Monday, May 25, 2026 09:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଉ ଜଣେ ମାଉଣ୍ଟେନମ୍ୟାନ୍

by Our Correspondent
04 Jan, 2018- 09:45 AM
in Latest News, News
1 min read
0
ଆଉ ଜଣେ ମାଉଣ୍ଟେନମ୍ୟାନ୍
ଫୁଲବାଣୀ: ୫ ଟି ଘଞ୍ଚପାହାଡ଼ ଘେରି ଭିତରେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଥିବା ନିଜ ଜନ୍ମମାଟି ଓ ଏକମାତ୍ର ପରିବାରକୁ ଦୁନିଆ ସହ ସଂଯୋଗ କରାଇବାର ସଂକଳ୍ପ ନେଇ ତାହାକୁ କାର୍ଯ୍ୟକାରୀ କରୁଥିବା ଜଣେ ମଣିଷ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । କାହାଣୀ ପରି ଲାଗୁଥିବା ଏମିତି କଥାଟି ନିରାଟ ସତ । ଏମିତି ଜଣେ ବ୍ୟକ୍ତିଙ୍କ ସତ କାହାଣୀ ଏବେ ପଦାକୁ ଆସିଛି । ସେ ହେଉଛନ୍ତି ଜଳନ୍ଧର ନାୟକ । ଫୁଲବାଣୀ ସଦର ମହକୁମାଠାରୁ ମାତ୍ର ୧୬ କିମି ଦୂର ଉତୁଡ଼ି ଜଳପ୍ରପାତ ନିକଟ ଘଞ୍ଚ ପାହାଡ଼ଭରା କୁମିଗାଁର ଅଧିବାସୀ । ହାତରେ ଟାଙ୍ଗିଆ ଓ ଫାଉଡ଼ା ଧରି ଏକଲା ଦୁଇଟି ପାହାଡ଼କୁ କାଟି ୮ ଫୁଟିଆ ରାସ୍ତା ବାହାର କରିସାରିଲେଣି । ଆଉ ୩ ଟି ପାହାଡ଼ କାଟି ରାସ୍ତା ସଫା କାମରେ ଲାଗିଛନ୍ତି । ନିଜ ପରିବାରକୁ ଦୁନିଆ ସହ ସଂଯୋଗ କରିବାକୁ ଏକା ଏକା ସଂକଳ୍ପ ନେଇଛନ୍ତି ସେ । କିମ୍ବଦନ୍ତୀ କାହାଣୀ ପାଲଟିଥିବା ବିହାର ଗୟା ଜିଲ୍ଲାର ମାଉଣ୍ଟେନମ୍ୟାନ୍ ଭାବେ ପରିଚିତ ଦଶରଥ ମାନଝୀଙ୍କୁ ସେ ପଛରେ ପକାଇଦେଇଛନ୍ତି । ଦଶରଥ ନିଜ ପତ୍ନୀଙ୍କ ସ୍ମୃତିରେ ଦୁଇଟି ଜଙ୍ଗଲ କାଟି ରାସ୍ତା ତିଆରି କରିଥିବା ଯୋଗୁଁ ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିଲେ ।
ଜଳନ୍ଧରଙ୍କ ପରିବାରକୁ ମିଶାଇ ତାଙ୍କ ଗାଁ କୁମିଗାଁରେ ସମୁଦାୟ ୪ଟି ପରିବାର ରହୁଥିଲେ । ଘଞ୍ଚ ପାହାଡ଼ ଘେରିରେ ଥିବା ଏହି ଗାଁ ବାହାର ଦୁନିଆଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ । ରାସ୍ତାଘାଟ କିଛି ନାହିଁ । ବିଜୁଳି ସ୍ୱପ୍ନ । ଝରଣାପାଣି ବଞ୍ଚିବାର ସାହାରା । ଦୁନିଆର ଆଲୁଅ ଦେଖିବା ପାଇଁ ୩ ପରିବାର କେବେଠୁ ଗାଁ ଛାଡ଼ି ପଳାଇଯାଇଛନ୍ତି । ଆଉ ରହିଯାଇଛନ୍ତି ଏକା ଜଳନ୍ଧରଙ୍କ ପରିବାର । ପରିବାର ବୋଲେ ଜଳନ୍ଧର, ବାପା, ପତ୍ନୀ ଏବଂ ତିନି ସନ୍ତାନ । ନିଜ ଭିଟାମାଟି ନ ଛାଡ଼ିବାର ସଂକଳ୍ପ ନେଇ ଜଳନ୍ଧର ବିକଳ୍ପ ଚିନ୍ତା କରିଥିଲେ । ଗାଁକୁ ରାସ୍ତା ପକାଇବା ପାଇଁ ନିଜେ ହାତରେ ଟାଙ୍ଗିଆ ଓ ଫାଉଡ଼ା ଧରିଥିଲେ । ଆଉ ପାହାଡ଼ କାଟି ରାସ୍ତା ସଫା କରିବା କାମରେ ଲାଗିଯାଇଥିଲେ । ଦୁଇବର୍ଷ ହେଲା ଅବିଶ୍ରାନ୍ତ ଭାବେ ସେ ଏହି କାମରେ ଲାଗିଛନ୍ତି । ଏ ପର୍ଯ୍ୟନ୍ତ ଦୁଇଟି ପାହାଡ଼ କାଟି ୮ ଫୁଟିଆ ରାସ୍ତା ବାହାର କରିସାରିଲେଣି । ବାକି ତିନୋଟି ପାହାଡ଼ କାଟି ରାସ୍ତା ବାହାର କରିବାକୁ ୫ ବର୍ଷ ଟାର୍ଗେଟ୍ ନେଇଛନ୍ତି । ରାସ୍ତା ବାହାର କରି ନିଜ ପରିବାରକୁ ଦୁନିଆ ସହ ସଂଯୋଗ କରାଇବାକୁ ଦୃଢ଼ ସଂକଳ୍ପ ତାଙ୍କର ।
ସ୍ମରଣଯୋଗ୍ୟ, ବିହାରର ଗୟା ଜିଲ୍ଲାର ଦଶରଥ ମାନଝୀ ନିଜ ପତ୍ନୀଙ୍କ ସ୍ମୃତିରେ ଦୁଇଟି ପାହାଡ଼ କାଟି ୩୬୦ ଫୁଟ ଲମ୍ବ, ୩୦ ଫୁଟ ଚଉଡ଼ା ଏବଂ ୨୫ ଫୁଟ ଗଭୀରର ରାସ୍ତା ନିର୍ମାଣ କରିଥିଲେ । ସେଥିପାଇଁ ତାଙ୍କୁ ଦୀର୍ଘ ୨୨ ବର୍ଷ ଲାଗିଥିଲା । ତାଙ୍କର ଏହି କାର୍ଯ୍ୟ ପାଇଁ ସେ ମାଉଣ୍ଟେନ୍ ମ୍ୟାନ୍ ଭାବେ ପରିଚିତ ହୋଇଥିଲେ ।
Previous Post

‘ହେ ପ୍ରଭୁ, ୧୨୦+ ଦିଅ ’

Next Post

ଜଷ୍ଟିସ୍ ଦାସଙ୍କ ମାମଲାରେ ସିବିଆଇର ମନଫୁଲା: ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଆଖିଠାର

Next Post
ଜଷ୍ଟିସ୍ ଦାସଙ୍କ ମାମଲାରେ ସିବିଆଇର ମନଫୁଲା: ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଆଖିଠାର

ଜଷ୍ଟିସ୍ ଦାସଙ୍କ ମାମଲାରେ ସିବିଆଇର ମନଫୁଲା: ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଆଖିଠାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA