ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ଆଜି ଏକ ଅଦଳବଦଳ ହୋଇଛି । ଭୁବନେଶ୍ୱର-କଟକ ପୁଲିସ କମିଶନର ଯୋଗେଶ ବାହାଦୁର ଖୁରାନା ବଦଳିଛନ୍ତି । ତାଙ୍କ ଜାଗାରେ ନୂଆ ପୁଲିସ କମିଶନର ନିଯୁକ୍ତ ହୋଇଛନ୍ତି ସତ୍ୟଜିତ୍ ମହାନ୍ତି । ଶ୍ରୀ ଖୁରାନିଆଙ୍କୁ ଏଡ଼ିଜି ପ୍ରୋଭିଜନିଂ ଭାବେ ନିଯୁକ୍ତି ମିଳିଛି । ସଞ୍ଜୀବ ପଣ୍ଡା ହୋଇଛନ୍ତି ନୂଆ ପରିବହନ କମିଶନର । ଆଇନ ଶୃଙ୍ଖଳା ଆଇଜି ଅମିତାଭ ଠାକୁରଙ୍କୁ ସ୍ୱତନ୍ତ୍ର ସଶସ୍ତ୍ର ପୁଲିସ ବାହିନି ଆଇଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ଭଦ୍ରକ, କଳାହାଣ୍ଡି, ସୋନପୁର ଓ ନୟାଗଡ଼ ଜିଲ୍ଲା ପାଇଁ ନୂଆ ଏସପି ନିଯୁକ୍ତ ହୋଇଛନ୍ତି । ପଣ୍ଡିତ ରାଜେଶ ଉତ୍ତମରାଓ ଭଦ୍ରକ ଏସପି, ବାତ୍ତୁଲା ଗଙ୍ଗାଧର କଳାହାଣ୍ଡି ଏସପି, ଦେବୀପ୍ରସାଦ ଦାସ ସୋନପୁର ଏସପି ଏବଂ ଶଶୀଭୂଷଣ ଶତପଥୀ ହୋଇଛନ୍ତି ନୟାଗଡ଼ ଏସପି । କଳାହାଣ୍ଡି ଏସପି ଏମ.ଏସ.ସମ୍ପତ୍ ଙ୍କୁ କ୍ରାଇମବ୍ରାଞ୍ଚ ଏସପି ପଦବୀରେ ନିଯୁକ୍ତି ଦିଆଯାଇଛି । ଆଜି ସଂଧ୍ୟାରେ ଏ ସଂକ୍ରାନ୍ତୀୟ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି ।