Thursday, April 30, 2026 01:27 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅରୁଣଙ୍କ ନାଁ ନେଇ ବିଜେପି ଭାଣ୍ଡିଆ

by Our Correspondent
11 Sep, 2017- 11:25 PM
in Latest News, Politics
1 min read
0
ଅରୁଣଙ୍କ ନାଁ ନେଇ ବିଜେପି ଭାଣ୍ଡିଆ
ଭୁବନେଶ୍ୱର: ପଣ୍ଡା ଇନଫ୍ରା ସହ ପୂର୍ବତନ ଆଇନମନ୍ତ୍ରୀ ଅରୁଣ ସାହୁଙ୍କ ବ୍ୟବସାୟିକ ସମ୍ପର୍କ ନେଇ ବିଜେପି ସିଧାସଳଖ ଅଭିଯୋଗ ଆଣିଛି । ବିଧାନସଭା ବାହାରେ ବିଧାୟକ ପ୍ରଦୀପ ପୁରୋହିତ ଅରୁଣଙ୍କ ନାଁ ନେଇ ବର୍ଷିଛନ୍ତି । ପରେ ବିଜେପି ଅଫିସରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପୁରୋହିତ ଓ ମୁଖପାତ୍ର ଗୋଲକ ମହାପାତ୍ର ଅରୁଣ ଓ ବିଜେଡ଼ି ସରକାରଙ୍କ ସାତପୁରୁଷ ଉଦ୍ଧାର କରିଛନ୍ତି । ଆଶ୍ଚର୍ଯ୍ୟର କଥା, ଏତେବଡ଼ ସ୍ପର୍ଶକାତର ପ୍ରସଙ୍ଗରେ ଏହି ଜାତୀୟ ଦଳର ନେତାଙ୍କ ପାଟିରେ କଥା ଥିଲେ ମଧ୍ୟ ପାଖରେ ତଥ୍ୟ, ପ୍ରମାଣ ନାହିଁ । ଶୁଣାଶୁଣିରୁ ଯାହା ପାଇଛନ୍ତି ଗପିଛନ୍ତି ।
ପ୍ରଦୀପ ଓ ଗୋଲକଙ୍କ ଯୁକ୍ତି.. ପଣ୍ଡା ଇନଫ୍ରା ମାଲିକଙ୍କ ସହ ଅରୁଣ ସାହୁ ବୁଲାବୁଲି କରନ୍ତି । ତାଙ୍କ ଘରକୁ ଯାଆସ କରନ୍ତି । ଦୁହିଁଙ୍କ ମିଳାମିଶାକୁ ସେମାନେ ଟିଭିରେ ଦେଖିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସେମାନେ ପୁଣି କହିଥିଲେ କି ଆଉଟଲୁକ୍ ପୁରସ୍କାର ପାଇଲା ପରେ ମୁଖ୍ୟମନ୍ତ୍ରୀଙ୍କୁ ଏୟାରପୋର୍ଟରେ ସମ୍ବର୍ଦ୍ଧନା ବେଳେ ଅରୁଣଙ୍କ ସହ ପଣ୍ଡା ଥିଲେ । ପରେ ଗୋଟିଏ ଗାଡ଼ିରେ ଦୁହେଁ ପୁରୀ ଯାଇଥିଲେ । ଏହି ସମ୍ପର୍କ ଗପି ପଣ୍ଡା ଇନଫ୍ରାରେ ଅରୁଣଙ୍କ ଟଙ୍କା ଲାଗିଥିବା ସେମାନେ ଯୁକ୍ତି ରଖିଥିଲେ । ଅରୁଣ ନିଜ ପ୍ରଭାବ ବଳରେ ଏହି ସଂସ୍ଥାକୁ ସରକାରୀ ଅନୁଗ୍ରହ ଯୋଗାଉଥିଲେ ଏବଂ କମିସନି ପାଉଥିଲେ ବୋଲି ଅଭିଯୋଗ କରିଥିଲେ । ଖାଲି ସେତିକି ନୁହେଁ ଏହି ପଣ୍ଡା ବିଜେଡ଼ିର ସ୍ୱାଭିମାନ ସମାବେଶ ପାଇଁ ୧୦ କୋଟି ଦେଇଥିଲେ । ବିଭିନ୍ନ ସମୟରେ ବିଜେଡ଼ି କାର୍ଯ୍ୟକ୍ରମ ଆୟୋଜନର ପୃଷ୍ଠପୋଷକ ଥିଲେ ବୋଲି ପ୍ରଦୀପ ଓ ଗୋଲକ ଅଭିଯୋଗ ରଖିଥିଲେ ।
ସାମ୍ବାଦିକମାନେ ଏସବୁ ଅଭିଯୋଗର ଭିତ୍ତି ଓ ପ୍ରମାଣ ଚାହିଁବାରୁ ଦୁଇ ବିଜେପି ନେତା ହଡ଼ବଡ଼େଇ ଯାଇଥିଲେ । କହିଥିଲେ, ହଁ ଅରୁଣ-ପଣ୍ଡାଙ୍କ ଫଟୋ ଅଛି । ହେଲେ ଏବେ ପାଖରେ ନାହିଁ । ଆମେ ଯୋଗାଡ଼ କରୁଛୁ । ପରେ ଆପଣଙ୍କୁ ଦେବୁ । ସେହିଭଳି ଅରୁଣଙ୍କ ଟଙ୍କା ଲାଗିଥିବା ନେଇ କୌଣସି ତଥ୍ୟ କିମ୍ବା ବ୍ୟାଙ୍କ ଷ୍ଟେଟମେଣ୍ଟ ଦେଇପାରିବେ କି ବୋଲି ପଚରାଯିବାରୁ, ପରେ ଦେବୁ ବୋଲି ସଫେଇ ଦେଇଥିଲେ । ବିନା ତଥ୍ୟ, ପ୍ରମାଣରେ ଆପଣ କେମିତି ଅରୁଣ ସାହୁଙ୍କ ନାଁ ନେଉଛନ୍ତି ପଚାରିବାରୁ ଦୁହେଁ ହଡ଼ବଡ଼େଇ ଯାଇଥିଲେ । ଅପେକ୍ଷା କରନ୍ତୁ କହି ପ୍ରସଙ୍ଗ ବୁଲାଇଥିଲେ । ରାତିରେ ଟିଭି ଚାନେଲ ବିତର୍କରେ ବସି ପ୍ରଦୀପ ପୁରୋହିତ ସମାନ କଥା ଦୋହରାଇଥିଲେ ମଧ୍ୟ ଅରୁଣଙ୍କ ସହ ପଣ୍ଡାଙ୍କ ବ୍ୟବସାୟିକ ସମ୍ପର୍କର ପ୍ରମାଣ ଦେଇପାରି ନ ଥିଲେ । ବାରମ୍ବାର ଏହି ପ୍ରଶ୍ନରେ ସେ ଛେପ ଢ଼ୋକୁଥିଲେ ।
ସେପଟେ ବିଜେପି ଅଭିଯୋଗକୁ ଅରୁଣ ନିଜେ ଚାଲେଞ୍ଜ କରିଥିବା ବେଳେ ତାଙ୍କ ଦଳର ଅନ୍ୟନେତାମାନେ ବି ଚାଲେଂଜ କରିଛନ୍ତି । ସାହାସ ଥିଲେ ପ୍ରମାଣ ରଖନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି । ଶେଷ ଖବର ଅନୁଯାୟୀ, ପଣ୍ଡା ଇନଫ୍ରା ସହ ଅରୁଣଙ୍କ ବ୍ୟବସାୟିକ ସମ୍ପର୍କର ତଥ୍ୟ ପ୍ରମାଣ ଯୋଗାଡ଼ ପାଇଁ ବିଜେପି ଲାଗିପଡ଼ିଛି ।
Previous Post

ବିଜେପି କାର୍ଯ୍ୟକର୍ତ୍ତାଙ୍କ ‘ଅଚ୍ଛେ ଦିନ୍’

Next Post

ମିିସନ୍ ୧୨୦: ଟିଭି ଡିବେଟ୍ ବି ଫିକ୍ସିଂ !

Next Post
ମିିସନ୍ ୧୨୦: ଟିଭି ଡିବେଟ୍ ବି ଫିକ୍ସିଂ !

ମିିସନ୍ ୧୨୦: ଟିଭି ଡିବେଟ୍ ବି ଫିକ୍ସିଂ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA