Thursday, April 30, 2026 08:03 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମାଲ୍ ଅଛି ନା ଖାଲି ଖୋଳ ?

by Our Correspondent
03 May, 2020- 11:02 AM
in Latest News, News
1 min read
0
ମାଲ୍ ଅଛି ନା ଖାଲି ଖୋଳ ?
ଭୁବନେଶ୍ୱର: ସୋମବାର ଖୋଲିବ ମଦ ଦୋକାନ । କରୋନା ଯୋଗୁଁ ସାରା ଦେଶକୁ 3 ପ୍ରକାର ରଙ୍ଗୀନ ଜୋନରେ ବିଭକ୍ତ କରାଯାଇଥିବା ବେଳେ କେବଳ ଗ୍ରୀନ୍ ଜୋନରେ ମଦ ବିକ୍ରି ହେବ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶୁକ୍ରବାର ଅନୁମତି ଦେଇଥିଲେ । ତେବେ ମଦରେ ଏଭଳି ପାତର ଅନ୍ତରକୁ ସହ୍ୟ କରିପାରି ନାହାନ୍ତି ରାଜ୍ୟ ସରକାର ଗୁଡ଼ିକ । ଫଳରେ କେନ୍ଦ୍ର ସରକାର ବାଧ୍ୟ ହୋଇ ସବୁ ଜୋନରେ ମଦ ବିକ୍ରି ପାଇଁ ସାନି ଅନୁମତି ଦେଇଛନ୍ତି । ଗ୍ରୀନ୍ ଏବଂ ଅରେଞ୍ଜ ଜୋନରେ ସ୍ୱାଭାବିକ ଭାବେ ବିକ୍ରି ହେବ ନାଲିପାଣି ।
ରେଡ୍ ଜୋନରେ କେବଳ ଷ୍ଟାଣ୍ଡ ଏଲୋନ୍ ବା ପୃଥକ ଭାବେ ଥିବା ଦୋକାନ ଅର୍ଥାତ୍ ଅଫ୍ ସପ୍ କୁ ହିଁ ଅନୁମତି ମିଳିଛି । କିନ୍ତୁ ରେଡ୍ ଜୋନର କଣ୍ଟେନମେଣ୍ଟ ଜୋନ୍ ପାଇଁ ମଦ ସମ୍ପୂର୍ଣ୍ଣ ନିଷିଦ୍ଧ ରହିଛି । ତେବେ ମଦ ବିକ୍ରି ପୂର୍ବରୁ ଆମ ରାଜ୍ୟରେ ଭିନ୍ନ ଆଭାସ ଦେଖିବାକୁ ମିଳିଛି । ଲୋକଙ୍କ ଜୀବନ ଓ ସାମାଜିକ ଶୃଙ୍ଖଳକୁ ବରବାଦ୍ କରି କୋଟି କୋଟି ଟଙ୍କା ମୁନାଫା କମାଉଥିବା ମଦ ବେପାରୀଙ୍କର ଜ୍ଞାନ ଉଦୟ ହୋଇଛି । ସେମାନଙ୍କର କ୍ଷତି ହେଉ ପଛେ, ସରକାର ଆଉ 15 ଦିନ ମଦ ଦୋକାନ ବନ୍ଦ ରଖନ୍ତୁ ବୋଲି ସେମାନେ ଦାବି କରିଛନ୍ତି । ମଦ୍ୟ ପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ଦୋକାନ ଆଗରେ ବଡ଼ ବଡ଼ ଅକ୍ଷରରେ ଲେଖି ସ୍ଲୋ ପଏଜନ୍ ବିକୁଥିବା ଏ ବେପାରୀମାନେ କେବେ ଠାରୁ ସମାଜର ମଙ୍ଗଳ ଚିନ୍ତା କଲେଣି ?
ମାର୍ଚ୍ଚ 25ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ପର୍ଯ୍ୟାୟ ଲକ୍ ଡାଉନ୍ ଘୋଷଣା କରିବା ପରେ ସାରା ଦେଶରେ ମଦ ଦୋକାନରେ ସଟର୍ ପଡ଼ିଲା । ଗଚ୍ଛିତ ମଦର ପରିମାଣ ହିସାବ କରି ଅବକାରୀ ବିଭାଗ ଦୋକାନରେ ଜଉ ମୁଦ ଲଗାଇଛି । କିନ୍ତୁ ଦୋକାନ ଭିତରେ ଖାଲି ଖୋଳ ଅଛି ସିନା, ମଦ ନାହିଁ । ଲକ୍ ଡାଉନ୍ ସମୟରେ 3-4 ଗୁଣା ଅଧିକ ଦାମରେ ସବୁ ମାଲ୍ ବିକି ଦେଇଛନ୍ତି ବେପାରୀ । ତେଣୁ ବର୍ତ୍ତମାନ ସେମାନଙ୍କ ପାଖରେ ଆଦୌ ଷ୍ଟକ୍ ନଥିବା ବେଳେ ଅସମ୍ଭବ ଭିଡ଼ ହେବା ମଧ୍ୟ ସମ୍ଭାବନା ରହୁଛି । ଯେଉଁଥି ପାଇଁ ସେମାନେ ସମାଜ ମଙ୍ଗଳର ବାହାନା ଆପଣାଇଥିବା କୁହାଯାଉଛି । ସେପଟେ କିଛି ମଦ ବେପାରୀ ଭିନ୍ନ ଯୋଜନାରେ ଅଛନ୍ତି । ଦୁର୍ବୃତ୍ତମାନେ ସେମାନଙ୍କ ଦୋକାନର ପଛ ତାଡ଼ି ସବୁ ମଦ ଚୋରି କରି ନେଇଥିବା, ଥାନାରେ ଏତଲା ଦେବାକୁ  ସେମାନେ ପ୍ରସ୍ତୁତ ହୋଇଗଲେଣି ।
ଲକ୍ ଡାଉନ୍ ବେଳେ ମଦର ବ୍ୟାପକ କଳାବଜାରୀ ନେଇ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଆପତ୍ତି ଉଠାଇଥିଲେ । ସରକାର, ଯଦି କଳାବଜାରୀ ସମ୍ପୂର୍ଣ୍ଣ ରୋକିପାରୁ ନାହାନ୍ତି, ତେବେ ରାଜ୍ୟରେ ମଦ ବିକ୍ରି ନିଷିଦ୍ଧ କରି ଅଯଥା ରାଜସ୍ୱ ନହରାନ୍ତୁ ବୋଲି ତାରା କହିଥିଲେ । ଏପରିକି ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ୍ ଦ୍ୱାରା  ଦୋକାନରେ ଗଚ୍ଛିତ ମଦର ପରିମାଣ ଯାଞ୍ଚ କରାଇବାକୁ ସରକାରଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ । ତାରାଙ୍କ ଅନୁମାନ ଏବେ ସତ ଲାଗୁଥିବା ବେଳେ ମଦ ବେପାରୀଙ୍କ ସମାଜ ମଙ୍ଗଳ ଚିନ୍ତାଧାରା ନିଶ୍ଚିତ ରୂପେ ସନ୍ଦେହରେ ।
(ବରେନ୍ଦ୍ର କୃଷ୍ଣ ସାହୁଙ୍କ ରିପୋର୍ଟ)
Previous Post

ଗଞ୍ଜାମର ସୁରତ ଫେରନ୍ତାଙ୍କୁ କରୋନା

Next Post

ଅମାନିଆଙ୍କୁ ଚେତାବନୀ: କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗିଲେ ଗିରଫ

Next Post
ଅମାନିଆଙ୍କୁ ଚେତାବନୀ: କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗିଲେ ଗିରଫ

ଅମାନିଆଙ୍କୁ ଚେତାବନୀ: କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗିଲେ ଗିରଫ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA