Sunday, May 10, 2026 09:39 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଧାନ ପରିଷଦ ଗଠନକୁ କ୍ୟାବିନେଟ୍ ମଂଜୁରୀ

by Our Correspondent
24 Aug, 2018- 01:57 PM
in Latest News, News
1 min read
0
ବିଧାନ ପରିଷଦ ଗଠନକୁ କ୍ୟାବିନେଟ୍ ମଂଜୁରୀ

ଆସନ୍ତା ବିଧାନସଭା ଅଧିବେସନରେ ପାରିତ ହେବ ସଂକଳ୍ପ

ଭୁବନେଶ୍ୱର: ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ଆଜି କ୍ୟାବିନେଟ୍ ମଂଜୁରୀ ମିଳିଛି । ସେପ୍ଟେମ୍ବର ୪ ରୁ ଆରମ୍ଭ ହେଉଥିବା ବିଧାନସଭାର ମୌସୁମୀ ଅଧିବେସନରେ ଏହା ଉପରେ ରିଜୋଲ୍ୟୁସନ୍ ବା ସଂକଳ୍ପ ଅଣାଯିବ । ବିଧାନସଭାରେ ସଂକଳ୍ପ ପାରିତ ହେଲା ପରେ ତାହା ପାର୍ଲିଆମେଣ୍ଟର ଉଭୟ ଗୃହର ମଂଜୁରୀ ପାଇଁ ଯିବ । ରାଷ୍ଟ୍ରପତିଙ୍କ ମୋହର ଲାଗିଲା ପରେ ବିଧାନ ପରିଷଦ ଗଠନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ପ୍ରକ୍ରିୟା ଶେଷ କରେଇବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।
ବିଧାନ ପରିଷଦ ଗଠନ ପାଇଁ ୨୦୧୫ ମସିହାରେ ମୁଖ୍ୟମନ୍ତ୍ରୀ ଏକ କମିଟି ଗଠନ କରିଥିଲେ । ଡାକ୍ତର ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ବିଜେଡ଼ି ବିଧାୟିକା ପ୍ରମିଳା ମଲ୍ଲିକ, ମନୋହର ରାନ୍ଧାରୀ, କଂଗ୍ରେସ ବିଧାୟକ ଭୁଜବଳ ମାଝୀ ଓ ବିଜେପି ବିଧାୟକ ନୀତେଶ ଗଙ୍ଗଦେବ ସଭ୍ୟ ଥିଲେ । ପ୍ରଥମ ପର୍ଯ୍ୟାୟରେ କମିଟି ମହାରାଷ୍ଟ୍ର ଓ କର୍ଣ୍ଣାଟକ ରାଜ୍ୟ ଗସ୍ତ କରି ବିଧାନ ପରିଷଦ ଗଠନ ପ୍ରକ୍ରିୟା ଅନୁଧ୍ୟାନ କରିଥିଲେ । ପରବର୍ତ୍ତୀ ସମୟରେ ଏହି କମିଟି ବିହାର ଓ ତେଲେଙ୍ଗାନ ରାଜ୍ୟ ଗସ୍ତ କରି ଗତ ଅଗଷ୍ଟ ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଚୂଡ଼ାନ୍ତ ରିପୋର୍ଟ ଦେଇଥିଲେ । ତେଲେଙ୍ଗାନା ଢ଼ାଞ୍ଚାରେ ଏଠି ବିଧାନ ପରିଷଦ ଗଠନ ପାଇଁ କମିଟି ଦେଇଥିବା ରିପୋର୍ଟକୁ ରାଜ୍ୟ ସରକାର ଗ୍ରହଣ କରିଥିଲେ ।
ବିଧାନ ପରିଷଦ ଗଠନ କ୍ଷେତ୍ରରେ ଓଡ଼ିଶା ହେବ ଦେଶର ଅଷ୍ଟମ ରାଜ୍ୟ । ଏଥିରେ ମୋଟ ୪୯ ଜଣ ସଦସ୍ୟ ରହିବେ । ସେଥିମଧ୍ୟରୁ ୧୬ ଜଣ ସଦସ୍ୟ ବିଧାୟକମାନଙ୍କ ଦ୍ୱାରା ନିର୍ବାଚିତ ହେବେ । ଆଉ ୧୬ ଜଣ ସଦସ୍ୟ ପଞ୍ଚାୟତ/ପୌରପାଳିକା/ଜିଲ୍ଲା ପରିଷଦ ପ୍ରତିନିଧିଙ୍କ ଦ୍ୱାରା ନିର୍ବାଚିତ ହେବେ । ୮ ରୁ ୯ ଜଣଙ୍କୁ ରାଜ୍ୟପାଳ ମନୋନୀତ କରିବେ । ୪ ଜଣ ଗ୍ରାଜୁଏଟ୍ ଙ୍କ ଦ୍ୱାରା ଏବଂ ୪ ଜଣ କଲେଜ/ବିଶ୍ୱବିଦ୍ୟାଳୟ ଶିକ୍ଷକଙ୍କ ଦ୍ୱାରା ମନୋନୀତ ହେବେ । ରାଜ୍ୟସଭା ସଦସ୍ୟଙ୍କ ଭଳି ବିଧାନ ପରିଷଦ ସଦସ୍ୟଙ୍କ କାର୍ଯ୍ୟକାଳ ୬ ବର୍ଷ ରହିବ । ପ୍ରତି ଦୁଇବର୍ଷରେ ଥରେ ଏକ ତୃତୀୟାଂଶ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବ । ବିଧାୟକଙ୍କ ଭଳି ସେମାନେ ସମସ୍ତ ସୁବିଧା ସୁଯୋଗ ପାଇବେ । ଓଡ଼ିଶା ବିଧାନ ପରିଷଦ ଗଠନ ପାଇଁ ୩୫ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି ।
Previous Post

ଅସ୍ଥି ଶୋଭାଯାତ୍ରା ନା ବିଜେପିର ପିକନିକ୍?

Next Post

ସ୍ମୃତିସଭାରେ ଏକାଠି ହେଲେ ନବୀନ, ଧର୍ମେନ୍ଦ୍ର, ନିରଞ୍ଜନ

Next Post
ସ୍ମୃତିସଭାରେ ଏକାଠି ହେଲେ ନବୀନ, ଧର୍ମେନ୍ଦ୍ର, ନିରଞ୍ଜନ

ସ୍ମୃତିସଭାରେ ଏକାଠି ହେଲେ ନବୀନ, ଧର୍ମେନ୍ଦ୍ର, ନିରଞ୍ଜନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA