Thursday, May 7, 2026 05:20 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବାପୁ ଗିରଫ, ଦାମଙ୍କୁ ଝଟକା

by Our Correspondent
28 Jul, 2018- 09:53 PM
in Latest News, Politics
1 min read
0
ବାପୁ ଗିରଫ, ଦାମଙ୍କୁ ଝଟକା
ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ଟିଟୋ ଲିଙ୍କ୍ ରେ ଆଜି କ୍ରାଇମବ୍ରାଞ୍ଚ ଏସଟିଏଏଫ୍ ଟିମ୍ ପାରାଦ୍ୱୀପର ବାପୁ ପରିଡ଼ାକୁ ଗିରଫ କରିଛନ୍ତି । ଜିତେନ୍ଦ୍ର ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କୁ ଗନ ପଏଣ୍ଟରେ ଧମକ ଦେଇଥିବା ଅଭିଯୋଗର ଖୋଳତାଡ଼ କରୁ କରୁ ଏସଟିଏଫ୍ ତାର ଟିଟୋ ଲିଙ୍କ୍ ଓ ଅପରାଧ ସାମ୍ରାଜ୍ୟର ମୂଳରୁ ଚୂଳ ଯାଏଁ ପାଇଯାଇଛି । ୨୮ ଟି ସଙ୍ଗୀନ ଅପରାଧରେ ଜଡ଼ିତ ଅଛି ବାପୁ । ସେଥିମଧ୍ୟରୁ ଦୁଇଟି କେସ୍ କୁଜଙ୍ଗ ଥାନାରେ, ଗୋଟେ କଟକ ଚାଉଳିଆଗଞ୍ଜ ଥାନାରେ ଏବଂ ଅବଶିଷ୍ଟ କେସ୍ ସବୁ ପାରାଦ୍ୱୀପ ଥାନାର । ଏସବୁ କେସ୍ ସାଦାସିଧା ନୁହେଁ । ହତ୍ୟା, ହତ୍ୟା ଉଦ୍ୟମ, ଫାୟାରିଂ, ଡକାଏତି, ରବରି, ଚୋରି, ଦାଦା ବଟି ଆଦାୟ, ଅପହରଣ, ମୁଣ୍ଡଜାମିନ୍ ଭଳି ସଙ୍ଗୀନ ଅପରାଧ ମାମଲା ରହିଛି ବାପୁ ନାଁରେ । ଟିଟୋର ଜଣେ ପ୍ରମୁଖ ସହଯୋଗୀ ଭାବେ ସେ ଏସବୁ ଅପରାଧ ଚଳାଇଥିଲା ବୋଲି ଏସଟିଏଫ୍ ତଦନ୍ତରୁ ସ୍ପଷ୍ଟ ହୋଇଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବାପୁର ଗିରଫଦାରି ପରେ ଫାୟାର୍ ହୋଇଯାଇଛନ୍ତି ଡାକ୍ତର ଦାମୋଦର ରାଉତ । କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନ ଲଗାଇ ବାପୁକୁ ତୁରନ୍ତ କ୍ଲିନ୍ ଚିଟ୍ ଦେଇ ଦେଇଛନ୍ତି । କହିଛନ୍ତି, ଟିଟୋ ସହ ବାପୁର ଆଦୌ ସମ୍ପର୍କ ନାହିଁ । ଏପରିକି ଟିଟୋକୁ ସେ ଦେଖିନି । ଟିଟୋ ସହ ସମ୍ପର୍କରେ ଥିବା କିଛି ଲୋକ ଚକ୍ରାନ୍ତ କରିଛନ୍ତି ବୋଲି ଓଲଟି ଓକିଲାତି କରିଛନ୍ତି । ଖାଲି ସେତିକି ନୁହେଁ, ଏକ ହତ୍ୟା ମାମଲାରେ ବାପୁ କୁଆଡ଼େ ସାକ୍ଷୀ ହେବାର ଥିଲା । ସେ କେମିତି ସାକ୍ଷୀ ହୋଇ ନ ପାରିବ ସେଥିପାଇଁ ତାକୁ ଗିରଫ କରାଯାଇଛି ବୋଲି ଦାମ ସଫେଇ ଦେଇଛନ୍ତି ।
ବାପୁ ଗିରଫକୁ ନେଇ ପାରାଦ୍ୱୀପ ବିଧାୟକ ତଥା ବିଜେଡ଼ିର ବରିଷ୍ଠ ନେତା ଦାମବାବୁ ଏତେ ବିବ୍ରତ କାହିଁକି ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ । ଆଉ ଏହାର ସରଳ ଉତ୍ତର ପାରାଦ୍ୱୀପ କାହିଁକି ସମଗ୍ର ରାଜନୈତିକ ମହଲରେ କୁଆଡ଼େ ସମସ୍ତଙ୍କୁ ଉଣା ଅଧିକେ ଜଣା । କୁହାଯାଉଛି, ଦାମଙ୍କର ଡାହାଣ ହାତ ହେଉଛି ବାପୁ । ପାରାଦ୍ୱୀପସ୍ଥିତ ନିରାକାର ଡମ୍ଫର ଆସୋସିଏସନ୍ ର ସେ ସମ୍ପାଦକ । ପାରାଦ୍ୱୀପରେ ଦାମଙ୍କ ରାଜନୈତିକ ସାମ୍ରାଜ୍ୟ, ପଇସାପତ୍ର କାରବାର ଏହି ବାପୁ ସମ୍ଭାଳେ । ଏକଥା ଦାମବାବୁ ନ ମାନିଲେ ମଧ୍ୟ ବାପୁ ପାଇଁ ତାଙ୍କର ଝାଳନାଳ ଓକିଲାତି ତାହାର ଉତ୍ତର ଛାଡ଼ିଦେଇଛି ।
ଏସଟିଏଫ୍ ଦ୍ୱାରା ଗିରଫ ଟିଟୋ ସାମ୍ରାଜ୍ୟର ଜଣେ କୁଖ୍ୟାତ ଅପରାଧୀ ବାପୁ ପାଇଁ ଦାମଙ୍କ ଓକିଲାତି ପାରାଦ୍ୱୀପବାସୀଙ୍କୁ ଲଜ୍ଜିତ କରିଛି । ସୂଚନାଯୋଗ୍ୟ, ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଦାମଙ୍କ ସହ ଏହି ବାପୁକୁ ସବୁବେଳେ ଦେଖିବାକୁ ମିଳିଥାଏ ।
Previous Post

ଆଇପିଏସ୍ ଅଦଳବଦଳ: ସତ୍ୟଜିତ୍ ମହାନ୍ତି ଟ୍ୱିନ୍ ସିଟି ପୁଲିସ କମିଶନର

Next Post

ଅସନ୍ତୋଷର ନିଆଁ! ଦିଲ୍ଲୀ ଗଲେ ବିଜୟ ମହାପାତ୍ର

Next Post
ଅସନ୍ତୋଷର ନିଆଁ! ଦିଲ୍ଲୀ ଗଲେ ବିଜୟ ମହାପାତ୍ର

ଅସନ୍ତୋଷର ନିଆଁ! ଦିଲ୍ଲୀ ଗଲେ ବିଜୟ ମହାପାତ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA