Sunday, May 10, 2026 07:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୌମ୍ୟ ପଟ୍ଟନାୟକ ଜଣେ ମାନସିକ ବିକୃତ: ଶ୍ରୀକାନ୍ତ ଜେନା

by Our Correspondent
22 Aug, 2018- 05:35 PM
in Latest News, News
1 min read
1
ସୌମ୍ୟ ପଟ୍ଟନାୟକ ଜଣେ ମାନସିକ ବିକୃତ: ଶ୍ରୀକାନ୍ତ ଜେନା
ଭୁବନେଶ୍ୱର: ବିଜେଡ଼ିର ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଜଣେ ମାନସିକ ବିକୃତ ବ୍ୟକ୍ତି ବୋଲି ଆକ୍ଷେପ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ସୌମ୍ୟଙ୍କ ଖବରକାଗଜ ‘ସମ୍ବାଦ’ରେ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ପ୍ରକାଶିତ ଏକ ସମ୍ପାଦକୀୟ ଲେଖା ଉପରେ ଏଭଳି ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଚିଠି ଲେଖିଛନ୍ତି ଶ୍ରୀକାନ୍ତ ।
ଗତ ୨୪.୦୭.୨୦୧୮ ରେ “ଚପଳ ବାଳକ” ଶୀର୍ଷକରେ ‘ସମ୍ବାଦ’ର ପ୍ରକାଶିତ ସମ୍ପାଦକୀୟ ଲେଖାକୁ ଉଦ୍ଧୃତ କରିଛନ୍ତି ଶ୍ରୀକାନ୍ତ । ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀ ଓ ତାଙ୍କର ପତ୍ନୀ ଶ୍ରୀମତୀ ସୋନିଆ ଗାନ୍ଧୀ ଓ ତାଙ୍କର ପୁତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ସଂପୃକ୍ତ ଲେଖା ଅତ୍ୟନ୍ତ ନିନ୍ଦନୀୟ । ଏହା ସମ୍ପୂର୍ଣ୍ଣ ମିଥ୍ୟା, ଭିତ୍ତିହୀନ, ଅତ୍ୟନ୍ତ ଅଶ୍ଲୀଳ ଭାଷା ଓ ବ୍ୟକ୍ତିଗତ କୁତ୍ସାରଟନା ପାଇଁ ଉଦ୍ଦିଷ୍ଟ । କେବଳ ଜଣେ ମାସିକ ବିକୃତ ବ୍ୟକ୍ତିଙ୍କ ପକ୍ଷେ ଏହା ସମ୍ଭବ । ଏହି ବ୍ୟକ୍ତିଜଣଙ୍କ ହେଉଛନ୍ତି ଶ୍ରୀ ସୌମ୍ୟ ରଂଜନ ପଟ୍ଟନାୟକ, ଏହି ଖବରକାଗଜର ମାଲିକ ଓ ସମ୍ପାଦକ ତଥା ଆପଣଙ୍କ ଦଳର ଏମ୍.ପି. ।(ଯାହାଙ୍କୁ ଆପଣ ନିଜ ଦଳରେ ମିଶାଇବାର ୨ ଘଣ୍ଟା ମଧ୍ୟରେ ରାଜ୍ୟସଭାକୁ ମନୋନୀତ କରିଛନ୍ତି ।)

ଉକ୍ତ ସମ୍ପାଦକୀୟଟି ଆପଣଙ୍କ(ମୁଖ୍ୟମନ୍ତ୍ରୀ) ଦୃଷ୍ଟିକୁ ଆସିବା ପରେ ଆପଣଙ୍କ ନିରବତା ମତେ ଆଶ୍ଚର୍ଯ୍ୟ କରିଛି । ଗାନ୍ଧୀ-ନେହେରୁ ପରିବାରର ଘୋର ବିରୋଧୀ ବିଜେପି ମଧ୍ୟ କେବେ ବ୍ୟକ୍ତିଗତସ୍ତରକୁ ଯାଇ ଏପରି ଅଭିଯୋଗ ଆଣିନାହାନ୍ତି । ରାଜନୀତିରେ ପରଷ୍ପର ମଧ୍ୟରେ ମତ ପାର୍ଥକ୍ୟକୁ ନେଇ ବିଭିନ୍ନ ଆରୋପ ପ୍ରତ୍ୟାରୋପ ହୋଇଥାଏ । ସବୁର ଏକ ସୀମା ଥାଏ । ଶାଳିନତା ଓ ଶିଷ୍ଟାଚାରର ଲକ୍ଷ୍ମଣରେଖା ମଧ୍ୟରେ ରାଜନୈତିକ ବ୍ୟକ୍ତି ନିଜକୁ ପରିଚାଳିତ କରେ ।
ନବୀନ ବାବୁ- ଆପଣଙ୍କ ଏହି ନବାଗତ ସାଥୀଙ୍କର କି ସଂସ୍କାର ମୁଁ ଜାଣେନା । କାହିଁକି ତେବେ ଆପଣଙ୍କ ଦଳର ଏହି ଏମ୍.ପି. ଏପରି ବ୍ୟକ୍ତିଗତ ସ୍ତରକୁ ଯାଇ ଗାନ୍ଧୀ ପରିବାର ସମ୍ପର୍କରେ ଏଭଳି କୁତ୍ସାରଟନା କରୁଛନ୍ତି ? ସମ୍ବାଦପତ୍ରର ସ୍ୱାଧୀନତା ଅର୍ଥ କ’ଣ ମିଥ୍ୟା ଓ କପୋଳକଳ୍ପିତ ତଥ୍ୟକୁ ନିଜ କାଗଜ ମାଧ୍ୟମରେ ପ୍ରଚାର କରିବା ? ଆପଣ ଏହାକୁ ଏ ପର୍ଯ୍ୟନ୍ତ ନିନ୍ଦା କରିନାହାନ୍ତି କାହିଁକି ? ଆପଣ ଏହାକୁ ଦୃଢ଼ ନିନ୍ଦା କରିବା ସହ ସାଧାରଣରେ ଉକ୍ତ ବ୍ୟକ୍ତିଙ୍କୁ ତୀବ୍ର ଭର୍ତ୍ସନା କରିବେ ବୋଲି ଆଶା କରୁଛି ।
ଶ୍ରୀକାନ୍ତ ଜେନା ତାଙ୍କ ଚିଠିରେ “ଚପଳ ବାଳକ” ସମ୍ପାଦକୀୟର ଯେଉଁ ଅଂଶଟିକୁ ଉଲ୍ଲେଖ କରି ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ ଗାଳି ଦେଇଛନ୍ତି ତାହା ଏଠାରେ ଦିଆଗଲା ।
“ ଆମୋଦଦାୟକ ଭାବରେ ରାହୁଲ ତାଙ୍କ ଭାଷଣରେ ମୋଦୀ, ଭାଜପା ଓ ଆରଏସଏସ୍ କୁ ଧନ୍ୟବାଦ ପ୍ରଦାନ କରିଥିଲେ ଯେ ସେମାନେ ହିଁ ତାଙ୍କୁ ଜଣେ ହିନ୍ଦୁ ଏବଂ ଶିବଭକ୍ତ ହେବାର ଅର୍ଥ ବୁଝିବାରେ ସାହାଯ୍ୟ କରିଛନ୍ତି । ଏହା ବି ଏକ କଳ୍ପନାବିଳାସ; କାରଣ ତାଙ୍କ ପିତାମାତା ଅଣହିନ୍ଦୁ ହୋଇଥିବାରୁ ରାହୁଲ ମୂଳରୁ ଜଣେ ହିନ୍ଦୁ ହିଁ ନୁହଁନ୍ତି । ଅପରପକ୍ଷେ ସେ ତାଙ୍କର ମାତାଙ୍କ ଧର୍ମ କ୍ୟାଥଲିକ୍ ଖ୍ରୀଷ୍ଟଧର୍ମ ସହିତ ସୁପରିଚିତ ଥିବେ । ଖ୍ରୀଷ୍ଟ ଧର୍ମଗ୍ରନ୍ଥ ବାଇବଲ୍ (ପ୍ରାଭର୍ବ୧୦:୧୦)ରେ କୁହାଯାଇଛି “ ଯିଏ ବି ମନ୍ଦ ଉଦେ୍ଦଶ୍ୟରେ ଆଖି ମାରେ, ସେ( ନିଜ ପାଇଁ ଓ ସହଯୋଗୀମାନଙ୍କ ପାଇଁ) ଦୁର୍ଦ୍ଦଶା ସୃଷ୍ଟି କରେ, ଏବଂ ପ୍ରଗଳଭ ମୂର୍ଖ ନିଜର ସର୍ବନାଶ ଘଟାଇଥାଏ ।”
ସୂଚନାଯୋଗ୍ୟ, ‘ସମ୍ବାଦ’ ର ଏହି ସମ୍ପାଦକୀୟ ଲେଖାଟି ପୂର୍ବରୁ କଂଗ୍ରେସ ମହଲରେ ଭୀଷଣ ସମାଲୋଚିତ ହୋଇଛି । ତେବେ ଲେଖାଟି ପ୍ରକାଶିତ ହେବାର ପାଖାପାଖି ମାସେ ପରେ ଶ୍ରୀକାନ୍ତ ଜେନା ତାଙ୍କ ପ୍ରତିକ୍ରିୟା ଚିଠି ମାଧ୍ୟମରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି । ଏହା ଉପରେ ସୌମ୍ୟ ରଂଜନ ପଟ୍ଟନାୟକଙ୍କର ପ୍ରତିକ୍ରିୟା ମିଳିନାହିଁ ।
Previous Post

ଇଣ୍ଡିଆ ଟୁଡେ ସର୍ଭେ: ନବୀନ ଏକ ନମ୍ବର, ଅପ୍ରତିଦ୍ୱନ୍ଦୀ

Next Post

ଅସ୍ଥି ଶୋଭାଯାତ୍ରା ନା ବିଜେପିର ପିକନିକ୍?

Next Post
ଅସ୍ଥି ଶୋଭାଯାତ୍ରା ନା ବିଜେପିର ପିକନିକ୍?

ଅସ୍ଥି ଶୋଭାଯାତ୍ରା ନା ବିଜେପିର ପିକନିକ୍?

Comments 1

  1. ବାସୁଦେବ ମହାପାତ୍ର says:
    8 years ago

    ଅନ୍ୟ କାହାକୁ ମାନସିକ ବିକୃତ କହିବା ଆଗରୁ ଏକଦା ଲୋକମୁଖରେ ଚକ୍ରାନ୍ତ ନାଁରେ ପରିଚିତ ଶ୍ରୀକାନ୍ତ ଜେନା ପ୍ରଥମେ ଆତ୍ମସମୀକ୍ସା କରିବା ଆବଶ୍ୟକ।

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA