Sunday, May 10, 2026 06:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅମିତ୍ ଶାହାଙ୍କ ପଛରେ କଳାଟଙ୍କାର ଝଡ଼

by Our Correspondent
22 Jun, 2018- 06:59 PM
in Latest News, News
1 min read
0
ଅମିତ୍ ଶାହାଙ୍କ ପଛରେ କଳାଟଙ୍କାର ଝଡ଼
ନୂଆଦିଲ୍ଲୀ: ଆଉ ଏକ ବିବାଦ ଘେରିଛି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହାଙ୍କୁ । ସେ ନିର୍ଦ୍ଦେଶକ ଥିବା ଅହମ୍ମଦାବାଦ ଡିଷ୍ଟ୍ରିକ୍ଟ କୋଅପରେଟିଭ୍ ବ୍ୟାଙ୍କ ବାଟେ ବିପୁଳ କଳାଟଙ୍କା ଧଳା ହୋଇଥିବା ସାମନାକୁ ଆସିଛି । ବିମୁଦ୍ରାକରଣ ଘୋଷଣାର ମାତ୍ର ୫ ଦିନ ମଧ୍ୟରେ ଏହି ବ୍ୟାଙ୍କର ଜମା ହୋଇଥିଲା ୭୪୫ କୋଟିର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ । ଗୋଟେ ଡିଷ୍ଟ୍ରିକ୍ଟ କୋଅପରେଟିଭ୍ ବ୍ୟାଙ୍କରେ ଏତେ ଟଙ୍କାର ଅଚଳ ନୋଟ୍ ଜମା ହେବାର ତଥ୍ୟ ଆରଟିଆଇରେ ଆସିବା ରାଜନୈତିକ ମହଲରେ ଝଡ଼ ସୃଷ୍ଟି କରିଛି । ପୁଅ ଜୟ ଶାହାଙ୍କ ଦେବାଳିଆ କମ୍ପାନୀ ବର୍ଷକରେ ୧୬ ଲକ୍ଷ ପ୍ରତିଶତ ଆୟ ବଢ଼ାଇ ୮୦ କୋଟି ରୋଜଗାର କରିବା ଘଟଣାରେ ଛନ୍ଦି ହୋଇଥିବା ଅମିତ୍ ଶାହାଙ୍କ ପାଇଁ ଏହା ଦ୍ୱିତୀୟ ଝଟକା ଭାବେ ଛିଡ଼ା ହୋଇଛି ।
ମୁମ୍ବାଇର ଆରଟିଆଇ କର୍ମୀ ମନୋରଂଜନ ଏସ. ରାଏ ନାବାର୍ଡ଼ଠାରୁ ବିମୁଦ୍ରାକରଣ ପରବର୍ତ୍ତୀ ବ୍ୟାଙ୍କ ଜମା ଉପରେ ତଥ୍ୟ ମାଗିଥିଲେ । ନାବାର୍ଡର ଚିଫ୍ ଜେନେରାଲ୍ ମ୍ୟାନେଜର ତଥା ଆପେଲେଟ୍ ଅଥରିଟି ଏସ୍. ସରଭନାଭେଲ୍ ଦେଇଥିବା ତଥ୍ୟ ଅନୁଯାୟୀ ଡିଷ୍ଟ୍ରିକ୍ଟ କୋପରେଟିଭ୍ ବ୍ୟାଙ୍କମାନଙ୍କ ମଧ୍ୟରେ ଅହମ୍ମଦାବାଦ ଡିଷ୍ଟ୍ରିକ୍ଟ କୋଅପରେଟିଭ୍ ବ୍ୟାଙ୍କ(ଏଡ଼ିସିବି) ଅଚଳ ଟଙ୍କା ଜମା ଆଣିବାରେ ଶୀର୍ଷରେ ରହିଛି । ୨୦୧୬ ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାର ବିମୁଦ୍ରାକରଣ ଘୋଷଣା କଲେ । ଏହାର ୫ ଦିନ ମଧ୍ୟରେ ଏଡ଼ିସିବିରେ ଜମା ହୋଇଥିଲା ୭୪୫.୫୯ କୋଟିର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ । ଏହି ବ୍ୟାଙ୍କର ନିର୍ଦ୍ଦେଶକ ଅଛନ୍ତି ଅମିତ୍ ଶାହା । ୨୦୦୦ ମସିହାରେ ସେ ଏହି ବ୍ୟାଙ୍କର ଅଧ୍ୟକ୍ଷ ପଦ ମଧ୍ୟ ମଣ୍ଡନ କରିଥିଲେ ।
ଏଡ଼ିସିବି ପଛକୁ ଅଚଳ ଟଙ୍କା ଜମାରେ ଦ୍ୱିତୀୟ ସ୍ଥାନରେ ରହିଛି ରାଜକୋଟ୍ ଡିଷ୍ଟ୍ରିକ୍ଟ କୋଅପରେଟିଭ୍ ବ୍ୟାଙ୍କ । ବିମୁଦ୍ରାକରଣ ଘୋଷଣାର ୫ ଦିନ ମଧ୍ୟରେ ଏହି ବ୍ୟାଙ୍କରେ ୬୯୩.୧୯ କୋଟିର ଅଚଳ ଟଙ୍କା ଜମା ହୋଇଥିଲା । ଏହି ବ୍ୟାଙ୍କର ଅଧ୍ୟକ୍ଷ ଜୟେଶଭାଇ ରାଜଦିୟା ବିଜୟ ରୂପାନୀଙ୍କ ସରକାରର ଜଣେ କ୍ୟାବିନେଟ୍ ମନ୍ତ୍ରୀ । ରାଜକୋଟକୁ ବିଜେପିର ମୁଖ୍ୟ ଶକ୍ତିକେନ୍ଦ୍ର ଗଣାଯାଉଥିବା ବେଳେ ଏଠାକାର ଡିଷ୍ଟ୍ରିକ୍ଟ କୋଅପରେଟିଭ୍ ବ୍ୟାଙ୍କରେ ଏହି କାରବାର ସମସ୍ତଙ୍କୁ ଆଚମ୍ବିତ କରିଛି ।
ଆଶ୍ଚର୍ଯ୍ୟର କଥା, ଅହମ୍ମଦାବାଦ ଓ ରାଜକୋଟ୍ ଡିଷ୍ଟ୍ରିକ୍ଟ କୋଅପରେଟିଭ୍ ବ୍ୟାଙ୍କରେ ଅଚଳ ଟଙ୍କାର ଜମାରାଶି ଗୁଜୁରାଟର ଆପେକ୍ସ ଷ୍ଟେଟ୍ କୋଅପରଟେିଭ୍ ବ୍ୟାଙ୍କଠାରୁ ଯଥେଷ୍ଟ ଅଧିକ । ଷ୍ଟେଟ୍ କୋଅପରଟେିଭ୍ ବ୍ୟାଙ୍କରେ ଅଚଳ ଟଙ୍କାର ଜମାରାଶି ଥିଲା ମାତ୍ର ୧.୧୧ କୋଟି ।
ଆରଟିଆଇରେ ଏହି ତଥ୍ୟ ଆସିଲା ପରେ ରାଜନୈତିକ ମହଲରେ ଉଷ୍ମତା ସୃଷ୍ଟି ହୋଇଛି । ଏହାର ତଦନ୍ତ ଦାବି ପାଇଁ ବିଭିନ୍ନ ମହଲରୁ ସ୍ୱର ଉଠିଛି । ସେପଟେ, କିଛି ଜାତୀୟ ୱେବସାଇଟ୍ ରେ ଏହି ରିପୋର୍ଟ ପ୍ରକାଶ ପାଇଥିଲେ ମଧ୍ୟ କିଛି ସମୟ ପରେ ଉଭାନ୍ ହୋଇଯିବା ପଛରେ ରାଜନୈତିକ ଚାପ ଥିବା ଚର୍ଚ୍ଚା ହେଉଛି ।
Previous Post

ନିର୍ଦ୍ଦେଶକ ଝାଳନାଳ; ବିଜ୍ଞାପନ ବାବଦରେ ଚଳୁ ହେଲା ୧୫ ଲକ୍ଷ

Next Post

ଓଡ଼ିଆ ମିଡ଼ିଆକୁ ବୈଜୟନ୍ତଙ୍କ ଛି

Next Post
ଓଡ଼ିଆ ମିଡ଼ିଆକୁ ବୈଜୟନ୍ତଙ୍କ ଛି

ଓଡ଼ିଆ ମିଡ଼ିଆକୁ ବୈଜୟନ୍ତଙ୍କ ଛି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA