Thursday, May 7, 2026 06:29 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅସନ୍ତୋଷର ନିଆଁ! ଦିଲ୍ଲୀ ଗଲେ ବିଜୟ ମହାପାତ୍ର

by Our Correspondent
29 Jul, 2018- 05:57 PM
in Latest News, Politics
1 min read
0
ଅସନ୍ତୋଷର ନିଆଁ! ଦିଲ୍ଲୀ ଗଲେ ବିଜୟ ମହାପାତ୍ର
ଭୁବନେଶ୍ୱର: ବିଜେପିର କୋଣଠେସା ନେତା ବିଜୟ ମହାପାତ୍ର ଆଜି ଅପରାହ୍ନରେ ଦିଲ୍ଲୀ ଯାତ୍ରା କରିଛନ୍ତି । ସେଠାରେ ସେ ଦଳର ବରିଷ୍ଠ ନେତାମାନଙ୍କୁ ଭେଟିବେ ବୋଲି ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି । ପ୍ରତାପ ଷଡ଼ଙ୍ଗୀଙ୍କ ପରେ ବିଜୟ ମହାପାତ୍ରଙ୍କ ଏହି ଅଚାନକ ଦିଲ୍ଲୀ ଭେଟଘାଟ ଯାତ୍ରା ବିଜେପି ରାଜନୀତିକୁ ଆହୁରି ଉଷ୍ମ କରିଛି । ଅରୁଣ ସିଂ ଭୁବନେଶ୍ୱରରେ ଥାଇ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ କରୁଥିବା ବେଳେ ବିଜୟଙ୍କ ଦିଲ୍ଲୀ ଗସ୍ତକୁ ବେଶ୍ ଗୁରୁତ୍ୱ ଦିଆଯାଉଛି ।
ସୂଚନା ଅନୁଯାୟୀ, ଦିଲ୍ଲୀରେ ବିଜୟ କିଛି ବରିଷ୍ଠ ନେତାଙ୍କ ସମେତ ଦଳୀୟ ପଦାଧିକାରୀଙ୍କୁ ଭେଟିବେ । ତେବେ ନିଜ ଆଡୁ ବିଜୟ ଦିଲ୍ଲୀ ଯାଇଛନ୍ତି କି ସେଠାରୁ ଡକରା ପାଇଛନ୍ତି ତାହା ସ୍ପଷ୍ଟ ହୋଇନି । ଯଦିଓ ରାଜ୍ୟ ବିଜେପିରେ ବିଜୟ ସମ୍ପୂର୍ଣ୍ଣ କୋଣଠେସା ହୋଇଛନ୍ତି ତେବେ କେନ୍ଦ୍ରୀୟ ତ୍ତାଙ୍କ ସହ ତାଙ୍କ ସମ୍ପର୍କ ଅତୁଟ ରହିଛି । ଏକମାତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ଆଦୌ ପଡୁନି । ଦୁହେଁ ଦୁହିଁଙ୍କୁ ଦେଖିଲେ ଡେଉଁଛନ୍ତି । ଯେଉଁଥିପାଇଁ ବିଜୟ ଦଳରେ ଅଲୋଡ଼ା ହୋଇଛନ୍ତି । ସିଆଡେ କେନ୍ଦ୍ରରେ ଧର୍ମେନ୍ଦ୍ରଙ୍କ ବିରୋଧୀ ଶିବିରରେ ବିଜୟଙ୍କ ଆଦର କମିନାହିଁ । ବିଜୟଙ୍କୁ ମନାଇ ଏକ ସମାଧାନର ବାଟ ଖୋଜିବାରେ ଅଧିକାଂଶ କେନ୍ଦ୍ରନେତା ଆଗ୍ରହୀ । ତିନି ମାସ ତଳେ ବିଜୟ ଦିଲ୍ଲୀ ଯାଇ ଅଧିକାଂଶ କେନ୍ଦ୍ର ନେତାଙ୍କୁ ଭେଟିବା ପରେ ପ୍ରଥମ ଥର ପାଇଁ ଏଭଳି ସୂଚନା ମିଳିଥିଲା । ମାତ୍ର ବିଜୟ ତାଙ୍କ ଜିଦ୍ ରେ ଅଟଳ ରହି ଧର୍ମେନ୍ଦ୍ରଙ୍କ ସହ କାମ କରିବାକୁ ମନା କରିବାରୁ କଥା ଆଗେଇ ପାରି ନ ଥିଲା ।
ଚାରି ଦିନ ତଳେ ପ୍ରତାପ ଷଡ଼ଙ୍ଗୀ ଦିଲ୍ଲୀ ଯାଇ କେନ୍ଦ୍ରୀୟ ନେତାଙ୍କୁ ଭେଟିବା ପରେ ସେ ବସନ୍ତ ପଣ୍ଡାଙ୍କ ଜାଗାରେ ସଭାପତି ହେଉଥିବା ନେଇ ଚର୍ଚ୍ଚା ହୋଇଥିଲା । ମାତ୍ର ଶୁକ୍ରବାର ସଂଧ୍ୟାରେ ଭୁବନେଶ୍ୱର ଆସିଥିବା ପ୍ରଭାରୀ ଅରୁଣ ସିଂ ଏହାକୁ ଖଣ୍ଡନ କରିଛନ୍ତି । ଗୋଟେ ପଟେ ସଂଘ ପରିବାର ବସନ୍ତଙ୍କୁ ଚାହୁଁ ନ ଥିଲା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀ ତାଙ୍କ ପାଇଁ ବିଶେଷ ବ୍ୟଗ୍ରତା ଦେଖାଇଛନ୍ତି । ବସନ୍ତ ପଣ୍ଡାଙ୍କ ଭଳି ସଖୀ କଣ୍ଢେଇଙ୍କୁ ହାତଛଡ଼ା କରିବାକୁ ସେହି ଗୋଷ୍ଠୀ ଚାହୁଁନାହାନ୍ତି । ବରଂ ପ୍ରତାପ ଷଡ଼ଙ୍ଗୀଙ୍କ ଭଳି ନିର୍ବିବାଦୀୟ, ନିଷ୍କଳଙ୍କ ବ୍ୟକ୍ତିତ୍ୱ ଧର୍ମେନ୍ଦ୍ରଙ୍କ ଶିବିର ପାଇଁ ଚକ୍ଷୁଶୀଳ ହୋଇପଡ଼ିଛନ୍ତି ।
ଏହି ପରିପ୍ରେକ୍ଷୀରେ ଧର୍ମେନ୍ଦ୍ର ବିରୋଧୀ ବିଜୟ ମହାପାତ୍ରଙ୍କ ଦିଲ୍ଲୀଗସ୍ତକୁ ନେଇ ସମସ୍ତଙ୍କ ଉତ୍କଣ୍ଠା ବଢ଼ିଯାଇଛି । ଦିନେ ଦୁଇଦିନ ମଧ୍ୟରେ ବୈଜୟନ୍ତ ପଣ୍ଡା ଓ ଦିଲ୍ଲୀପ ରାୟ ମଧ୍ୟ ବିଜେପି ନେତାଙ୍କୁ ଭେଟିବାକୁ ଦିଲ୍ଲୀ ଯାଇପାରନ୍ତି ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।
Previous Post

ବାପୁ ଗିରଫ, ଦାମଙ୍କୁ ଝଟକା

Next Post

୨୦୧୯ ଧାର୍ଯ୍ୟ ସମୟରେ ସାଧାରଣ ନିର୍ବାଚନ !

Next Post
୨୦୧୯ ଧାର୍ଯ୍ୟ ସମୟରେ ସାଧାରଣ ନିର୍ବାଚନ !

୨୦୧୯ ଧାର୍ଯ୍ୟ ସମୟରେ ସାଧାରଣ ନିର୍ବାଚନ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA