ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ଆସିଥିବା ଦୁଇ ନୂଆ କରୋନା ଆକ୍ରାନ୍ତଙ୍କ କେସ୍ ହିଷ୍ଟ୍ରି ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ । ଏହି ଦୁଇଜଣ ମଧୁସୂଦନ ନଗର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ।
୪୯ ନଂ ଆକ୍ରାନ୍ତଜଣଙ୍କ ୩୫ ବର୍ଷର ମହିଳା ହୋଇଥିବା ବେଳେ ୫୦ ନଂ ଆକ୍ରାନ୍ତ ଜଣେ ୨୩ ବର୍ଷର ଯୁବକ । ନିକଟରେ ମଧୁସୂଦନ ନଗରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କର ଏମାନେ କ୍ଲୋଜ୍ କଣ୍ଟାକ୍ଟ୍ ରେ ଆସିଥିଲେ ବୋଲି କୁହାଯାଇଛି ।
ପୂର୍ବରୁ ଝାରପଡ଼ା ଆକ୍ରାନ୍ତଙ୍କ କ୍ଷେତ୍ରରେ ବି ସେୟା ହୋଇଛି । କରୋନା ଆକ୍ରାନ୍ତ ନିକଟ ସମ୍ପର୍କୀୟଙ୍କୁ ଏମସ୍ ଦେଖିବାକୁ ଯାଇଥିବା ଦୁଇ ଶିଶୁ ଓ ମହିଳା ସଂକ୍ରମଣର ଶିକାର ହୋଇଛନ୍ତି । ପ୍ରଥମ ଥର ପାଇଁ ଏହି ଦୁଇ ଶିଶୁ କରୋନା କବଳରେ ପଡ଼ିଛନ୍ତି । ଏହା ପୂର୍ବରୁ ସୂର୍ଯ୍ୟନଗର ଏବଂ ବମିଖାଲ୍ କେସ୍ ରେ ବି ସେୟା ହୋଇଥିଲା ।