ଭୁୁବନେଶ୍ୱର: ରାଜ୍ୟରେ ଆଉ ଦୁଇ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜଣେ ଢ଼େଙ୍କାନାଳର ମହିଳା ଏବଂ ଅନ୍ୟ ଜଣଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିବା ପଶ୍ଚିମବଙ୍ଗ ମେଦିନୀପୁରର ବ୍ୟକ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଟ୍ୱିଟ୍ ଯୋଗେ ଏହି ସୂଚନା ଦିଆଯାଇଛି ।
ନୂଆ କରୋନା ଆକ୍ରାନ୍ତ ମହିଳାଙ୍କ ଘର ଢ଼େଙ୍କାନାଳ ସହରରେ ଏବଂ ତାଙ୍କର ବୟସ ୫୧ ବର୍ଷ । ତେବେ ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରି ଏବଂ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ । ମେଦିନୀପୁରରୁ ଆସିଥିବା ଦ୍ୱିତୀୟ ଆକ୍ରାନ୍ତ ବ୍ୟକ୍ତିଙ୍କ ବୟସ ୬୯ ବର୍ଷ । ଗୁରୁତର ଅସୁସ୍ଥ ହୋଇ ପଶ୍ଚିମବଙ୍ଗରୁ ଏକ ଆମ୍ବୁଲାନସ୍ ଯୋଗେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ କୁ ଚିକିତ୍ସା ପାଇଁ ଆସିଥିଲେ । ତେବେ ତାଙ୍କର କ’ଣ ହେଉଥିଲା ଏବଂ କେବେ ଆସିଥିଲେ କୁହାଯାଇନାହିଁ । ତାଙ୍କ ସମ୍ପର୍କରେ ଅଧିକ ତଥ୍ୟ ଅପରାହ୍ନ ପ୍ରେସମିଟ୍ ରେ ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଜଣାଇଛି ।
ଏହି ଦୁଇଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪ ହୋଇଛି ।