ଭୁବନେଶ୍ୱର: ରାଜ୍ୟରେ ଅଧିକରୁ ଅଧିକ କୋଭିଡ୍ ହସ୍ପିଟାଲ୍ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ କ୍ରମଶଃ ବାସ୍ତବ ରୂପ ନେଉଛି । ଭୁବନେଶ୍ୱରର କିମସ୍ ଏବଂ ସମ୍ ରେ ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ସ୍ଥାପନ ୧୫ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହେଉଥିବା ବେଳେ ଏବେ ସେଥିରେ କଟକର ଅଶ୍ୱିନୀ ହସ୍ପିଟାଲ୍ ଯୋଡି ହୋଇଛି । ଏହି ହସ୍ପିଟାଲ୍ କୁ ଖୁବ୍ ଶୀଘ୍ର କୋଭିଡ୍ ହସ୍ପିଟାଲ୍ ରେ ପରିଣତ କରିବା କାର୍ଯ୍ୟ ଆରମ୍ଭ ହୋଇଛି ।







