Wednesday, April 29, 2026 01:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆଇଏଏସ୍ ଚାକିରି ଛାଡ଼ି ରାଜନୀତିରେ ନାମ ନେଲେ ଚୌଧୁରୀ

by Our Correspondent
12 Dec, 2018- 04:13 PM
in Latest News, Story Of The Week
1 min read
0
ଆଇଏଏସ୍ ଚାକିରି ଛାଡ଼ି ରାଜନୀତିରେ ନାମ ନେଲେ ଚୌଧୁରୀ
ନୂଆଦିଲ୍ଲୀ: ମାତ୍ର ୧୩ ବର୍ଷର ଆଇଏଏସ୍ ଚାକିରି କାଳରେ ଭାରି ସୁନାମ ଅର୍ଜନ କରିଥିଲେ ୩୭ ବର୍ଷୀୟ ଓ.ପି.ଚୌଧୁରୀ । ନିଜର ଦକ୍ଷତା ପାଇଁ ଯେଉଁଠି କାର୍ଯ୍ୟ କରୁଥିଲେ ଲୋକଙ୍କ ଆଦର, ସମ୍ମାନ ପାଉଥିଲେ । ଛତିଶଗଡ଼ର ମାଓ ଉପଦ୍ରୁତ ଦାନ୍ତେୱାଡ ରେ କଲେକ୍ଟର ଥିବା ବେଳେ ତାଙ୍କ କାର୍ଯ୍ୟ ସମଗ୍ର ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ମାଓବାଦୀଙ୍କ ଦ୍ୱାରା କ୍ଷତିଗ୍ରସ୍ତ ପରିବାର ସମେତ ସମଗ୍ର ମାଓ ପ୍ରଭାବିତ ଅଞ୍ଚଳର ଛୁଆମାନଙ୍କ ପାଠପଢ଼ା ପାଇଁ ‘ଏଜୁକେସନ୍ ସିଟି’ ଆରମ୍ଭ କରିଥିଲେ । ମାଓ ଇଲାକାର ଅନ୍ଧାରରେ ସଢ଼ୁଥିବା ଶିଶୁମାନଙ୍କ ଭବିଷ୍ୟତ ଗଢ଼ିବା ପାଇଁ ତାଙ୍କର ଥିଲା ଅକ୍ଲାନ୍ତ ପରିଶ୍ରମ । ନିଜେ ଛୋଟ ଛୋଟ ପିଲାଙ୍କୁ ପାଠ ପଢ଼ାଉଥିଲେ । ପ୍ରଶାସନକୁ ଲୋକାଭିମୁଖୀ କରାଇବାରେ ତାଙ୍କର ବଳିଷ୍ଠ ଅବଦାନ ପାଇଁ ୨୦୧୧-୧୨ ମସିହାରେ ପ୍ରଧାନମନ୍ତ୍ରୀଙ୍କଠାରୁ ତାଙ୍କୁ ମିଳିଥିଲା ଉତ୍କର୍ଷତା ସମ୍ମାନ ।
ରାୟପୁରର କଲେକ୍ଟର ଥିବା ବେଳେ ଯୁବ ଆଇଏଏସ୍ ଶ୍ରୀ ଚୌଧୁରୀ ରାଜନୀତି ପ୍ରତି ମନ ବଳାଇ ହଠାତ୍ ଚାକିରିରୁ ଇସ୍ତଫା ଦେଇଥିଲେ । ଚାକିରି କ୍ୟାରିୟର୍ ର ଶୀର୍ଷରେ ଥିବା ବେଳେ ସେଠାରୁ ମୁହଁ ଫେରାଇ ବିଜେପି ଦଳକୁ ଢ଼ଳିଥିଲେ । ଗତ ଅଗଷ୍ଟ ମାସରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ଙ୍କ ଉପସ୍ଥିତିରେ ସେ ଧରିଥିଲେ ପଦ୍ମ । ଆଇଏଏସ୍ ଅଫିସର ଭାବେ ଏତେବଡ଼ ସୁନାମ ଅର୍ଜନ କରିବା ସତ୍ତ୍ୱେ ସେ କାହିଁକି ଚାକିରି ଛାଡ଼ି ରାଜନୀତି ପାଇଁ ମନ ବଳାଇଲେ ବୋଲି ପ୍ରଶ୍ନରେ ଶ୍ରୀ ଚୌଧୁରୀ କହିଥିଲେ, ଆଇଏଏସ୍ ଚାକିରି ତାଙ୍କୁ ବେଶ୍ ସନ୍ତୁଷ୍ଟ କରିଛି । ତେବେ ବ୍ୟୁରୋକ୍ରାସିର ଏକ ସୀମା ଅଛି । ନିଜ ମାଟି ଓ ଲୋକଙ୍କ ପାଇଁ ଅଧିକ କିଛି କରିବା ଲକ୍ଷ୍ୟରେ ଚାକିରି ଛାଡ଼ିଛି ।
ନିଜ ଜନ୍ମମାଟି ଛତିଶଗଡ଼ କ୍ୟାଡରର ଏହି ୨୦୦୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅଗଷ୍ଟ ୨୫ ରେ ଚାକିରିରୁ ଇସ୍ତଫା ଦେଲେ । ଆଉ ୩ ଦିନ ପରେ ଅଗଷ୍ଟ ୨୮ରେ ବିଜେପିରେ ଯୋଗଦେଲେ । ଛତିଶଗଡ଼ର ଉତ୍ତରାଞ୍ଚଳରେ ଥିବା ରାୟଗଡ଼ ଜିଲ୍ଲା ଖରସିଆରୁ ନିର୍ବାଚନ ଲଢ଼ିବା ପାଇଁ ନିଜର କ୍ଷେତ୍ର ପସ୍ତୁତି କଲେ । ଖରସିଆ ଭଳି କଂଗ୍ରେସ ଦୁର୍ଗରେ ଶ୍ରୀ ଚୌଧୁରୀଙ୍କ ଭଳି ଲୋକପ୍ରିୟ ଯୁବ ବ୍ୟୁରେକ୍ରାଟ୍ ଙ୍କୁ ଲଢ଼ାଇ ଫାଇଦା ଲକ୍ଷ୍ୟରେ ଥିଲା ବିଜେପି ।
ସେହି ଅନୁଯାୟୀ, ଚଳିତ ବିଧାନସଭାରେ ଖରସିଆରୁ ବିଜେପି ପ୍ରାର୍ଥୀ ଭାବେ ଲଢ଼ିଥିଲେ ଓପି ଚୌଧୁରୀ । ତାଙ୍କ ବିପକ୍ଷରେ କଂଗ୍ରେସ ପ୍ରାର୍ଥୀ ଥିଲେ ବର୍ତ୍ତମାନର ବିଧାୟକ ଉମେଶ ପଟେଲ । ଶ୍ରୀ ପଟେଲ ହେଉଛନ୍ତି ରାଜ୍ୟ ପ୍ରଦେଶ କଂଗ୍ରେସର ପୂର୍ବତନ ମୁଖ୍ୟ ତଥା ଗତ ୨୦୧୩ ନିର୍ବାଚନ ଠିକ୍ ପୂର୍ବରୁ ନକ୍ସଲଙ୍କ ହତ୍ୟାର ଶିକାର ହୋଇଥିବା ନନ୍ଦ କିଶୋର ପଟେଲଙ୍କର ପୁତ୍ର ।
ଚଳିତ ନିର୍ବାଚନରେ ବିଜେପି ପାଇଁ ଏହି ଆସନଟି ସମ୍ମାନର ପ୍ରଶ୍ନ ଥିଲା । ବିଶେଷକରି ଶ୍ରୀ ଚୌଧୁରୀଙ୍କ କ୍ୟାରିୟର ପାଇଁ ଏହା ଥିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ । ମାତ୍ର ସବୁ ଫସର ଫାଟିଯାଇଛି । କଂଗ୍ରେସ ପ୍ରାର୍ଥୀ ଉମେଶ ପଟେଲଙ୍କଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଛନ୍ତି ଚୌଧୁରୀ । ଶ୍ରୀ ପଟେଲ ୯୪,୨୦୧ ଭୋଟ(୫୨.୯୨%) ପାଇଥିଲା ବେଳେ ଶ୍ରୀ ଚୌଧୁରୀଙ୍କ ସପକ୍ଷରେ ମିଳିଛି ୭୭,୨୩୪(୪୩.୩୯%) ଭୋଟ ।
ବାବୁ ଓ ନେତା ଭିତରେ ପାର୍ଥକ୍ୟ କ’ଣ ତାହା ପୂର୍ବତନ ସାହେବ ବୋଧହୁଏ ଏବେ ଅଙ୍ଗେ ନିଭୋଉଥିବେ । ଆଇଏଏସ୍ ଚାକିରିରେ ଥାଇ ଲୋକଙ୍କ ପାଇଁ କାର୍ଯ୍ୟ କରି ପ୍ରଶଂସା ସାଉଁଟିବା ଅଲଗା କଥା ଏବଂ ଚାକିରି ବାହାରେ ଦଳୀୟ ବ୍ରାଣ୍ଡରେ ଲୋକଙ୍କ ଭୋଟ ହାସଲ କରିବା ଅଲଗା କଥା । ଶ୍ରୀ ଚୌଧୁରୀଙ୍କ ଭଳି ଜଣେ ଦକ୍ଷ, କାର୍ଯ୍ୟନିଷ୍ଠ ପୂର୍ବତନ ବ୍ୟୁରୋକ୍ରାଟ୍ ଙ୍କ ରାଜନୀତିରେ ଏଭଳି ଅବସ୍ଥା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।
Previous Post

ଆଉ ୫ ଲକ୍ଷ ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ୪୦ ହଜାର କଳାକାର ଭତ୍ତା

Next Post

ଜୋସ୍ ଦେଖେଇଲା କଂଗ୍ରେସ; ନିରଞ୍ଜନ କହିଲେ ସରକାର ଗଢ଼ିବୁ

Next Post
ଜୋସ୍ ଦେଖେଇଲା କଂଗ୍ରେସ; ନିରଞ୍ଜନ କହିଲେ ସରକାର ଗଢ଼ିବୁ

ଜୋସ୍ ଦେଖେଇଲା କଂଗ୍ରେସ; ନିରଞ୍ଜନ କହିଲେ ସରକାର ଗଢ଼ିବୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA