Friday, April 17, 2026 08:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଶେଷରେ ସିବିଆଇ ଜାଲରେ ପଡ଼ିଲେ ସଞ୍ଜୟ

by Our Correspondent
06 Apr, 2016- 07:29 PM
in News
1 min read
0
ଶେଷରେ ସିବିଆଇ ଜାଲରେ ପଡ଼ିଲେ ସଞ୍ଜୟ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଓଆର ୨୯-୦୦୦୧ ପାଜେରୋ ହିସାବ କିତାବ ଶେଷରେ ସିବିଆଇ ହାତକୁ ଯାଇଛି । ଗଣମାଧ୍ୟମରେ ଧୂମ୍‌ ଚର୍ଚ୍ଚା ହେବା ପରେ ଗତ ୪ ତାରିଖରେ ସିବିଆଇ ସଞ୍ଜୟଙ୍କୁ ନୋଟିସ୍‌ ଜାରି କରି ପାଜେରୋ ସମ୍ପର୍କିତ ସମସ୍ତ କାଗଜପତ୍ର ମାଗିଥିଲା । ଆଜି(ବୁଧବାର) ସଞ୍ଜୟ ତାଙ୍କର ଜଣେ ଚେଲା ଗୌରାଙ୍ଗ ସାହୁଙ୍କ ହାତରେ କାଗଜପତ୍ର ସିବିଆଇକୁ ପଠାଇଛନ୍ତି ।

ନିଜେ କୋରାପୁଟ ଅଫିସିଆଲ୍‌ ଗସ୍ତରେ ଥିବା ଦର୍ଶାଇ ଚେଲାକୁ ପଠାଇଥିଲେ ସଞ୍ଜୟ । ଗୋପନୀୟ ରହିଥିବା ଏହି କଥାଟି ଗଣମାଧ୍ୟମକୁ ଲିକ୍‌ ହୋଇଯିବା ପରେ ସିବିଆଇ ଅଫିସ ସାମନାରେ ସାମ୍ବାଦିକଙ୍କ ଭିଡ଼ ହୋଇଯାଇଥିଲା । ଆଉ ସିବିଆଇ ଅଫିସରେ କାଗଜପତ୍ର ଦେଇ ବାହାରୁଥିବା ଗୌରାଙ୍ଗ କ୍ୟାମେରା ଦେଖି ହଡ଼ବଡ଼େଇ ଯାଇଥିଲେ । ପାଟି ଖନି ମାରିଯାଇଥିଲା । କ’ଣ ପାଇଁ ଆସିଥିଲେ ପଚରାଯିବାରୁ ଡରି ଛାନିଆଁ ହୋଇଯାଇଥିଲେ ଗୌରାଙ୍ଗ । ଭୟରେ ମୁଣ୍ଡ କୁଣ୍ଡାଇ କଥା ଫାଙ୍କି ବହୁ କଷ୍ଟରେ ସାମ୍ବାଦିକଙ୍କ କବଳରୁ ମୁକୁଳି ଆସିଥିଲେ । ତେବେ କୋରାପୁଟ ଗସ୍ତରେ ଥିବା ସଞ୍ଜୟ ସତକଥା ମାନିଯାଇଛନ୍ତି । ସିବିଆଇ ମାଗିଥିବା ପାଜେରୋ ଗାଡ଼ିର କାଗଜପତ୍ର ସେ ଗୌରାଙ୍ଗ ହାତରେ ପଠାଇଥିଲେ ବୋଲି ସ୍ୱୀକାର କରିଛନ୍ତି ।

ଚତୁର୍ଥ ହାଣ୍ଡ ହୋଇସାରିଥିବା ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ପାଜେରୋ ଓଆର ୨୯-୦୦୦୯ କୁ ଅର୍ଥତତ୍ତ୍ୱ ମାଲିକ ପ୍ରଦୀପ ସେଠୀ ଗିଫ୍ଟ କରିଥିବା ଅଭିଯୋଗ ହୋଇଛି । ଖୋଦ୍‌ ପ୍ରଦୀପ ସେଠୀ ସିବିଆଇକୁ ଦେଇଥିବା ବୟାନରେ ଏହା ସୂଚାଇଥିଲେ । ଅନ୍ୟପକ୍ଷରେ ସଞ୍ଜୟ ଗାଡ଼ିଟିକୁ ବିଜୟା ବ୍ୟାଙ୍କରୁ ଋଣ କରି କିଣିଥିବା ଦାବି କରୁଛନ୍ତି । ଏହାକୁ ନେଇ ଚର୍ଚ୍ଚାର ଝଡ଼ ବୋହିଥିଲେ ମଧ୍ୟ ଏ ସମ୍ପର୍କିତ କାଗଜପତ୍ର ମିଡ଼ିଆକୁ ଦେଖାଇବାକୁ ରହସ୍ୟଜନକ ଭାବେ କୁଣ୍ଠାବୋଧ ହୋଇଥିଲେ ସଞ୍ଜୟ । ଶେଷ ମୁହୁର୍ତ୍ତରେ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ଏହାର କାଗଜପତ୍ର ଦେଖାଇ ନିଜକୁ ନିଦେ୍ର୍ଦାଷ ଦାବି କରିଛନ୍ତି ସେ । ତେବେ ଏହି ମାମଲାରେ ଶୋଇ ପଡ଼ିଥିବା ସିବିଆଇ ହଠାତ୍‌ ଚେଇଁଉଠିବା ସଞ୍ଜୟଙ୍କ ମୁଣ୍ଡରେ ଚଡ଼କ ପକାଇଛି । ସିବିଆଇ ତଦନ୍ତ ପାଜେରୋର ରହସ୍ୟ ଖୋଲିଦେବ ବୋଲି ଆଶା କରାଯାଉଛି । ସିବିଆଇକୁ ଦେଇଥିବା କାଗଜପତ୍ରର ସତ୍ୟତା ଉପରେ ସଞ୍ଜୟଙ୍କ ରାଜନୈତିକ ଭବିଷ୍ୟତ ନିର୍ଭର କରୁଥିବାରୁ ଏହା ଉପରେ ଏବେ ସମସ୍ତଙ୍କ ନଜର ।

Previous Post

ଡି ବ୍ରଦର୍ସ ଲିଙ୍କ୍‌: ଅଜୁଙ୍କ ସ୍କର୍ପିଓ ଚଢ଼ୁଥିବା ବାପି ମାନିଲେ

Next Post

ଅର୍ଥତତ୍ତ୍ୱ ଭିଣୋଇ ପ୍ରେମରେ ସଞ୍ଜୟ !

Next Post
ଅର୍ଥତତ୍ତ୍ୱ ଭିଣୋଇ ପ୍ରେମରେ ସଞ୍ଜୟ !

ଅର୍ଥତତ୍ତ୍ୱ ଭିଣୋଇ ପ୍ରେମରେ ସଞ୍ଜୟ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA