Thursday, April 30, 2026 11:50 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପଣ୍ଡା ଇନଫ୍ରା ବେପାରରେ ଅରୁଣ ସାହୁ ?

by Our Correspondent
11 Sep, 2017- 03:52 PM
in Latest News, Politics
1 min read
1
ପଣ୍ଡା ଇନଫ୍ରା ବେପାରରେ ଅରୁଣ ସାହୁ ?
ଭୁବନେଶ୍ୱର: ମରଣଯନ୍ତା ବିଛାଇଥିବା ବମିଖାଲ ଓଭରବ୍ରିଜ୍ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରା ସହ ପୂର୍ବତନ ଆଇନମନ୍ତ୍ରୀ ଅରୁଣ ସାହୁଙ୍କ ବ୍ୟବସାୟିକ ସମ୍ପର୍କର ଅଭିଯୋଗ ଉଠିଛି । ଏହି ସଂସ୍ଥାରେ ଅରୁଣ ଜଣେ ସ୍ଲିପିଂ ପାର୍ଟନର ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି । ଅରୁଣଙ୍କ ପୃଷ୍ଠପୋଷକତାରେ ପଣ୍ଡା ଇନଫ୍ରା ସଂସ୍ଥା ସମ୍ବଲପୁର, ଜଟଣୀ, ଭୁବନେଶ୍ୱରର ପୋଖରୀପୁଟ, ବମିଖାଲ୍ ଆଦି ବଡ଼ ବଡ଼ ଓଭରବ୍ରିଜ୍ କାମ ହାସଲ କରିଥିବା କୁହାଯାଉଛି । ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ିବା ପରେ ବିରୋଧୀ ଦଳର ଟାର୍ଗେଟ୍ ରେ ପଡ଼ିଛନ୍ତି ଅରୁଣ । ଅରୁଣ ଏହାକୁ ଅସ୍ୱୀକାର କରିଥିଲେ ମଧ୍ୟ ବିରୋଧୀ ଦଳ ଚକ୍ରବ୍ୟୁହରେ ଫସିଛନ୍ତି ସେ ।
ଅନୁସନ୍ଧାନରୁ ଜଣାପଡ଼ିଛି, ପଣ୍ଡା ଇନଫ୍ରା ଗୋଟେ ବିରାଟ ଠକ ସଂସ୍ଥା । ନିମ୍ନମାନର ନିର୍ମାଣ କାମରେ ମାହିର । ଖୋଦ୍ ରାଜ୍ୟ ସରକାରଙ୍କୁ ଏହା ଅଜଣା ନାହିଁ । କାରଣ ଅତୀତରେ ନିମ୍ନମାନର କାମ ପାଇଁ ସଂସ୍ଥା ବ୍ଲାକ୍ ଲିଷ୍ଟେଡ଼ ହୋଇଥିଲା । ପରବର୍ତ୍ତୀ ସମୟରେ ହାଇକୋର୍ଟରୁ କ୍ଲିୟରାନ୍ସ ପାଇଥିଲେ ମଧ୍ୟ ରାଜ୍ୟ ସରକାର ସୁପ୍ରିମକୋର୍ଟରେ କେସ୍ ଲଢ଼ି ନ ଥିଲେ । ପଣ୍ଡା ଇନଫ୍ରା ବିରୋଧରେ ଉପରକୋର୍ଟ ନ ଯିବା ପଛରେ ଅରୁଣ ସାହୁଙ୍କ ଭୂମିକାକୁ ସନ୍ଦେହ କରାଯାଉଛି । ଖାଲି ଅରୁଣ ନୁହଁନ୍ତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କର ମଧ୍ୟ ସେଥିରେ ସହଯୋଗ ରହିଥିବା କୁହାଯାଉଛି । ପଣ୍ଡା ସଂସ୍ଥା ମାଲିକ ଠିକାଦାର ପ୍ରତାପ ପଣ୍ଡା ସହ ଅଶୋକଙ୍କର ବ୍ୟକ୍ତିଗତ ନିବିଡ଼ ସମ୍ପର୍କ ଥିବା ଅଭିଯୋଗ ଉଠିଛି ।
ସୂଚନାଯୋଗ୍ୟ, ପୋଖରୀପୁଟ ଫ୍ଲାଇ ଓଭରବ୍ରିଜ୍ ନିର୍ମାଣ କରୁଛି ପଣ୍ଡା ଇନଫ୍ରା । ୭ ବର୍ଷ ହେଲାଣି କାମ ଚାଲୁଛି, ସରିପାରୁନାହିଁ । କାମର ମାନ ଉପରେ ବାରମ୍ବାର ଅଭିଯୋଗ ହୋଇଆସୁଛି । ଏପଟେ ବମିଖାଲ୍ ଓଭରବ୍ରିଜ୍ ନିର୍ମାଣ ୨୦୧୨ ମାର୍ଚ୍ଚରୁ ଆରମ୍ଭ ହୋଇ ୨୦୧୪ରେ ଶେଷ କରିବାକୁ ଡେଡଲାଇନ୍ ଦିଆଯାଇଥିବା ବେଳେ କାମ ସରିପାରୁନାହିଁ । କାମର ସବ୍ ଷ୍ଟାଣ୍ଡାର୍ଡ ମାନ ନେଇ ସ୍ଥାନୀୟ ଅଞ୍ଚଳବାସୀ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ । ହେଲେ କିଛି ଫଳ ମିଳି ନ ଥିଲା । ଓଲଟି ଚଳିତବର୍ଷ ଡିସେମ୍ବର ସୁଦ୍ଧା କାମ ସାରିବାକୁ ଠିକାଦାର ପଣ୍ଡାକୁ ସାନି ଡେଡଲାଇନ୍ ଦିଆଯାଇଥିଲା । ଜଟଣୀ ଓଭରବ୍ରିଜ୍ ଓ ସମ୍ବଲପୁର ଓଭରବ୍ରିଜ୍ ନିର୍ମାଣରେ ନିମ୍ନମାନର କାମ ନେଇ ସ୍ଥାନୀୟ ବାସିନ୍ଦା ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ ମଧ୍ୟ ସରକାରଙ୍କ ଜୋଇଁପୁଅ ହୋଇଥିଲା ପଣ୍ଡା ।
ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ପୂର୍ତ୍ତ ବିଭାଗର କାମ ଇଏ । ମୁଖ୍ୟମନ୍ତ୍ରୀ ନାଁକୁ ସର୍ବେସର୍ବା ହେଲେ ବିଭାଗରେ ଅଖଣ୍ଡ କ୍ଷମତା ଉପଭୋଗ କରୁଛନ୍ତି ସଚିବ ନଳିନୀ ପ୍ରଧାନ । ନଳିନୀଙ୍କ ସହ ପଣ୍ଡା ଇନଫ୍ରାର ମଧୁର ସମ୍ପର୍କ ନେଇ ବି ଅଭିଯୋଗ ଉଠିଛି । ଓଡ଼ିଶା ଠିକାଦାର ମହାସଂଘ ନଳିନୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଆଗ ତାଙ୍କୁ ଜେଲ୍ ରେ ଠୁଙ୍କିବାକୁ ଅନେକ ଠିକାଦାର ଦାବି କରିଛନ୍ତି । କୁହାଯାଉଛି, ନେତାଙ୍କ ପ୍ରୋତ୍ସାହନ ଓ ସଚିବଙ୍କ ସହଯୋଗ ବଳରେ ପଣ୍ଡା ନିଜର ସାମ୍ରାଜ୍ୟ ତିଆରି କରିଥିଲା । ସଚିବ ଓ କିଛି ଉପରିସ୍ଥ ଅଧିକାରୀ ମାଲେମାଲ୍ ହେଉଥିବା ବେଳେ ତଳିଆ ଇଂଜିନିୟର ଓ କର୍ମଚାରୀ ଛିଟା ପାଉଥିଲେ । ତେଣୁ କାମ ଯେମିତି ଯାଉଛି ଯାଉ ସେଥିପ୍ରତି କାହାରି ନିଘା ନ ଥିଲା । ଯାହାର ଭୟଙ୍କର ପରିଣାମ ଆଜି ଦେଖିବାକୁ ମିଳିଛି । କୁନି ଝିଅ ନିକଟରେ ଗୋଟେ ନିରୀହ ବାପର ଜୀବନ ଚାଲିଯାଇଛି । ବ୍ୟସ୍ତବହୁଳ ଏହି ବମିଖାଲ୍ ରାସ୍ତାରେ ରବିବାର ଦ୍ୱିପହର ନହୋଇ ଅଫିସ୍ ଦିନରେ ଓଭରବ୍ରିଜ୍ ଭୁଷୁଡ଼ିଥିଲେ ଆହୁରି କେତେ ଯେ ଜୀବନ ଯାଇଥାଆନ୍ତା ତାହା ଭାବିହେଉନି ।
Previous Post

ବମିଖାଲ ଓଭରବ୍ରିଜ୍ ଭୁଷଡ଼ିଲା:୧ ମୃତ, ୧୦ ଆହତ

Next Post

ବିଜେପି କାର୍ଯ୍ୟକର୍ତ୍ତାଙ୍କ ‘ଅଚ୍ଛେ ଦିନ୍’

Next Post
ବିଜେପି କାର୍ଯ୍ୟକର୍ତ୍ତାଙ୍କ ‘ଅଚ୍ଛେ ଦିନ୍’

ବିଜେପି କାର୍ଯ୍ୟକର୍ତ୍ତାଙ୍କ ‘ଅଚ୍ଛେ ଦିନ୍’

Comments 1

  1. B Tripathy says:
    9 years ago

    Good investigation.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA