Sunday, May 10, 2026 10:27 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସ୍ମୃତିସଭାରେ ଏକାଠି ହେଲେ ନବୀନ, ଧର୍ମେନ୍ଦ୍ର, ନିରଞ୍ଜନ

by Our Correspondent
24 Aug, 2018- 07:15 PM
in Latest News, News
1 min read
0
ସ୍ମୃତିସଭାରେ ଏକାଠି ହେଲେ ନବୀନ, ଧର୍ମେନ୍ଦ୍ର, ନିରଞ୍ଜନ
ଭୁବନେଶ୍ୱର: ମହାନ୍ ରାଷ୍ଟ୍ରନେତା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଆୟୋଜିତ ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭାରେ ଆଜି ସବୁ ଦଳର ନେତାଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଗୋଟିଏ ଜାଗାରେ ଏକତ୍ର ହୋଇଥିଲେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ସବୁ ଦଳର ଅନେକ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ରହି ସ୍ୱର୍ଗତ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ ।
ରାଜ୍ୟ ବିଜେପି ପକ୍ଷରୁ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଏହି ସ୍ମୃତିସଭା ଅପରାହ୍ନ ୫ଟାରେ ଆରମ୍ଭ ହୋଇଥିଲା । ଆରମ୍ଭରୁ ସେଠି ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ତାଙ୍କ ସ୍ମୃତିଚାରଣରେ କହିଥିଲେ, ବାଜପେୟୀଙ୍କ ନିଧନ ଦେଶ ଓ ବ୍ୟକ୍ତିଗତ ଭାବେ ତାଙ୍କ ନିଜ ପାଇଁ ଏକ ବିରାଟ କ୍ଷତି । ରାଜନୈତିକ ଜୀବନ ପ୍ରାରମ୍ଭରେ ବାଜପେୟୀଙ୍କ ସହ ସମ୍ପର୍କ ସବୁଦିନ ପାଇଁ ମନେ ରହିବ । ରାଜନୀତିରେ ଆଦର୍ଶ ଓ ସହନଶୀଳତାର ସେ ଥିଲେ ଅନନ୍ୟ ପ୍ରତୀକ । ମେଣ୍ଟ ସରକାର ପରିଚାଳନା କଳା ତାଙ୍କୁ ହିଁ ଜଣା ଥିଲା । ଓଡ଼ିଶା ପାଇଁ ତାଙ୍କର ବିଶାଳ ହୃଦୟ ଥିଲା । ଓଡ଼ିଶା ଲୋକେ ବି ତାଙ୍କୁ ବହୁତ ଭଲ ପାଉଥିଲେ । ଆମେ ସମସ୍ତେ ତାଙ୍କୁ ହରାଇ ମ୍ରିୟମାଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ବାଜପେୟୀଙ୍କ ସ୍ମୃତିସଭାରେ ଯୋଗଦେବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଗତକାଲି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ଓ ରାଜ୍ୟ ଉପସଭାପତି ସମୀର ମହାନ୍ତି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ । ଆଉ ମୁଖ୍ୟମନ୍ତ୍ରୀ ଏହି ନିମନ୍ତ୍ରଣ ରକ୍ଷା କରି ସ୍ମୃତିସଭାରେ ଯୋଗ ଦେଇଥିଲେ । ପୂର୍ବରୁ ବାଜପେୟୀଙ୍କ ଅସୁସ୍ଥ ଖବର ପାଇ ମୁଖ୍ୟମନ୍ତ୍ରୀ ଗତ ୧୬ ତାରିଖରେ ଦିଲ୍ଲୀ ଏମସ୍ ଯାଇଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ସେଠି ପହଞ୍ଚିଲା ବେଳକୁ ବାଜପେୟୀ ଆଖି ବୁଜି ସାରିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କର ଶେଷଦର୍ଶନ କରିବା ସହ ଅନ୍ତେଷ୍ଟିକ୍ରିୟାରେ ମଧ୍ୟ ଯୋଗ ଦେଇଥିଲେ ।
ବାଜପେୟୀଙ୍କ ଭଳି ମହାନ୍ ରାଷ୍ଟ୍ରନେତାଙ୍କ ସ୍ମୃତିସଭାରେ ସବୁ ଦଳର ନେତାଙ୍କ ଏହି ଅପୂର୍ବ ମିଳନକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଏହାକୁ ଏକ ସୁସ୍ଥ ପରମ୍ପରା ବୋଲି ଅଭିହିତ କରାଯାଇଛି ।
Previous Post

ବିଧାନ ପରିଷଦ ଗଠନକୁ କ୍ୟାବିନେଟ୍ ମଂଜୁରୀ

Next Post

ଏସିଆନ୍ ଗେମ୍ସରେ ଦୂତିଙ୍କୁ ରୌପ୍ୟ, ରାଜ୍ୟରେ ଖୁସିର ମାହୋଲ୍

Next Post
ଏସିଆନ୍ ଗେମ୍ସରେ ଦୂତିଙ୍କୁ ରୌପ୍ୟ, ରାଜ୍ୟରେ ଖୁସିର ମାହୋଲ୍

ଏସିଆନ୍ ଗେମ୍ସରେ ଦୂତିଙ୍କୁ ରୌପ୍ୟ, ରାଜ୍ୟରେ ଖୁସିର ମାହୋଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA