Thursday, April 16, 2026 09:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଅର୍ଥତତ୍ତ୍ୱ ଭିଣୋଇ ପ୍ରେମରେ ସଞ୍ଜୟ !

by Our Correspondent
07 Apr, 2016- 12:32 PM
in News
1 min read
0
ଅର୍ଥତତ୍ତ୍ୱ ଭିଣୋଇ ପ୍ରେମରେ ସଞ୍ଜୟ !

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମନୋଜ କୁମାର ବେହେରା ଅନେକ ବର୍ଷରୁ ପୁରୀରେ ଇନ୍ସପେକ୍ଟର ଭାବେ ଅବସ୍ଥାପିତ । ଏହା ଭିତରେ ତାଙ୍କର ବହୁ ଥର ଜିଲ୍ଲା ପାର୍‌ ବଦଳି ଅର୍ଡର ବାହାରିଛି ହେଲେ ତାହା କାର୍ଯ୍ୟକାରୀ ହୋଇପାରିନି । ଅର୍ଡର ବାହାରିଲା କ୍ଷଣି ଅଦୃଶ୍ୟ ଶକ୍ତି ବଳରେ ତାହା ବାତିଲ୍‌ ହୋଇଛି । ପୁରୀ ରହଣୀ କାଳରେ ସର୍ବାଧିକ ସମୟ ତାଙ୍କର କଟିଛି ବଳିଆପଣ୍ଡା ଥାନାରେ । ନିକଟରେ ଫେବୃଆରୀ ୨୩ ତାରିଖରେ ବେହେରା ବାବୁଙ୍କର କଟକକୁ ବଦଳି ଅର୍ଡର ବାହାରିଥିଲା । ମାତ୍ର ତାହା ବି ବାତିଲ ହୋଇଯାଇଥିଲା । ଶେଷରେ ଏଇ ଏପ୍ରିଲ୍‌ ୨ ତାରିଖରେ ତାଙ୍କର ରାୟଗଡ଼ାକୁ ବଦଳି ହୋଇଛି । ମାତ୍ର ଆଜି ବି ପୁରୀ ପୁଲିସର ୱେବସାଇଟ୍‌ରେ ମନୋଜ ବେହେରାଙ୍କୁ ବଳିଆପଣ୍ଡା ଥାନା ଆଇଆଇସି ଭାବେ ଦେଖିବାକୁ ମିଳୁଛି ।

ନିଜର ବଦଳି ଅର୍ଡର ବାରମ୍ବାର ବାତିଲ କରାଉଥିବା ଆଇଆଇସି ମନୋଜ ବେହେରା ଯେ ପ୍ରଭାବଶାଳୀ ତାହା ଏଥିରୁ ସ୍ପଷ୍ଟ । ଆଉ ଏହା ଯେ ମନ୍ତ୍ରୀ/ବିଧାୟକଙ୍କ ବିନା ଆର୍ଶିବାଦରେ, ତାହା କଦାପି ସମ୍ଭବ ନୁହେଁ । ନିର୍ଦ୍ଦିଷ୍ଟ ବଡ଼ବଡ଼ିଆଙ୍କ ଆର୍ଶିବାଦ ପାଇ ସ୍ୱଇଚ୍ଛାରେ ପୁରୀରେ ଏତେ ଦିନ ଧରି ଆସ୍ଥାନ ଜମାଇଛନ୍ତି ନଚେତ୍‌ ସେହି ବଡ଼ବଡ଼ିଆଙ୍କ ମମତାର ଡୋରି ତାଙ୍କୁ ପୁରୀରେ ଏତେ ଦିନ ବାନ୍ଧି ରଖିଛି । ଯେଉଁ ଇନସପେକ୍ଟର ମନୋଜ ବେହେରାଙ୍କ କଥା କୁହାଯାଉଛି ତାଙ୍କ ଠିକଣା ହୁଏତ ଅନେକ ଜାଣି ନ ଥିବେ । ସେ ହେଉଛନ୍ତି ଅର୍ଥତତ୍ତ୍ୱ ମାଲିକ ବହୁ ଚର୍ଚ୍ଚିତ ପ୍ରଦୀପ ସେଠୀଙ୍କ ନିଜ ବଡ଼ ଭିଣୋଇ ।

ସଂଯୋଗ ହେଉ କି ଦୁର୍ଯୋଗ ହେଉ, ପ୍ରଦୀପ ସେଠୀଙ୍କ ଏହି ଭିଣୋଇ ଯେଉଁ ବଳିଆପଣ୍ଡା ଥାନାରେ ବହୁ ଦିନ କାର୍ଯ୍ୟ କରୁଛନ୍ତି ସେହି ଇଲାକାର ମାଲିକ ହେଉଛନ୍ତି ମନ୍ତ୍ରୀ ସଞ୍ଜୟ ଦାସବର୍ମା । ପୁରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଏହି ଥାନାଟି ରହିଛି ବ୍ରହ୍ମଗିରି ତହସିଲରେ । ସୁତରାଂ ଏହି ଥାନାରେ ବ୍ରହ୍ମଗିରି ବିଧାୟକ ଭାବେ ସଞ୍ଜୟ ଦାସବର୍ମାଙ୍କର ନିୟନ୍ତ୍ରଣ ରହିବାଟା ସ୍ୱାଭାବିକ । ଏହି ଥାନାରେ କିଏ ଇନସପେକ୍ଟର ରହିବେ ନ ରହିବେ ତାହା ଯେ ସ୍ଥାନୀୟ ବିଧାୟକ ଓ ପାୱାରଫୁଲ ମନ୍ତ୍ରୀଙ୍କ ଅଜାଣରେ ହେବ ତାହା ଜମାରୁ ବିଶ୍ୱାସ ନୁହେଁ । ଏହି ହିସାବରେ ମନୋଜ ବେହେରାଙ୍କୁ ବଳିଆପଣ୍ଡା ଥାନା ନଚେତ୍‌ ଆଖପାଖରେ ରଖିବା ପଛରେ ସଞ୍ଜୟଙ୍କ ଭୂମିକା ଏବେ ନୂଆ ସନ୍ଦେହ ଆଣିଛି । ମନୋଜ ବେହେରାଙ୍କୁ ଦରଦ ଦେଖାଇବା ପଛରେ ସଳା ପ୍ରଦୀପ ସେଠୀଙ୍କ ସମ୍ପର୍କ କାମ କରିଥାଇପାରେ ବୋଲି ସନ୍ଦେହ ଆରମ୍ଭ ହୋଇଛି । ପ୍ରଦୀପ ସେଠୀଙ୍କଠାରୁ ପାଜେରୋ ନେଇଥିବା ଅଭିଯୋଗ ଉପରେ   ସିବିଆଇ ସ୍କାନରକୁ ଆସି ସାରିଛନ୍ତି ସଞ୍ଜୟ । ସିବିଆଇ ତାଙ୍କଠାରୁ ପାଜେରୋର ସବୁ କାଗଜପତ୍ର ମାଗି ଛାନଭିନ୍‌ ଆରମ୍ଭ କରିଛି । ସଞ୍ଜୟ ଏବେ ବି ନିଜକୁ ନିର୍ଦୋଷ ସଫେଇ ଦେଉଥିବା ବେଳେ ଆଇଆଇସି ମନୋଜ ବେହେରାଙ୍କ ପ୍ରତି ତାଙ୍କର ତଥାକଥିତ ଅନୁକମ୍ପା ଓ ଦରଦ ପଛରେ ଚିଟ୍‌ଫଣ୍ଡ ସମ୍ପର୍କର ନୂଆ ଅଧ୍ୟାୟ ଯୋଡି ହୋଇଛି ।

Previous Post

ଶେଷରେ ସିବିଆଇ ଜାଲରେ ପଡ଼ିଲେ ସଞ୍ଜୟ

Next Post

ସଞ୍ଜୟ ବଞ୍ଚାଓ: ମୁଖ୍ୟମନ୍ତ୍ରୀଙ୍କ ପାଖେ ଫେରାଦ ହେଲେ ଯୁବ ବିଗ୍ରେଡ୍‌

Next Post
ସଞ୍ଜୟ ବଞ୍ଚାଓ: ମୁଖ୍ୟମନ୍ତ୍ରୀଙ୍କ ପାଖେ ଫେରାଦ ହେଲେ ଯୁବ ବିଗ୍ରେଡ୍‌

ସଞ୍ଜୟ ବଞ୍ଚାଓ: ମୁଖ୍ୟମନ୍ତ୍ରୀଙ୍କ ପାଖେ ଫେରାଦ ହେଲେ ଯୁବ ବିଗ୍ରେଡ୍‌

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA