Sunday, May 10, 2026 08:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅସ୍ଥି ଶୋଭାଯାତ୍ରା ନା ବିଜେପିର ପିକନିକ୍?

by Our Correspondent
23 Aug, 2018- 10:11 PM
in Latest News, Politics
1 min read
0
ଅସ୍ଥି ଶୋଭାଯାତ୍ରା ନା ବିଜେପିର ପିକନିକ୍?
ଭୁବନେଶ୍ୱର: ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନାଁକୁ ବ୍ୟବହାର କରି ବିଜେପି ରାଜନୈତିକ ଫାଇଦା ନେବାକୁ ଉଦ୍ୟମ କରୁଛି । ସ୍ୱର୍ଗତ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଝିଆରି କରୁଣା ଶୁକ୍ଲାଙ୍କ ଏଭଳି ମନ୍ତବ୍ୟ ଏବେ ଜାତୀୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି । ଯେଉଁ ବିଜେପି ୯ ବର୍ଷ ହେଲାଣି ଅଟଳଜୀଙ୍କୁ ଭୁଲି ଯାଇଥିଲା ସେହି ବିଜେପି ଏବେ ତାଙ୍କ ମୃତ୍ୟୁ ପରେ ଲୋକଙ୍କ ଅନୁଭୂତି ସାଉଁଟୁଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ଅଟଳଜୀଙ୍କ ନାଁକୁ ଟ୍ରେଡ ମାର୍କ କରି ସହର, ବିଶ୍ୱବିଦ୍ୟାଳୟ, ପାୱାର୍ ପ୍ଲାଣ୍ଟର ନାମକରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ସମବେଦନା ଗୋଟାଇବା ପାଇଁ ଅଟଳଜୀଙ୍କ ନାଁ କୁ ବ୍ୟବହାର କରୁଛନ୍ତି । ଆଗକୁ ଆସୁଥିବା ୪ ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଆଖିରେ ରଖି ବିଜେପି ଏଭଳି ଚାଲ ଖେଳୁଛି ବୋଲି ଶ୍ରୀମତୀ ଶୁକ୍ଲା କ୍ଷୋଭ ପ୍ରକାଶ କରିଛନ୍ତି ।
ଏଠି ଆମ ଓଡ଼ିଶାରେ ସ୍ୱର୍ଗତ ବାଜପେୟୀଙ୍କ ଅସ୍ଥି କଳସ ଶୋଭାଯାତ୍ରାରେ ବି ରାଜନୀତିର ଗନ୍ଧ ବାରିହୋଇଛି । ବାଜପେୟୀଙ୍କ ଅସ୍ଥି କଳସ ବିସର୍ଜନ ଭଳି ଏକ ପବିତ୍ର ଓ ମହାନ୍ କାର୍ଯ୍ୟକୁ ବିଜେପି ସଂକୀର୍ଣ୍ଣ ରାଜନୀତିକୁ ନେଇଯାଇଥିବା କୁହାଯାଉଛି । ସ୍ୱର୍ଗତ୍ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳିରେ କମ୍ ଦରଦ ଥିବା ବେଳେ ବରଂ ନିଜକୁ ପ୍ରଚାର କରି ରାଜନୈତିକ ଫାଇଦା ଗୋଟାଇବା ପାଇଁ ନେତାଙ୍କ ବ୍ୟାକୁଳତା ଅଧିକ ପରିଲକ୍ଷିତ ହୋଇଛି । ଏତେବଡ଼ ମହାନ୍ କାର୍ଯ୍ୟକୁ ବିଜେପି ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରିବାରୁ ସାର୍ବଜନୀନ କରିବାରେ ବିଫଳ ହୋଇଥିବା କୁହାଯାଉଛି ।
ଗତକାଲି ସଂଧ୍ୟାରେ ଦିଲ୍ଲୀରୁ ଅସ୍ଥି କଳସ ନେଇ ଆସିଲେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା । ତେବେ ଅସ୍ଥି କଳସକୁ ଶୋଭାଯାତ୍ରାରେ ଦଳୀୟ କାର୍ଯ୍ୟାଳୟୁ ଆଣିବା ପାଇଁ ଯେଉଁ ଆୟୋଜନ ହୋଇଥିଲା ତାହା ନିଷ୍ପଭ୍ର ଥିଲା । ଜଣେ ଦଳୀୟ ନେତାଙ୍କ କହିବାନୁଯାୟୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ନ ଥିବାରୁ ଶୋଭାଯାତ୍ରାକୁ ଆକର୍ଷଣୀୟ କରିବାରେ କାହାର ମନ ନ ଥିଲା । ଦଳର କୁଜି ନେତାମାନେ ବାହାବା ନେବାର ସୁଯୋଗ ନ ଥିଲା । ତେବେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଆଦିଙ୍କ ନେତୃତ୍ୱରେ ଅସ୍ଥି କଳସକୁ ଶୋଭାଯାତ୍ରାରେ ପୁରୀ ମହୋଦଧି ଅଭିମୁଖେ ନିଆଯାଇଥିଲା । ରାସ୍ତାକଡ଼ରେ ଗହଳି କରିବାକୁ ବିଜେପି କର୍ମୀଙ୍କୁ ରଖାଯାଇଥିଲେ ମଧ୍ୟ ସେମାନେ ଶୋକ ଓ ଶ୍ରଦ୍ଧାଞ୍ଜଳି ଭୁଲି ଦଳୀୟ ରାଜନୀତିର ମସ୍ତି କରିଥିଲେ । ଖୋଦ୍ ଅସ୍ଥି କଳସ ଶୋଭାଯାତ୍ରାରେ ଯାଉଥିବା ନେତାଙ୍କ ମୁହଁରେ ଶ୍ରଦ୍ଧାଞ୍ଜଳିର ବିନ୍ଦୁ ବିସର୍ଗ ଚିହ୍ନ ନ ଥିଲା । ବରଂ ଧର୍ମେନ୍ଦ୍ରଙ୍କୁ ଖୁସି କରି ନିଜର ଚେର ଟାଣ କରିବାକୁ ଅନେକ ବ୍ୟଗ୍ର ଥିଲେ ।
ସେୟାଡ଼େ ଚନ୍ଦନପୁରରେ ଅସ୍ଥି କଳସ ଶୋଭାଯାତ୍ରା ଉପରକୁ ଜଣେ ବିଜେଡ଼ି କର୍ମୀ ଅଣ୍ଡାମାଡ କରିଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ଭ୍ରୃଗୁ ବକ୍ସିପାତ୍ର ଓ ପ୍ରଭାତୀ ପରିଡ଼ା । ଏହାର ସତ୍ୟାସତ୍ୟ ଏ ପର୍ଯ୍ୟନ୍ତ ଜଣାପଡ଼ି ନ ଥିଲେ ମଧ୍ୟ ଏଥିରେ ପଲିଟିକ୍ସ ପଶିଥିବା କୁହାଗଲାଣି । ବିଜେଡ଼ିକୁ ବଦନାମ କରି ସହାନୁଭୂତି ପାଇବା ପାଇଁ ଏହା ଏକ ଚାଲ୍ ବୋଲି କିଛି ବିଜେଡ଼ି ନେତା କହିଛନ୍ତି ।
ବିଜେପିର ଅସ୍ଥି କଳସ ଶୋଭାଯାତ୍ରା ଉପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ବିଶେଷ ଚର୍ଚ୍ଚାର ବିଷୟ ହୋଇଛି । ପିସିସି ସଭାପତି କହିଛନ୍ତି, ଏହା ଶୋକସଭା ନା ବିଜେପିର ପିକନିକ୍ ? ବାଜପେୟୀଙ୍କ ଚିତାଭସ୍ମକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି । କିଛି ବିଜେପି ନେତାଙ୍କ ଆଚରଣକୁ ସେ ଲଜ୍ଜାଜନକ ବୋଲି କହିଛନ୍ତି । ଏହା ସ୍ୱର୍ଗତ ପ୍ରଧାନମନ୍ତ୍ରୀଙ୍କ ପରିବାରକୁ ଭୀଷଣ କଷ୍ଟ ଦେଉଥିବ ବୋଲି ସେ କହିଛନ୍ତି ।
Previous Post

ସୌମ୍ୟ ପଟ୍ଟନାୟକ ଜଣେ ମାନସିକ ବିକୃତ: ଶ୍ରୀକାନ୍ତ ଜେନା

Next Post

ବିଧାନ ପରିଷଦ ଗଠନକୁ କ୍ୟାବିନେଟ୍ ମଂଜୁରୀ

Next Post
ବିଧାନ ପରିଷଦ ଗଠନକୁ କ୍ୟାବିନେଟ୍ ମଂଜୁରୀ

ବିଧାନ ପରିଷଦ ଗଠନକୁ କ୍ୟାବିନେଟ୍ ମଂଜୁରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA