ଭୁବନେଶ୍ୱର: ଯାଜପୁର ଜିଲ୍ଲାରୁ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ୧୮ ବର୍ଷୀୟା ଜଣେ ଯୁବତୀ ଓ ୫୬ ଏବଂ ୬୫ ବର୍ଷୀୟ ଦୁଇଜଣ ପୁରୁଷ ଅଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ ରେ ପହଞ୍ଚିଛି ।
ଯୁବତୀ ଏବଂ ୫୬ ବର୍ଷୀୟ ବ୍ୟକ୍ତିଙ୍କ ଘର କଟିକଟା କଣ୍ଟେନମେଣ୍ଟଅଞ୍ଚଳରେ । ଉଭୟ କୋଲକତା ଫେରନ୍ତା ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି । ୬୫ ବର୍ଷୀୟ ବ୍ୟକ୍ତିଜଣଙ୍କ କୋଲକତାରୁ ଫେରିଥିଲେ । ତାଙ୍କର କୌଣସି ଲକ୍ଷଣ ନ ଥିଲା ।