ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ସ୍ୱାଇନ୍ ଫ୍ଲୁ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । ଛାତିରେ କଫ ଜମିବା ସହ ଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବାରୁ ଆଜି ରାତି ୯ଟା ବେଳେ ଦିଲ୍ଲୀ ଏମସ୍ ରେ ଭର୍ତ୍ତି ହୋଇଛନ୍ତି । ଏମସ୍ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ତାଙ୍କର ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଇଛି । ସ୍ୱାଇନ୍ ଫ୍ଲୁ ରେ ଆକ୍ରାନ୍ତ ହୋଇଥିବା କଥା ନିଜେ ଶ୍ରୀ ଶାହା ଟ୍ୱିଟ୍ କରି ଜଣାଇଛନ୍ତି । ଭଗବାନଙ୍କ ଆର୍ଶିବାଦ ଓ ସମସ୍ତଙ୍କ ସଦିଚ୍ଛା ଯୋଗୁଁ ସେ ଶୀଘ୍ର ଆରୋଗ୍ୟ ହୋଇଯିବେ ବୋଲି ଆଶା କରିଛନ୍ତି ।
ଶ୍ରୀ ଶାହା ଅସୁସ୍ଥ ହୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିବାରୁ ତାଙ୍କର ଓଡ଼ିଶା ଗସ୍ତ ବାତିଲ ହୋଇଯାଇଛି । ଆସନ୍ତା ୧୮ ତାରିଖରେ ସେ କଟକ ଆସିବାର କାର୍ଯ୍ୟକ୍ରମ ଥିଲା । ସାଲେପୁରରେ ଏକ ଦଳୀୟ ସମାବେଶରେ ଉଦବୋଧନ ଦେଇଥାଆନ୍ତେ । ମାତ୍ର ଏହା ବାତିଲ ହୋଇଥିବା ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି । ଅମିତ୍ ଶାହାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛି ଦଳ ।