Thursday, April 30, 2026 01:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମିିସନ୍ ୧୨୦: ଟିଭି ଡିବେଟ୍ ବି ଫିକ୍ସିଂ !

by Our Correspondent
12 Sep, 2017- 08:38 PM
in Latest News, Politics
1 min read
0
ମିିସନ୍ ୧୨୦: ଟିଭି ଡିବେଟ୍ ବି ଫିକ୍ସିଂ !
ଭୁବନେଶ୍ୱର: ଗୋଟେ ମିଛକଥାକୁ ହଜାର ଥର ଚିଲେଇ କହ । ତାହା ସତ ହୋଇଯିବ । ହିଟଲରଙ୍କ ପ୍ରଚାରମନ୍ତ୍ରୀ ଗୋବେଲସ୍ ଙ୍କ ଏହି ଥିଓରିକୁ ଏବେ ଓଡ଼ିଶାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଜେପି ଆଦରିଛି । ସେଥିପାଇଁ କିଛି ଟିଭି ଚାନେଲକୁ ଆୟୂଧ କରିଛି । ଏହି କାଟାଗୋରିରେ ମନୋଜ ନାୟକଙ୍କ ‘ନିଉଜ୍-୭ ଚାନେଲ୍’ ନିଜର ସର୍ବୋକୃଷ୍ଠ ପ୍ରଦର୍ଶନ କରିଛି । ଗତକାଲି ରାତି ୮ରୁ ୧୦ ପର୍ଯ୍ୟନ୍ତ ଦୀର୍ଘ ଦୁଇଘଣ୍ଟା ଧରି ଟିଭିରେ ବିତର୍କ ଲାଇଭ୍ ସୋ’ ଜରିଆରେ ବିଜେପିର ୧୨୦ ପ୍ଲସ୍ ମିସନ୍ କୁ  ଆଗେଇ ନେଇଛି ।
ସୋଆ ବିଶ୍ୱବିଦ୍ୟାଳୟର ଅଡ଼ିଟୋରିୟମ୍ ହଲ୍ ରେ ଆୟୋଜିତ ହୋଇଥିଲା ଏହି ଲାଇଭ୍ ବିତର୍କ । ବିଷୟବସ୍ତୁ ଥିଲା ‘କେନ୍ଦ୍ରୀୟ ଅନୁଦାନ-ହିସାବ ମାଗୁଛି ଓଡ଼ିଶା’ । ବିଜେଡ଼ି ପକ୍ଷରୁ ପାନେଲ୍ ରେ ଥିଲେ ମୁଖପାତ୍ର ପ୍ରତାପ ଦେବ, ଡକ୍ଟର ସସ୍ମିତ୍ ପାତ୍ର ଓ ସୁଲୋଚନା ଦାସ । ବିଜେପି ପକ୍ଷରୁ ଥିଲେ ଗୋଲକ ମହାପାତ୍ର, ପୃଥ୍ୱୀରାଜ ହରିଚନ୍ଦନ ଓ ଲେଖାଶ୍ରୀ ସାମନ୍ତସିଂହାର । ନିରପେକ୍ଷ ପାନେଲିଷ୍ଟ ଭାବେ ଦିଲ୍ଲୀପ ଶତପଥୀ ଓ ରବି ଦାସ ଯୋଗଦେଇଥିଲେ । ହଲ୍ ରେ ଭରପୂର ଦର୍ଶକଙ୍କୁ ଉପସ୍ଥିତ କରାଯାଇଥିଲା । ଆଶ୍ଚର୍ଯ୍ୟର କଥା, ସବୁ ଦର୍ଶକଙ୍କ ମୁହଁରେ ଥିଲା ବିଜେପି ଓ ଧର୍ମେନ୍ଦ୍ରଙ୍କ ଜୟ ଜୟକାର ଗାନ୍ । ଦର୍ଶକମଣ୍ଡଳୀରେ ଉପସ୍ଥିତ ତଥାକଥିତ ବୁଦ୍ଧିଜୀବୀ ବି ଥିଲେ ବ୍ରାଣ୍ଡେଡ଼୍ ନବୀନ ବିରୋଧୀ ଓ ବିଜେପି ସମର୍ଥକ । ଆମ ପାଖରେ ଯାହା ଖବର, ଏମାନଙ୍କୁ ଯୋଗାଡ଼ କରି ସେଠାକୁ ଗାଡ଼ିରେ ନିଆଯାଇଥିଲା । ଅର୍ଥାତ୍ ସୋ’କୁ ସମ୍ପୂର୍ଣ୍ଣ ଭାବେ ପ୍ରାୟୋଜିତ କରାଯାଇଥିଲା । ବିତର୍କକୁ ସଂଚାଳନ କରୁଥିବା ଆଙ୍କର ବି ବିଜେପି ଲାଇନ୍ ରେ ପ୍ରଶ୍ନ ପଚାରୁଥିଲେ ଏବଂ କେବଳ ବିଜେପି ପାନେଲିଷ୍ଟମାନଙ୍କୁ କହିବାର ସୁଯୋଗ ରଖୁଥିଲେ । ନିଜକୁ ଆଙ୍କର ବୋଲି ଭୁଲିଯିବାକୁ ବୋଧହୁଏ ତାଙ୍କୁ ନିର୍ଦ୍ଦେଶ ଥିଲା ।
ବିତର୍କରେ ବିଜେପି ପାନେଲିଷ୍ଟମାନେ ପ୍ରଥମରୁ ମୂଳ ବିଷୟବସ୍ତୁରୁ ହୁଡ଼ି ପଶିଥିଲେ ଦାନା ମାଝୀ, ଜାପାନୀ ଏନସେଫାଲାଇଟସ୍, ବମିଖାଲ୍ ଓଭରବ୍ରିଜ୍ ଦୁର୍ଘଟଣା ପ୍ରସଙ୍ଗକୁ । ମୁଖ୍ୟମନ୍ତ୍ରୀ ଓଡ଼ିଆ କହି ନ ପାରିବା ଭଳି ଅପ୍ରସଙ୍ଗକୁ ଜବରଦସ୍ତ ପୂରାଇଥିଲେ । ବିଜେଡ଼ି ପାନେଲିଷ୍ଟମାନେ ଏହାର ଜବାବ ରଖିବାକୁ ଉଦ୍ୟମ କରୁଥିଲେ ମଧ୍ୟ ବିଜେପିର ଦୁଇ କୁହାଳିଆ ଗୋଲକ ଓ ଲେଖାଶ୍ରୀ କୁହାଇ ଦେଉ ନ ଥିଲେ । ଲେଖାଶ୍ରୀ ତ ପୂରାପୂରି ଅଣ୍ଟା ଭିଡ଼ି ପକାଇଥିଲେ । ପୃଥ୍ୱୀରାଜ ହରିଚନ୍ଦନ ସଂଯମତା ରଖୁଥିଲେ ମଧ୍ୟ ଗୋଲକ ଓ ଲେଖାଶ୍ରୀ ବାଡ଼ବତା ମାନୁ ନ ଥିଲେ । ବିଜେଡ଼ିକୁ ଅଡୁଆରେ ପକାଇବାକୁ ଆଙ୍କର ବି ବଳ ଲଗାଇଦେଇଥିଲେ । ବାରମ୍ବାର ବିଜେପି ପାନେଲିଷ୍ଟଙ୍କ ହାତକୁ ବଲ୍ ଛାଡୁଥିଲେ । ଦର୍ଶକମଣ୍ଡଳୀରୁ ଯେତେ ପ୍ରଶ୍ନ ଆସୁଥିଲା ସବୁ ନବୀନ ଓ ବିଜେଡ଼ି ବିରୋଧରେ । ତଥାକଥିତ ବୁଦ୍ଧିଜୀବୀଙ୍କ ପ୍ରଶ୍ନ ବି ଥିଲା ବିଜେଡ଼ି ବିରୋଧରେ । ସୋମବାର ସଂଧ୍ୟାରେ ସୋଆର ଅଡ଼ିଟୋରିୟମ୍ ପୂରା ଗେରୁଆ ହୋଇଯାଇଥିଲା ।
ବିଜେଡ଼ି ପାନେଲିଷ୍ଟମାନେ ନିଜ ପକ୍ଷ ରଖିବାକୁ ଉଦ୍ୟମ କରି ବିଜେପିଠାରୁ ହାର୍ ମାନିଯାଇଥିଲେ । ଏମିତିକି ନିରପେକ୍ଷ ପାନେଲିଷ୍ଟ ଦିଲ୍ଲୀପ ଶତପଥୀ ଓ ରବି ଦାସଙ୍କ ଭଳି ବରିଷ୍ଠ ସାମ୍ବାଦିକଙ୍କୁ ବିଜେପି ପାନେଲିଷ୍ଟ ବଡ଼ପାଟିରେ ଛନ୍ଦି ଦେଇଥିଲେ । ସେମାନଙ୍କ ଯୁକ୍ତିକୁ ଶୁଣାଇ ଦିଆଯାଉ ନ ଥିଲା । ପୂରା ସୋ’ କୁ ଆଙ୍କର ଛାଡ଼ିଦେଇଥିଲେ ବିଜେପି ପଟକୁ । ଗୋଲକ, ଲେଖାଶ୍ରୀ ଓ ପ୍ରାୟୋଜିତ ଦର୍ଶକମଣ୍ଡଳୀର ଗର୍ଜନ ଓ ପାଟିତୁଣ୍ଡରେ ସେଠାକାର ପରିବେଶ ରଣକ୍ଷେତ୍ରର ଭ୍ରମ ସୃଷ୍ଟି କରିଥିଲା । ହୋହଲ୍ଲା ଓ ନାରାବାଜି ଭିତରେ ହଜିଯାଇଥିଲା ମୂଳ ପ୍ରସଙ୍ଗ ‘କେନ୍ଦ୍ରୀୟ ଅନୁଦାନ’ । ଘରେ ବସି ଟିଭିରେ ବିତର୍କ ଶୁଣୁଥିବା ଲୋକେ ସେଠାରେ ଯାତ୍ରାପାର୍ଟି ଚାଲୁଥିବା ଦେଖି ଟିଭି ବନ୍ଦ କରିଦେଇଥିଲେ ।
Previous Post

ଅରୁଣଙ୍କ ନାଁ ନେଇ ବିଜେପି ଭାଣ୍ଡିଆ

Next Post

ସାମ୍ବାଦିକଙ୍କ ପାଇଁ ବିଜେପିର ବ୍ଲୁ ହ୍ୱେଲ୍ ପଞ୍ଝା

Next Post
ସାମ୍ବାଦିକଙ୍କ ପାଇଁ ବିଜେପିର ବ୍ଲୁ ହ୍ୱେଲ୍ ପଞ୍ଝା

ସାମ୍ବାଦିକଙ୍କ ପାଇଁ ବିଜେପିର ବ୍ଲୁ ହ୍ୱେଲ୍ ପଞ୍ଝା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA