Thursday, April 30, 2026 01:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେପି କାର୍ଯ୍ୟକର୍ତ୍ତାଙ୍କ ‘ଅଚ୍ଛେ ଦିନ୍’

by Our Correspondent
11 Sep, 2017- 05:40 PM
in Latest News, Politics
1 min read
0
ବିଜେପି କାର୍ଯ୍ୟକର୍ତ୍ତାଙ୍କ ‘ଅଚ୍ଛେ ଦିନ୍’
ଭୁବନେଶ୍ୱର: ଓଡ଼ିଶା ବିଜେପି କାର୍ଯ୍ୟକର୍ତ୍ତାଙ୍କ ପାଖକୁ ଆସିଛି ମୋଦିଙ୍କ ଅଚ୍ଛେ ଦିନ୍ । ଅମିତ୍ ଶାହାଙ୍କ ମିଶନ୍ ୧୨୦ ପ୍ଲସ୍ ଏହି ଅଚ୍ଛେ ଦିନର ସ୍ୱପ୍ନ ସାକାର କରିଛି । ଓଡ଼ିଶାରେ ୩ ଦିନିଆ ଗସ୍ତରୁ ଶାହା ଫେରିଲା ପରେ ୟୁପିରୁ ଆସି ପହଞ୍ଚିଛି ଧଳା ଚକାଚକ୍ ପ୍ରାୟ
୫୦୦ ଟିଭିଏସ୍ ମଟରସାଇକେଲ୍ । ୟୁପି ନମ୍ବର ସବୁଗାଡ଼ିରେ ‘ସିଏମ୍’ ଲେଖାଯାଇଛି । କିଛି ଗାଡ଼ିରେ ‘ଡିଏକ୍ସ’ ଲେଖାଯାଇଛି । ପାର୍ଟି ଅଫିସରେ ଲମ୍ବା ଲାଇନ୍ ଧରିଥିବା ଏହି ବାଇକ୍ ଗୁଡ଼ିକ ମଣ୍ଡଳ କାର୍ଯ୍ୟକର୍ତ୍ତାଙ୍କୁ ଦିଆଯିବ । ମାଗଣା ବାଇକ୍ ଚଢ଼ି ସେମାନେ ଦଳୀୟ ପ୍ରଚାରରେ ବୁଲିବେ । ତେବେ ଏତିକିରେ ସରିବ ନାହିଁ । ଆଉ ତିିନିଟି ପର୍ଯ୍ୟାୟରେ ଦୁଇ ହଜାର ବାଇକ୍ ଆସିବ ବୋଲି ଦଳର ଜଣେ ରାଜ୍ୟ କର୍ମକର୍ତ୍ତାଙ୍କଠାରୁ ସୂଚନା ମିଳିଛି ।
ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳରେ ଉତ୍ସାହିତ ବିଜେପି ନେତୃମଣ୍ଡଳୀ ସେଠାକାର ପ୍ରଚାର ଢ଼ାଞ୍ଚା ଓଡ଼ିଶାରେ ପ୍ରୟୋଗ କରିବାକୁ ଯୋଜନା କରିଛନ୍ତି । ନବୀନ ପଟ୍ଟନାୟକ ଓ ତାଙ୍କ ବିଜେଡ଼ିକୁ ଧରାଶାୟୀ କରିବାର କୌଣସି ସୁଯୋଗ ହାତଛଡ଼ା କରାଯିବନି । ଏଥିରେ ଖର୍ଚ୍ଚର ବାଧକ ରହିବନି । ୧୪୭ ନିର୍ବାଚନମଣ୍ଡଳୀର ପୁରପଲ୍ଲୀରେ ବୁଲିବ ୟୁନିଫର୍ମ ବାଇକ୍ । ମଣ୍ଡଳ କାର୍ଯ୍ୟକର୍ତ୍ତାଙ୍କୁ ବାଇକ୍ ସହ ତେଲ, ଖାଇବାପିଇବା ଖର୍ଚ୍ଚ ଦିଆଯିବ । ଗମାତ୍ ପାଇଁ ଉକ୍ତ ‘ପ୍ୟାକେଜ୍’ରେ ପକେଟ ଖର୍ଚ୍ଚର ବ୍ୟବସ୍ଥା ବି କରାଯାଇଛି ।
ସାରା ରାଜ୍ୟ ପାଇଁ ଏକ ବାଇକ୍ ବଣ୍ଟନର ଦାୟିତ୍ୱ ପଡ଼ିଛି ବିଜେପି ଅଫିସ୍ ବିଅରର୍ କମ୍ ମୁଖପାତ୍ରଙ୍କ ଉପରେ । ଏହି କାର୍ଯ୍ୟ ଗଣମାଧ୍ୟମଠାରୁ ଯଥାସମ୍ଭବ ଗୋପନ ରଖିବାକୁ ଚେଷ୍ଟା କରାଯାଇଛି । ୟୁପି ବାଇକ୍ ଆମଦାନୀ ଖବରପାଇ ଗତକାଲି ରାତିରେ ପାର୍ଟି ଅଫିସକୁ କିଛି ସାମ୍ବାଦିକ ଫଟୋ ଉଠାଇବାକୁ ଯିବା ବେଳେ ମୁଖପାତ୍ର ରାଗି ପାଚି ଲାଲ ପଡ଼ିଯାଇଥିଲେ । ଖବର କେମିତି ଲିକ୍ ହେଲା ବୋଲି ଅଫିସ ତଳିଆ କର୍ମଚାରୀଙ୍କୁ ବହେ ଶୋଧିଥିଲେ ।
ତେବେ ମୁଖପାତ୍ରଙ୍କ ହାତରେ କେବଳ ବାଇକ୍ ବାଣ୍ଟିବାର ଦାୟିତ୍ୱ ରହିଥିବା ବେଳେ ସାମଗ୍ରିକ ଖର୍ଚ୍ଚବାଚ, ଭଲମନ୍ଦ ବୁଝାସୁଝାର ଦାୟିତ୍ୱ ପୂର୍ବଭଳି ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇ ଗୁମାସ୍ତା(ପିପି)ଙ୍କ ହାତରେ ରହିବ । ସେମାନଙ୍କ ବିନା ନିର୍ଦ୍ଦେଶ ଓ ହସ୍ତକ୍ଷେପରେ କୌଣସି କାର୍ଯ୍ୟ ହୋଇପାରିବ ନାହିଁ । ମିଡ଼ିଆ ମ୍ୟାନେଜମେଣ୍ଟଠାରୁ ଆରମ୍ଭ କରି ଦଳର ଯାବତୀୟ କାରବାର ଗୁମାସ୍ତା ହିଁ ବୁଝିବେ । ଖୋଦ୍ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରୁ ଏଭଳି ସାନି ନିର୍ଦ୍ଦେଶ ଆସିଥିବା ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ।
Previous Post

ପଣ୍ଡା ଇନଫ୍ରା ବେପାରରେ ଅରୁଣ ସାହୁ ?

Next Post

ଅରୁଣଙ୍କ ନାଁ ନେଇ ବିଜେପି ଭାଣ୍ଡିଆ

Next Post
ଅରୁଣଙ୍କ ନାଁ ନେଇ ବିଜେପି ଭାଣ୍ଡିଆ

ଅରୁଣଙ୍କ ନାଁ ନେଇ ବିଜେପି ଭାଣ୍ଡିଆ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA