Monday, May 25, 2026 06:05 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅହଂର ବାଜି: ମହାପ୍ରଭୁଙ୍କୁ ବି ଡରିଲେ ନାହିଁ, ସବୁଆଡ଼େ ପ୍ରତିକ୍ରିୟା

by Our Correspondent
17 Apr, 2018- 01:20 PM
in Latest News, News
1 min read
0
ଅହଂର ବାଜି: ମହାପ୍ରଭୁଙ୍କୁ ବି ଡରିଲେ ନାହିଁ, ସବୁଆଡ଼େ ପ୍ରତିକ୍ରିୟା
ଭୁବନେଶ୍ୱର: ଏପ୍ରିଲ୍ ୧୦ ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତକାଲି ଖୋଲିଥିଲା ଶ୍ରୀମନ୍ଦିର ଜଗମୋହନ । କେବଳ ପାଳିଆ ସେବକ ଭିତରକୁ ଯିବେ ବୋଲି ହାଇକୋର୍ଟ କଟକଣା କରିଥିବାରୁ ବିବାଦ ଚେଇଁଥିଲା । ୬ ଦିନ ସମୟ ପାଇ ବି ସେହି ବିବାଦର ସମାଧାନ ହୋଇପାରିଲାନି । ଶେଷରେ ବଳି ପଡ଼ିଗଲେ ସ୍ୱଂୟ ଜଗତର ନାଥ । ମହାପ୍ରଭୁଙ୍କୁ ଅଖିଆ ଅପିଆ ରାତି ଅନିଦ୍ରା ରଖାଯାଇ ଶାସ୍ତି ଦିଆଗଲା । ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ଅହଂ ଯୋଗୁଁ ମହାପ୍ରଭୁଙ୍କ ପହଡ଼ ପାରିଲାନି କି ରନ୍ଧା ସରିଥିବା ମହାପ୍ରଭୁଙ୍କ ମହାପ୍ରସାଦ ରୋଷଘରୁ ବାହାରିପାରିଲାନି । ରୋଷ ଘରେ ତାଲା ପକାଇ ସୁଆର ଚାଲିଗଲେ ।
ଗତକାଲି ମହାପ୍ରଭୁଙ୍କ ନୀତିକାନ୍ତିରେ ଏଭଳି ଗୁରୁତର ବିଭ୍ରାଟ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଛାତି ଥରାଇଦେଇଛି । ଏଭଳି ଗୁରୁତର ବିଭ୍ରାଟ ପାଇଁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ବିଧାନସଭାରେ ଏହାକୁ ନେଇ ଆଜି ତୁମ୍ବିତୋଫାନ ହୋଇଛି । ସେବାୟତଙ୍କଠାରୁ ଆରମ୍ଭ କରି ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କ ଉପରେ ସମସ୍ତେ ବର୍ଷିଛନ୍ତି । ହାଇକୋର୍ଟ ନିର୍ଦ୍ଦେଶ ଉପରେ ଯଦି ଆପତ୍ତି ଥିଲା ତାହାର ସମାଧାନ କରାଗଲା ନାହିଁ କାହିଁକି ? ନିଶ୍ଚିତ ବିଭ୍ରାଟ ଜାଣି ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶୋଇଥିଲେ କାହିଁକି ? ସରକାର ନିଜକୁ ତୃତୀୟପକ୍ଷ ବିଚାର କରି ନିରବଦ୍ରଷ୍ଟା ହେଲେ କେମିତି ? ଏମିତି ଅନେକ ପ୍ରଶ୍ନ ଆଜି ଭକ୍ତମାନଙ୍କୁ ବିଚଳିତ କରିଛି ।
ମହାପ୍ରଭୁଙ୍କ ନୀତିକାନ୍ତି ପାଳନକୁ ସୁରୁଖୁରୁ କରିବା ପରିବର୍ତ୍ତେ ସମସ୍ତଙ୍କୁ ନିଜର ଅଂହ କିଭଳି ଗ୍ରାସିଛି ଗତକାଲିର ବିଭ୍ରାଟରୁ ସ୍ପଷ୍ଟ ହୋଇଛି । ଯୋଉଠି ମହାପ୍ରଭୁଙ୍କ କାମରେ ନିଜର ଅହଂକାର ବାଜି ଲାଗୁଛି ସେଠି ସାଧାରଣ ଭକ୍ତ ଓ ଜନତାଙ୍କ ପାଇଁ ସେମାନଙ୍କର ଦାୟିତ୍ୱ କେଉଁଭଳି ହୋଇପାରେ ତାହା ଆଲୋଚନାର ବିଷୟ ହୋଇଛି । ଏଭଳି ଘଟଣା କିଭଳି ଘଟୁଛି ତାହା କାହାରି ମଗଜକୁ ଢ଼ୁକୁନି । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ କହିବାନୁଯାୟୀ, ଯଦି ହାଇକୋର୍ଟ ନିର୍ଦ୍ଦେଶରେ କିଛି ଅସଙ୍ଗତି ଥିଲା ତେବେ ତାହା ବିଚାରକୁ ଦେଇ ଦରଖାସ୍ତ କରିବାରେ ଅସୁବିଧା ଥିଲା କେଉଁଠି ? ହାଇକୋର୍ଟ ନିଦେ୍ର୍ଦଶ ପାଳନ ପାଇଁ ଯଦି ପ୍ରଶାସନ ପ୍ରତିଶ୍ରୁତିବଦ୍ଧ ଥିଲା ତେବେ ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା କରାଗଲା ନାହିଁ କାହିଁକି ? ଏଭଳି ବିଭ୍ରାଟ ପାଇଁ ବିଜେପି ବିଧାୟକମାନେ ସିଧାସଳଖ ସରକାରଙ୍କୁ ଦାୟୀ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି, ଶ୍ରୀମନ୍ଦିର ପରିଚାଳନାରେ ନିଜର କର୍ତ୍ତୃତ୍ୱ ନାହିଁ ବୋଲି ସଫେଇ ଦେଇ ସରକାର ନିଜର ଦୋଷ ଘୋଡ଼ାଇପାରିବେ ତ ? ସରକାର ଜାଣିବା ଉଚିତ୍, ମହାପ୍ରଭୁ ସମସ୍ତଙ୍କର । କୋଟି କୋଟି ଭକ୍ତଙ୍କ ପାଖରେ ସରକାର ହିଁ ଉତ୍ତରଦାୟିତ୍ୱ ରହିବେ । ଏତେବଡ଼ ବିଭ୍ରାଟ ପାଇଁ ସରକାର ଅଲବତ୍ ଦୋଷୀ ରହିବେ ।
ସୂଚନାଯୋଗ୍ୟ, ବାଦବିବାଦ ଯୋଗୁଁ ଗତକାଲି ମହାପ୍ରଭୁଙ୍କୁ ସକାଳ ଜଳଖିଆ ଦିଆଯାଇଥିଲା ଅପରାହ୍ନ ୨ଟା ୪୫ ମିନିଟରେ । ଅପରାହ୍ନ ୩ଟା ୪୦ରେ ସକାଳ ଧୂପ ଆରମ୍ଭ ହୋଇଥିଲା । ରୋଷଘରୁ ଅଭଡ଼ା ବାହାରି ନ ପାରିବାରୁ ମହାପ୍ରଭୁଙ୍କ ମଧ୍ୟାହ୍ନ ଭୋଜନ ହୋଇପାରିଲା ନାହିଁ । ରାତିରେ ମହାପ୍ରଭୁଙ୍କ ପହଡ଼ ବି ପଡ଼ିପାରିଲାନି । ନୀତିକାନ୍ତି ଛାଡ଼ି ସେବାୟତମାନେ ଯେଝା ବାଟରେ ଚାଲିଯିବାରୁ ମହାପ୍ରଭୁ ରାତି ଅନିଦ୍ରା ରହିଲେ । ସେପଟେ ରାତି ୯ଟାରେ ଶ୍ରୀମନ୍ଦିର ସିଂହଦ୍ୱାର ସାମନାରେ ସୁଆର ଓ ସେବାୟତମାନେ ଧାରଣା ଦେଇଥିବାରୁ ଭକ୍ତମାନେ ଭିତରକୁ ପ୍ରବେଶ କରିପାରି ନ ଥିଲେ । ରାତି ୧୦ଟା ବେଳେ ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ସେଠାରେ ପହଞ୍ଚିଥିଲେ ମଧ୍ୟ ସେବାୟତମାନଙ୍କ ସହ ଆଲୋଚନା ନ କରି ସିଧା ଯାଇଥିଲେ ଶ୍ରୀମନ୍ଦିର ।
Previous Post

ଅନିଶ୍ଚିତତାରେ ‘ମେକ୍ ଇନ ଓଡ଼ିଶା’; ଜାଗୀଙ୍କ ଉପରୁ ସନ୍ଦେହ ଯାଉନି

Next Post

ବୈଜୟନ୍ତଙ୍କ ମୁଖା ଖୋଲିଦେଲେ ସାଥୀ

Next Post
ବୈଜୟନ୍ତଙ୍କ ମୁଖା ଖୋଲିଦେଲେ ସାଥୀ

ବୈଜୟନ୍ତଙ୍କ ମୁଖା ଖୋଲିଦେଲେ ସାଥୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA