶ୍ୟକ ସାମଗ୍ରୀ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA