ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାକୁ ଛୁଇଁଛି କରୋନା । ସୁରତରୁ ଫେରିଥିବା ୧୭ ବର୍ଷର ନାବାଳକ ଏବଂ ୨୨ ବର୍ଷର ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କୌଣସି ଲକ୍ଷଣ ନ ଥାଇ ମଧ୍ୟ ଉଭୟଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ପ୍ରଥମ ଥର ପାଇଁ ଗଂଜାମ ଜିଲ୍ଲାକୁ କରୋନା ଛୁଇଁଥିବା ବେଳେ ପ୍ରଥମ ଥର ପାଇଁ ସୁରତ ଫେରନ୍ତାଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି ।
ଝାରସୁଗୁଡ଼ାରୁ ମଧ୍ୟ ଆଉ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣେ ମହିଳା ଏବଂ ତାଙ୍କର ବୟସ ୪୦ ବର୍ଷ । ସେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଇଛି ।
ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୧୬ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା୧୬୦ କୁ ବୃଦ୍ଧି ପାଇଛି ।