Thursday, April 30, 2026 03:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆଉ ନାହାନ୍ତି ଋଷି କପୁର

by Our Correspondent
30 Apr, 2020- 10:56 AM
in Latest News, National, News
1 min read
0
ଆଉ ନାହାନ୍ତି ଋଷି କପୁର
ମୁମ୍ବାଇ: ଇରଫାନ୍ ଖାନ୍ ଙ୍କ ଅକାଳ ମୃତ୍ୟୁର ୨୪ ଘଣ୍ଟା ନ ପୂରୁଣୁ ଆଜି ବଲିଉଡ୍ ର ଆଉ ଜଣେ କିମ୍ବଦନ୍ତୀ ଋଷି କପୁରଙ୍କର ଦେହାନ୍ତ ହୋଇଯାଇଛି । ଇରଫାନ୍ ଙ୍କ ଭଳି ଋଷି କପୁର ମଧ୍ୟ ଦୀର୍ଘ ଦୁଇବର୍ଷ ଧରି କ୍ୟାନସର୍ ସହ ଲଢ଼େଇ କରୁଥିଲେ । ତାଙ୍କୁ ୬୭ ବର୍ଷ ହୋଇଥିଲା । ଇରଫାନ୍ ଙ୍କ ପଛେ ପଛେ ବଲିଉଡ୍ ର ଚକୋଲେଟ୍ ହୀରୋ କପୁର ଖାନଦାନ୍ ର ଋଷି ଆରପାରିକୁ ଚାଲିଯିବା ବଲିଉଡ୍ ଜଗତକୁ ସମ୍ପୂର୍ଣ୍ଣ ସ୍ତବ୍ଧ କରିଦେଇଛି ।
୨୦୧୮ ରେ ଋଷି କପୁର କ୍ୟାନସରରେ ଆକ୍ରାନ୍ତ ଜଣାପଡ଼ିବା ପରେ ଚିକିତ୍ସା ପାଇଁ ନିୟୁର୍କ ଚାଲିଯାଇଥିଲେ । ବର୍ଷେ କାଳ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଗତ ସେପ୍ଟେମ୍ବର ମାସରେ ଭାରତ ଫେରିଥିଲେ । ତାଙ୍କର ସ୍ୱାଭାବିକ ଜୀବନ ବିତାଉଥିବା ବେଳେ ଗତକାଲି ହଠାତ୍ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ତାଙ୍କୁ ମୁମ୍ବାଇର ସାର୍ ଏଚଏନ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ମାତ୍ର ଆଜି ସକାଳୁ ସେ ଆଖି ବୁଜିଦେଇଥିଲେ । ଅମିତାଭ ବଚନ ଟ୍ୱିଟ୍ କରି ପ୍ରଥମେ ଏହି ଦୁଃଖଦ ଖବର ଜଣାଇଥିଲେ । ଅମିତାଭ ଲେଖିଥିଲେ..

ପୃଥ୍ୱୀରାଜ କପୁରଙ୍କ ନାତି ତଥା ରାଜକପୁରଙ୍କ ଦ୍ୱିତୀୟ ପୁତ୍ର ଋଷି କପୁରଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା ୧୯୭୦ରେ ବାପାଙ୍କ ନିର୍ମିତ ଫିଲ୍ମ ମେରା ନାମ ଜୋକର୍ ରୁ । ସେଥିରେ ଶିଶୁ କଳାକାର ଭାବେ ଅଭିନୟ କରି ସେ ଶ୍ରେଷ୍ଠ କଳାକାର ଭାବେ ଜାତୀୟ ଫିଲ୍ମ ଫେୟାର୍ ପୁରସ୍କାର ପାଇଥିଲେ । ଏହାପୂର୍ବରୁ ଅବଶ୍ୟ ବାପାଙ୍କ ଶ୍ରୀ ୪୨୦ ଫିଲ୍ମର ପ୍ୟାର୍ ହୁଆ, ଇକରାର ହୁଆ.. ଗୀତରେ ଅନ୍ୟ ଦୁଇ ଛୁଆଙ୍କ ସହ ଋଷିଙ୍କୁ ଦେଖିବାକୁ ମିଳିଥିଲା । ଫିଲ୍ମ ହୀରୋ ଭାବେ ୧୯୭୩ ମସିହାରେ ଋଷି ଆସିଥିଲେ ‘ବବି’ ଫିଲ୍ମରେ । ଡିମ୍ପଲ୍ କାପାଡ଼ିଆଙ୍କ ବିପକ୍ଷରେ ସେ ଅଭିନୟ କରି ୧୯୭୪ ମସିହାର ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର୍ ପୁରସ୍କାର ଲାଭ କରିଥିଲେ ।
‘ବବି’ ବକ୍ସ ଅଫିସରେ ଅଦ୍ଭୁତପୂର୍ବ ସଫଳତା ପାଇବା ପରେ ଋଷି ବଲିଉଡ୍ ରେ ହୋଇଗଲେ ହଟ୍ ଷ୍ଟାର । ରୋମାଣ୍ଟିକ୍ ଚରିତ୍ରରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖୁଥିଲା । ବଲିଉଡ୍ ର ଚକୋଲେଟ୍ ହୀରୋ ଭାବେ ସେ ସମସ୍ତଙ୍କ ହୃଦୟରେ ବସା ବାନ୍ଧିଦେଲେ । ୧୯୭୩ ରୁ ୨୦୦୦ ମସିହା ମଧ୍ୟରେ ୯୨ଟି ଫିଲ୍ମରେ ସେ ରୋମାଣ୍ଟିକ୍ ହୀରୋ ଚରିତ୍ରରେ ଅଭିନୟ କରିଥିଲେ । ସେଥିମଧ୍ୟରୁ ୩୬ ଟି ଫିଲ୍ମ ବକ୍ସ ଅଫିସ୍ ହିଟ୍ କରିଥିଲା ।
୨୦୦୮ ମସିହାରେ ଫିଲ୍ମ ଫେୟାର୍ ଲାଇଫଟାଇମ୍ ଆକଚିଭମେଣ୍ଟ ପୁରସ୍କାର ମିଳିଥିଲା ଋଷିଙ୍କୁ । ୨୦୧୧ ମସିହାରେ ଫିଲ୍ମ ‘ ଦୋ ଦୋନି ଚାର୍’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର୍ କ୍ରିଟକସ୍ ଆୱାର୍ଡ ଲାଭ କରିଥିଲେ । ୨୦୧୭ ମସିହାରେ ଫିଲ୍ମ ‘କପୁର ଆଣ୍ଡ ସନ୍ସ’ ପାଇଁ ବେଷ୍ଟ ସପୋର୍ଟିଂ ଆୱାର୍ଡ ପାଇଥିଲେ ।
ନିତୁ ସିଂ ଙ୍କୁ ୧୯୮୦ ମସିହାରେ ବିବାହ କରିଥିଲେ ଋଷି । ନିତୁଙ୍କ ସହ ସେ ୧୫ଟି ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କର ପୁଅ ହେଉଛନ୍ତି ଲୋକପ୍ରିୟ ଅଭିନେତା ରଣବୀର କପୁର ଏବଂ ଝିଅ ପ୍ରସିଦ୍ଧ ଡିଜାଇନର୍ ରିଧିମା କପୁର ସାହାଣୀ ।
Previous Post

ବାଲେଶ୍ୱରରୁ ଆଉ ୩ ପଜିଟିଭ୍

Next Post

ଯାଜପୁରରୁ ଆଉ ୩ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୨୮

Next Post
ଯାଜପୁରରୁ ଆଉ ୩ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୨୮

ଯାଜପୁରରୁ ଆଉ ୩ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୨୮

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA