ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣି ଏକ ବଡ଼ ଘୋଷଣା କରିଛନ୍ତି । ମଧୁବାବୁ ପେନସନ୍ ଯୋଜନାରେ ଆଉ ୫ ଲକ୍ଷ ଲୋକଙ୍କୁ ସାମିଲ କରାଯିବ । ଆସନ୍ତା ୧୫ ତାରିଖରୁ ଏହି ନୂଆ ହିତାଧିକାରୀମାନେ ପେନସନ୍ ଯୋଜନାରେ ଉପକୃତ ହେବେ । ରାଜ୍ୟରେ ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ମଧୁବାବୁ ପେନସନ୍ ଯୋଜନାରୁ ବଞ୍ଚିତ ନ ହୁଅନ୍ତି, ମୁଖ୍ୟମନ୍ତ୍ରୀ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ ସମୁଦାୟ ୪୮ ଲକ୍ଷ ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିବ ।
ପୂର୍ବରୁ ୪୩ ଲକ୍ଷ ଲୋକ ଏହି ଯୋଜନାରେ ଉପକୃତ ହେଉଛନ୍ତି । ୬୦ ବର୍ଷରୁ ଅଧିକ ଲୋକଙ୍କୁ ମାସିକ ୩୦୦ ଟଙ୍କା ଏବଂ ୮୦ ବର୍ଷରୁ ଅଧିକ ଲୋକଙ୍କୁ ମାସିକ ୫୦୦ ଟଙ୍କା ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଆକାରରେ ଦିଆଯାଉଛି ।
ସେହିଭଳି କଳାକାର ସହାୟତା ଯୋଜନାରେ ୪୦ ହଜାର କଳାକାରଙ୍କୁ ଡିସେମ୍ବର ୧୫ ତାରିଖରୁ ମାସିକ ୧୨୦୦ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଉଭୟ ମଧୁବାବୁ ପେନସନ୍ ଯୋଜନା ଓ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ହିତାଧିକାରୀମାନଙ୍କୁ ପ୍ରତି ମାସ ୧୫ ତାରିଖରରୁ ୨୦ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ ଭତ୍ତା ପ୍ରଦାନ କରାଯିବ । ଏହି ମର୍ମରେ ସବୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି ।