Wednesday, April 29, 2026 11:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବାଗଚୀଙ୍କ ପ୍ରେସମିଟ୍: କରୋନା ରୋଗୀଙ୍କୁ ମାଗଣା ଚିକିତ୍ସା

by Our Correspondent
30 Mar, 2020- 06:14 PM
in Latest News, News
1 min read
0
ବାଗଚୀଙ୍କ ପ୍ରେସମିଟ୍: କରୋନା ରୋଗୀଙ୍କୁ ମାଗଣା ଚିକିତ୍ସା
ଭୁବନେଶ୍ୱର: କରୋନା ଆକ୍ରାନ୍ତ ରୋଗୀ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ପାଇବେ । ଆକ୍ରାନ୍ତଙ୍କୁ ରହିବା, ଖାଇବା ଖର୍ଚ୍ଚ ବି ଦେବାକୁ ପଡ଼ିବନି । ରାଜ୍ୟ ସରକାର ଏହି ସମସ୍ତ ଖର୍ଚ୍ଚ ବହନ କରିବେ । କୋଭିଡ୍-୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜିର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । କୋଭିଡ୍-୧୯ର ମୁକାବିଲା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ହସ୍ପିଟାଲ୍ ସ୍ଥାପନ କରୁଛନ୍ତି । ଏହି ପଦକ୍ଷେପକୁ ଦେଶବ୍ୟାପୀ ସ୍ୱାଗତ କରାଯାଉଛି ବୋଲି ସେ କହିଛନ୍ତି ।
ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ଶ୍ରା ବାଗଚୀ କହିଛନ୍ତି, ଏ ପର୍ଯ୍ୟନ୍ତ ୩୭୦ ନମୁନାର ପରୀକ୍ଷା କରାଯାଇଛି । ସୌଭାଗ୍ୟବଶତଃ ପଜିଟିଭ୍ ସଂଖ୍ୟା ୩ରେ ରହିଛି । ପ୍ରଥମ ଦୁଇ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୫୫ ଜଣ ଆସିଥିଲେ । ତୃତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୧୧୨ ଜଣ ଆସିଥିଲେ । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୭୬ ଜଣଙ୍କୁ ହସ୍ପିଟାଲ୍ ଆଇସୋଲେସନ୍ ରେ ରଖାଯାଇଛି । ଅନ୍ୟପକ୍ଷରେ ସରକାରଙ୍କ ୱେବସାଇଟ୍ ରେ ୧୦,୨୧୭ ଜଣ ପଞ୍ଜିକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୪,୨୯୧ ଜଣ ବିଦେଶରୁ ଆସିଛନ୍ତି ।
୧୦% ଅମାନିଆଙ୍କୁ ସାବାଡ଼: ଲକ୍ ଡାଉନ୍ ନିୟମକୁ ୯୦% ଲୋକ ମାନୁଥିବା ବେଳେ ୧୦% ଲୋକ ମାନୁନାହାନ୍ତି । ସେହି ୧୦% ଅମାନିଆ ଲୋକଙ୍କ ପାଇଁ ବାକି ୯୦% ଲୋକ ବିପଦରେ ପଡ଼ିପାରନ୍ତି । ତେଣୁ ସେହି ୧୦% ଲୋକଙ୍କୁ ସାବାଡ଼ କରିବାକୁ ହେବ । ମୁଖ୍ୟମନ୍ତ୍ରୀ ସେଥିପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଥିବା ବାଗଚୀ ଜଣାଇଥିଲେ ।
ସାମ୍ବାଦିକ ସମ୍ମିଳନୀରେ ପୁଲିସ ଡିଜି ଶ୍ରୀ ଅଭୟ ଉଭୟ ଲକ୍ ଡାଉନ୍ ଏବଂ କ୍ୱାରେଣ୍ଟାଇନ୍ ଉଲ୍ଲଘଂନକାରୀଙ୍କୁ ଚେତାବନୀ ଦେଇଥିଲେ । ନିୟମ ଭାଙ୍ଗିଲେ କଠୋର କାର୍ଯ୍ୟାନୁଷ୍ଠାନ ଭୋଗିବାକୁ ପଡ଼ିବ ବୋଲି ଶୁଣାଇ ଦେଇଥିଲେ । ଲକ୍ ଡାଉନ୍ ପାଇଁ ଅଧିକ ୭୦୦ ଏସଆଇ, ୧୬୨ ପ୍ଲାଟୁନ୍ ଫୋର୍ସ ଏବଂ ୧ ହଜାରରୁ ଅଧିକ ଗାଡ଼ି ନିୟୋଜିତ ଅଛନ୍ତି । ପୁଲିସ କଠୋର ହେବେ କିନ୍ତୁ ଖରାପ ବ୍ୟବହାର କରିବେନି ବୋଲି ଡିଜି କହିଥିଲେ ।

ମା, ମାଉସୀ, ଭଉଣୀ, ଭାଉଜଙ୍କ ଉପରେ ବୋଝ ହୁଅନ୍ତୁ ନାହିଁ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ବିଶେଷ ଅନୁରୋଧକୁ ଶ୍ରୀ ବାଗଚୀ ତାଙ୍କ ନିଜ ଭାଷାରେ ଶୁଣାଇଥିଲେ..
ମା, ମାଉସୀ, ଭଉଣୀ, ଭାଉଜଙ୍କୁ କୋଭିଡ୍-୧୯ ର ବୋଝଟି ଲଦି ଦିଅନ୍ତୁ ନାହିଁ । ଆପଣ ଘରେ ଅଛନ୍ତି । ତା ମାନେ ନୁହେଁ ଆପଣ ଘରେ ଚକ୍କା ପକେଇ ବସିବେ । ଏବଂ ତିନି ଥର ରୋଷେଇ ହେବ । ଚାରି ଥର ରୋଷେଇ ହେବ । ପକୁଡି ଛଣା ହେବ । ବିଭିନ୍ନ ରକମର ଭଲ ମନ୍ଦ ହେବ । ଆପଣ ବସିକି ଖାଇବେ । ଏ ବୋଝଟା ପଡୁଛି ମା, ମାଉସୀ, ଭଉଣୀ, ଭାଉଜଙ୍କ ଉପରେ । ଖରାଦିନ ଆସିଗଲାଣି । ତାଙ୍କୁ ଯଦି ରୋଷେଇ ଘରେ ଆପଣ ବନ୍ଦୀ କରିଦେବେ ତାହାହେଲେ ସେମାନେ ଭାଙ୍ଗି ପଡ଼ିବେ । ଆଉ ମା, ମାଉସୀ, ଭଉଣୀ, ଭାଉଜମାନେ ଭାଙ୍ଗି ପଡ଼ିଲେ ଦେଶ ଭାଙ୍ଗିପଡ଼ିବ । ତେଣୁ ଆଜିର ସମୟ ନିଜକୁ ସଂଯମରେ ରଖିବାକୁ ପଡ଼ିବ । ସଂକଳ୍ପ ନେବା, ଆଗରୁ ଯଦି ତିନି ଓଳି ଖାଉଥିଲି ଏବେ ଅଳ୍ପ ଖାଇବି । ନିଜେ ଯାଇ ରୋଷେଇ ଘରେ ପଶିବି । ନିଜେ ଘର କାମରେ ହାତ ବଢ଼େଇବି । ପିଲାମାନଙ୍କୁ ଉତ୍ସାହିତ କରିବି ଘର କାମରେ ହାତ ବଢ଼େଇବାକୁ ।
Previous Post

ଅଶ୍ୱିନୀ ହେବ କୋଭିଡ୍ ହସ୍ପିଟାଲ୍

Next Post

କରୋନା ଅପଡେଟ୍: ଆଜିର ୧୦୩ ସାମ୍ପଲ୍ ନେଗେଟିଭ୍

Next Post
କରୋନା ଅପଡେଟ୍: ଆଜିର ୧୦୩  ସାମ୍ପଲ୍ ନେଗେଟିଭ୍

କରୋନା ଅପଡେଟ୍: ଆଜିର ୧୦୩ ସାମ୍ପଲ୍ ନେଗେଟିଭ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA