ଭୁବନେଶ୍ୱର: ଗତକାଲି(ଶୁକ୍ରବାର) ରାତିରେ ଆଉ ଦୁଇ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବିଳମ୍ବିତ ରାତିରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍ ରେ ଏହି ସୂଚନା ଦିଆଯାଇଛି । ୧୦ ତାରିଖରେ ସମୁଦାୟ ୨୯୮ ସାମ୍ପଲ୍ ଟେଷ୍ଟ ହୋଇଥିଲା । ସେଥିରୁ ଦୁଇଟି ପଜିଟିଭ୍ ଆସିଛି ।
ତେବେ ଏହି ନୂଆ କ୍ରାନ୍ତ କେଉଁ ଅଞ୍ଚଳର ତାହାର ସୂଚନା ଦିଆଯାଇନାହିଁ । ଏହି ଦୁଇଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ରେ ପହଞ୍ଚିଛି । ଗତକାଲି ୧୦ ଜଣ ଓ ପୂର୍ବରୁ ୨ ଜଣ ସୁସ୍ଥ ହୋଇଛନ୍ତି । ଜଣେ ମୃତ୍ୟୁବରଣ କରିଛନ୍ତି । ଏହି ହିସାବରେ ରାଜ୍ୟରେ ଏବେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ରହିଛି ।