ଭୁବନେଶ୍ୱର: ଆଇପିଏସ୍ ଅଫିସର ସ୍ତରରେ ରାଜ୍ୟ ସରକାର ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ମୋଟ ୩୬ ଜଣ ଆଇପିଏସ୍ ଙ୍କର ବଦଳି ହୋଇଛି । ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ତଥା ଅତିରିକ୍ତ ଡିଜି ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡ଼େମୀର ନିର୍ଦ୍ଦେଶକ ତଥା ଅତିରିକ୍ତ ଡିଜି, ତାଲିମ ଦାୟିତ୍ୱ ଦିଆଯାଇଛି । ଇଓଡବ୍ଲୁ ଆଇଜି ଆର.କେ.ଶର୍ମାଙ୍କୁ ଶ୍ରୀ ଷଡ଼ଙ୍ଗୀଙ୍କ ଦାୟିତ୍ୱ ମିଳିଛି । ସେ ଗୁଇନ୍ଦା ବିଭାଗର ଆଇଜି-କମ୍- ଅତିରିକ୍ତ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ । ଭଦ୍ରକ ଏସପି ଅନୁପ ସାହୁଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତି ଦିଆଯାଇଛି । ପଦୋନ୍ନତି ପାଇଥିବା ଭୁବନେଶ୍ୱର ଡିସିପି ଥିବା ସତ୍ୟବ୍ରତ ଭୋଇଙ୍କୁ ଉତ୍ତରାଞ୍ଚଳ ଡିଆଇଜି ଭାବେ ନିଯୁକ୍ତି ମିଳିଛି । ବିଜେପୁର ଉପନିର୍ବାଚନ ବେଳେ ଜଗତସିଂହପୁରରୁ ବରଗଡ଼ ଏସପି ଭାବେ ବଦଳି ହୋଇଥିବା ଜୟ ନାରାୟଣ ପଙ୍କଜଙ୍କୁ ତାଙ୍କ ପୂର୍ବ ସ୍ଥାନକୁ ଫେରାଇ ଅଣାଯାଇଛି । ପଦୋନ୍ନତି ପାଇଥିବା ଗଂଜାମ ଏସପି ଆଶିଷ ସିଂଙ୍କୁ ସେହି ଗଂଜାମ ଦାୟିତ୍ୱ ଦିଆଯାଇଛି । ତାଙ୍କୁ ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି ।
କିଏ କେଉଁ ଜାଗାକୁ ଗଲେ
ଏମ୍.କେ.ଛାବ୍ରା- ଅତିରିକ୍ତ ଡିଜିପି,ଏସଏପି
ଶ୍ରୀମତୀ ବି.ରାଧିକା-ଅତିରିକ୍ତ ଡିଜିପି(ରାଜ୍ୟ ପୁଲିସ ମୁଖ୍ୟାଳୟ)
ଅରୁଣ କୁମାର ଷଡ଼ଙ୍ଗୀ- ଅତିରିକ୍ତ ଡିଜି/ନିର୍ଦ୍ଦେଶକ ରାଜ୍ୟ ପୁଲିସ ଏକାଡେମୀ, ତାଲିମ
ଏସ.କେ.ନାଥ-ଏଡିଜିପି ଏବଂ ନିର୍ଦ୍ଦେଶକ ଏସଏଫଏସଏଲ୍
ବିନୟତୋଷ ମିଶ୍ର-ଏଡ଼ିଜିପି, ଆଧୁନିକୀକରଣ
ଆର.ପି.କୋଚେ-ଏଡ଼ିଜିପି, ଅପରେସନ୍
ଆର.କେ.ଶର୍ମା-ଅତିରିକ୍ତ ନିର୍ଦ୍ଦେଶକ ଏବଂ ଆଇଜି, ଗୁଇନ୍ଦା
ପି.ଏସ୍.ରଣପିସେ- ଆଇଜି, ପର୍ସୋନେଲ୍
ଅରୁଣ ବୋଥ୍ରା- ଆଇଜି, କ୍ରାଇମବ୍ରାଞ୍ଚ ଓ ସିଆଇଡ଼ି
ସଞ୍ଜୟ କୁମାର ସିଂ- ଅତିରିକ୍ତ ପୁଲିସ କମିଶନର, ଭୁବନେଶ୍ୱର-କଟକ
ଘନଶ୍ୟାମ ଉପାଧ୍ୟାୟ- ଆଇଜି, ଏନସିଆର,ତାଳଚେର
ଯତୀନ୍ଦ୍ର କୋଏଲ୍-ଆଇଜି, ଭିଜିଲାନସ୍
ଏ.ଏନ୍.ସିହ୍ନା-ଡିଆଇଜି, ପୂର୍ବାଞ୍ଚଳ ରେଞ୍ଜ,ବାଲେଶ୍ୱର
ଏନ.କେ.କାନୋଡ଼ିଆ- ଡିଆଇଜି, ଇଓଡବ୍ଲୁ
ଦୀପ୍ତେଶ କୁମାର ପଟ୍ଟନାୟକ-ଡିଆଇଜି,ଏସସି ଏବଂ ଏସଟି ସେଲ୍, ଏଆରପିସି
ଆଶିଷ କୁମାର ସିଂ-ଡିଆଇଜି, ଦକ୍ଷିଣାଞ୍ଚଳ
ସତ୍ୟବ୍ରତ ଭୋଇ-ଡିଆଇଜି, ଉତ୍ତରାଞ୍ଚଳ
ଜୟନାରାୟଣ ପଙ୍କଜ-ଏସପି, ଜଗତସିଂହପୁର
ଅନିରୁଦ୍ଧ କୁମାର ସିଂ-କମାଣ୍ଡାଣ୍ଟ, ଏସଓଜି, ଚନ୍ଦକା
ଅନୁପ କୁମାର ସାହୁ-ଡିସିପି, ଭୁବନେଶ୍ୱର
ଅବିନାଶ କୁମାର-ଏସପି,ମୟୁରଭଞ୍ଜ
ନୀତି ଶେଖର-ଏସପି,ସିଆଇଡ଼ି, କ୍ରାଇମବ୍ରାଞ୍ଚ
ବି୍ରଜେଶ କୁମାର ରାଏ-ଏସପି,ଗଞ୍ଜାମ
ମିତ୍ରଭାନୁ ମହାପାତ୍ର-ଏସପି, ଅନୁଗୁଳ
ପିନାକ ମିଶ୍ର-ଏସପି, ବ୍ରହ୍ମପୁର
ବି.ଯୁଗଳ କିଶୋର କୁମାର-ଏସପି,ବାଲେଶ୍ୱର
ବି.ଗଙ୍ଗାଧର-ଏସପି,ଭଦ୍ରକ
ଶ୍ରୀମତୀ ଅନୁପମା ଜେମସ୍-ଏସପି,ଦେଓଗଡ଼
ମୁକେଶ କୁମାର ଭାମୁ-ଏସପି,ବରଗଡ଼
ଶ୍ରୀମତୀ ସୌମ୍ୟା ମିଶ୍ର-ଏସପି,ସୁନ୍ଦରଗଡ଼
ବିବେକାନନ୍ଦ ଶର୍ମା-ଏସପି, ନବରଙ୍ଗପୁର
ପ୍ରତୀକ ସିଂ-ଏସପି,କନ୍ଧମାଳ
କାର୍ତ୍ତିକେଶ୍ୱର ସାମଲ-ଏସପି,ସ୍ପେଶାଲ୍ ବ୍ରାଞ୍ଚ(ଇନଚାର୍ଜ)
ସନ୍ତୋଷ କୁମାର ନାଏକ-ଏସପି,ଢ଼େଙ୍କାନାଳ(ଇନଚାର୍ଜ)
ବି.କେ.ପାଣିଗ୍ରାହୀ-ଏଆଇଜି, ରାଜ୍ୟ ପୁଲିସ ମୁଖ୍ୟାଳୟ
ପ୍ରାଣଧନ ମହାପାତ୍ର,ଡିଜିପି(ଇନଚାର୍ଜ), କମିଶନରେଟ୍ ପୁଲିସ