Monday, May 25, 2026 07:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅରୁଣଙ୍କ ଛାଟ: କଲେଜ ପରିଚାଳନାରୁ ହଟିବେ ନେତା

by Our Correspondent
24 Jan, 2020- 12:20 AM
in Latest News, News
1 min read
0
ଅରୁଣଙ୍କ ଛାଟ: କଲେଜ ପରିଚାଳନାରୁ ହଟିବେ ନେତା

ଭୁୁବନେଶ୍ୱର: ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ରାଜନୈତିକ ହସ୍ତକ୍ଷେପରୁ ମୁକ୍ତ ରଖିବାକୁ ବିଭାଗୀୟ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସାହସିକ ପଦକ୍ଷେପ ନେଇଛନ୍ତି । କୌଣସି କଲେଜର ଗଭର୍ଣ୍ଣିଂ ବଡ଼ି ଅର୍ଥାତ୍ ପରିଚାଳନା କମିଟିରେ ସ୍ଥାନୀୟ ବିଧାୟକ ରହିପାରିବେ ନାହିଁ । ଶିକ୍ଷା ଓ ପରିଚାଳନା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଶିକ୍ଷାବିତ୍ ଙ୍କୁ ସେହି ଜାଗା ମିଳିବ । କମିଟିରେ ଅଭିଭାବକ ଓ ପୂରାତନ ଛାତ୍ରଙ୍କୁ ବି ସାମିଲ କରାଯିବ ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର ଏହାର ବିଜ୍ଞପ୍ତି ପ୍ରକାଶ ପାଇବ । ଅରୁଣଙ୍କ ଏହି ନିଷ୍ପତ୍ତି କଲେଜ ପରିଚାଳନାରେ ରାଜନୈତିକ ହସ୍ତକ୍ଷେପ ଓ ନେତାଙ୍କ ପ୍ରାର୍ଦୁଭାବକୁ ରୋକିବାରେ ଅନେକାଂଶରେ ସକ୍ଷମ ହେବ ବୋଲି କୁହାଯାଉଛି ।
ସେହିଭଳି ସରକାରୀ/ ସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକଙ୍କ ଉପରେ ଥିବା ଘରୋଇ ଟିଉସନ୍ କଟକଣାକୁ କଡ଼ାକଡ଼ି କରିଛନ୍ତି ମନ୍ତ୍ରୀ । ଯେଉଁମାନେ ଏହାର ଉଲ୍ଲଂଘନ କରିବେ ସେମାନଙ୍କୁ ଉଚ୍ଚ ଶିକ୍ଷା କୋଡ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି । କୌଣସି ଅଧ୍ୟାପକ ଘରୋଇ ଟିଉସନ୍ ବା କୋଚିଂ ସେଣ୍ଟରରେ ପାଠ ପଢ଼ାଉଥିଲେ ତାଙ୍କ ବିଷୟରେ ଅଭିଭାବକମାନେ ତାଙ୍କୁ ଜଣାଇବାକୁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ ।
ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଭୁବନେଶ୍ୱରଠାରେ ‘ଉଚ୍ଚଶିକ୍ଷାରେ ଅଭିଭାବକଙ୍କ ଭୂମିକା’ ଶୀର୍ଷକରେ ଏକ ଆଲୋଚନାଚକ୍ର ଓ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଅରୁଣ ସାହୁ ତାଙ୍କର ଏହି ନିଷ୍ପତ୍ତି ଜଣାଇଥିଲେ । ବର୍ଷ ବର୍ଷ ଧରି କଲେଜ ପରିଚାଳନା କମିଟିରେ ସ୍ଥାନୀୟ ବିଧାୟକ ସଭାପତି ରହୁଥିବାରୁ ବିଭିନ୍ନ ସମସ୍ୟା ଉପୁଜୁଥିବା ମନ୍ତ୍ରୀ ମାନିଥିଲେ । ଏହା ଉପରେ ରୋକ୍ ଲଗାଇବାକୁ ନିଷ୍ପତ୍ତି ନେଇସାରିଥିବା ଜଣାଇଥିଲେ ।
ସରକାରୀ ଓ ଘରୋଇ କଲେଜ ଶିକ୍ଷକଙ୍କ ପାଇଁ ୭ ଘଣ୍ଟାର ଡ୍ୟୁଟି ସମୟକୁ ବାଧ୍ୟତାମୂଳକ କରିବା ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ୭୫% କରିବା ଭଳି କଠୋର ପଦକ୍ଷେପ ନେଇଥିବା ମନ୍ତ୍ରୀ ଡ. ସାହୁଙ୍କର କଲେଜ ପରିଚାଳନାରୁ ବିଧାୟକଙ୍କୁ ହଟାଇବା ନିଷ୍ପତ୍ତି ଏକ ଉଚିତ୍ ପଦକ୍ଷେପ ବୋଲି କୁହାଯାଉଛି । ଉଚ୍ଚଶିକ୍ଷାରେ ସଂସ୍କାର ଆଣିବାରେ ଏହା ଆହୁରି ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି ।
Previous Post

ଜେଲ୍ ଗଲେ ଅନାମ ନାଏକ

Next Post

ଭାଙ୍ଗିଲା କଲେଜ ଗଭର୍ଣ୍ଣିଂ ବଡି

Next Post
ଭାଙ୍ଗିଲା କଲେଜ ଗଭର୍ଣ୍ଣିଂ ବଡି

ଭାଙ୍ଗିଲା କଲେଜ ଗଭର୍ଣ୍ଣିଂ ବଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA