ଭୁବନେଶ୍ୱର: କଳିଙ୍ଗା ଘାଟିରେ ପୁଣି ଓଲଟିଛି ସୁରତ୍ ଫେରନ୍ତା ବସ । ଆଜି ପ୍ରାୟ ସାଢ଼େ ୯ଟା ବେଳେ ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ଆଉ ଏକ ବସ୍ ସମାନ ଢ଼ଙ୍ଗରେ କଳିଙ୍ଗା ଘାଟି ପାଶ୍ୱର୍ ଗାର୍ଡୱାଲ୍ ରେ ପିଟି ହେବାରୁ ଓଲଟି ପଡ଼ିଛି । ଗାଡି ଡ୍ରାଇଭରଙ୍କ ସମେତ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି ।
ବସ୍ ରେ ୩ ଜଣ ମହିଳାଙ୍କ ସମେତ ୫୭ ଜଣ ଯାତ୍ରୀ ଥିଲେ । ତେବେ ଦୁର୍ଘଟଣାରେ ବିଶେଷ କ୍ଷୟକ୍ଷତି ହୋଇ ନ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଘାଟି ସମ୍ପର୍କରେ ଡ୍ରାଇଭରଙ୍କ ଅଭିଜ୍ଞତା ନ ଥିବାରୁ ଏହି ଦୁର୍ଘଟଣା ହୋଇଥିବା କୁହାଯାଇଛି ।
ଗତକାଲି ସଂଧ୍ୟାରେ ଏହି କଳିଙ୍ଗା ଘାଟିରେ ପ୍ରବାସୀ ଓଡ଼ିଆଙ୍କୁ ଧରି ଆସୁଥିବା ଏକ ବସ୍ ଓଲଟି ପଡ଼ିବାରୁ ୨ ଜଣଙ୍କ ମୃତୁ୍ୟ ଏବଂ ୪୦ ରୁ ଅଧିକ ଆହତ ହୋଇଥିଲେ । ଆଜି ସକାଳେ ନାଗପୁର-ଅମରାବତୀ ଜାତୀୟ ରାଜପଥରେ ଆଉ ଏକ ସୁରତ ଫେରନ୍ତା ବସ୍ ଓଲଟି ୫ ଜଣ ଆହତ ହୋଇଛନ୍ତି ।
ପୂର୍ବ ରିପୋର୍ଟ ପଢ଼ିବା ପାଇଁ ଏହାକୁ କ୍ଲିକ୍ କରନ୍ତୁ..
ଦୁର୍ଭାଗ୍ୟ ଏମିତି ଆସେ.. ଆଉ ଏକ ସୁରତ୍ ଫେରନ୍ତା ବସ ଓଲଟିଲା