ଭୁବନେଶ୍ୱର: କୋଭେଡ୍-୧୯ ଷ୍ଟେଜ୍-୩ ସଂକ୍ରମଣ ଆଶଙ୍କାରେ ଥିବା ଓଡ଼ିଶା ପାଇଁ ଆଜି ଦିନରେ ଆଶ୍ୱସ୍ତିକର ଖବର ଆସିଛି । ଆଜି ପରୀକ୍ଷା ହୋଇଥିବା ୧୦୩ ଟି ସାମ୍ପଲ୍ ନେଗେଟିଭ୍ ବାହାରିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ଏହି ସୂଚନା ଦିଆଯାଇଛି ।
ଆଜି ଭୁବନେଶ୍ୱରସ୍ଥିତ ଆରଏମଆରସିକୁ ୮୦ ଏବଂ ଏମସ୍ କୁ ୨୩ ଜଣଙ୍କର ରକ୍ତ ଏବଂ ସ୍ୱାବ୍ ପରୀକ୍ଷା ପାଇଁ ପଠାଯାଇଥିଲା । ରାତିରେ ସମସ୍ତ ରିପୋର୍ଟ ହସ୍ତଗତ ହୋଇଛି । ଖୁସିର କଥା, ସବୁଗୁଡ଼ିକ କୋଭେଡ୍-୧୯ ନେଗେଟିଭ୍ ଆସିଛି ।
ସୂଚନାଯୋଗ୍ୟ, ତୃତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୧୧୨ ଜଣଙ୍କୁ ଚିହ୍ନଟ କରାଯାଇଛି । ଆଜି ୭୬ ଜଣ କରୋନା ସନ୍ଦିଗ୍ଧ ବିଭିନ୍ନ ହସ୍ପିଟାଲ୍ ରେ ଆଇସୋଲେସନ୍ ରେ ଥିବା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ୍ ବାଗଚୀ ଅପରାହ୍ନରେ ସୂଚନା ଦେଇଛନ୍ତି ।