Monday, May 25, 2026 04:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଉ ନାହାନ୍ତି ପ୍ରଖ୍ୟାତ ନ୍ୟୁରୋ ସର୍ଜନ ସନାତନ ରଥ

by Our Correspondent
09 Jun, 2020- 01:11 PM
in Latest News, News
1 min read
0
ଆଉ ନାହାନ୍ତି ପ୍ରଖ୍ୟାତ ନ୍ୟୁରୋ ସର୍ଜନ ସନାତନ ରଥ
କଟକ: ଓଡ଼ିଶାରେ ନ୍ୟୁରୋରୋ ଚିକିତ୍ସା ବିଜ୍ଞାନର ଭୀଷ୍ମ ପିତାମହ ପ୍ରଫେସର ଡାକ୍ତର ସନାତନ ରଥ ଆଉ ନାହାନ୍ତି । କର୍କଟ ରୋଗରେ ପୀଡ଼ିତ ପ୍ରଫେସର ରଥ ତୁଳସୀପୁରସ୍ଥିତି ନିଜ ବାସଭବନରେ ଶଯ୍ୟାଶାୟୀ ଥିଲେ । ଆଜି ଦିନ ପ୍ରାୟ ସାଢ଼େ ୧୦ଟା ବେଳକୁ ହୃଦଘାତରେ ଆଖି ବୁଜି ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ପ୍ରଫେସର ରଥଙ୍କ ମୃତ୍ୟୁ ରାଜ୍ୟର ନ୍ୟୁରୋ ଚିକିତ୍ସା କ୍ଷେତ୍ରରେ ଅପୂରଣୀୟ କ୍ଷତି ଆଣିଦେଇଛି ।
ଜୁଲାଇ ୨୫, ୧୯୩୪ ମସିହାରେ ଜନ୍ମିତ ପ୍ରଫେସର ରଥ ୧୯୫୭ ମସିହାରେ ଏମବିବିଏସ୍ ପାସ୍ କରିଥିଲେ । ୧୯୬୨ ମସିହାରେ ପାଟଣାରୁ ଏମଏସ୍(ସର୍ଜନ) ଏବଂ ୧୯୬୫ ମସିହାରେ ସିଏମସି, ଭେଲୋର ରୁ ନ୍ୟୁରୋ ସର୍ଜରୀରେ ଏମଏସ୍ ଡିଗ୍ରୀ ହାସଲ କରିଥିଲେ । ଅତ୍ୟନ୍ତ ମେଧାବୀ ଛାତ୍ର ଥିବାରୁ ତାଙ୍କୁ ବାହାରେ ଲୋଭନୀୟ ଅଫର୍ ମିଳିଥିଲେ ମଧ୍ୟ ତାହାକୁ ପ୍ରତ୍ୟାଖ୍ୟାନ କରି ଓଡ଼ିଶାକୁ ନିଜର ସେବା କ୍ଷେତ୍ର ଭାବେ ବାଛିଥିଲେ । ତାଙ୍କୁ ଓଡ଼ିଶାରେ ନ୍ୟୁରୋ ସର୍ଜନ ଚିକିତ୍ସାର ଜନକ ବୋଲି କୁହାଯାଏ ।
କଟକରେ ଏସସିବିରେ ଯୋଗଦେବା ପରେ ପ୍ରଫେସର ରଥଙ୍କ ଉଦ୍ୟମରେ ସେଠାରେ ନ୍ୟୁରୋଲୋଜି ଏବଂ ନ୍ୟୁରୋ ସର୍ଜରୀ ୟୁନିଟ୍ ସ୍ଥାପନ କରାଯାଇଥିଲା । ଏସସିବିର ନ୍ୟୁରୋ ସର୍ଜରୀ ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ଏହାପୂର୍ବରୁ ୧୯୯୧ ମସିହାରେ ରାଜ୍ୟ ଡାକ୍ତରୀ ଶିକ୍ଷାର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ । ୧୯୯୪ ମସିହାରେ ନ୍ୟୁରୋଲୋଜିକାଲ୍ ସୋସାଇଟି ଅଫ ଇଣ୍ଡିଆର ସଭାପତି ନିର୍ବାଚିତ ହୋଇଥିଲେ ।
ପ୍ରଫେସର ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଜଟିଳ ନ୍ୟୁରୋ ଚିକିତ୍ସା କ୍ଷେତ୍ରରେ ତାଙ୍କର ଯଥେଷ୍ଟ ସୁନାମ ଥିଲା । ଜଣେ ପ୍ରତିଭାବାନ ପ୍ରଫେସର ଭାବେ ମଧ୍ୟ ତାଙ୍କର ଖ୍ୟାତି ଥିଲା । ଓଡ଼ିଶାରେ ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ର ବିଶେଷ କରି ନ୍ୟୁରୋଲୋଜି ଶିକ୍ଷାରେ ତାଙ୍କର ଅବଦାନ ସବୁବେଳ ପାଇଁ ସ୍ମରଣୀୟ ରହିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି । ସ୍ୱର୍ଗତ ରଥଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ସବୁ ବର୍ଗର ବିଶିଷ୍ଟ ବ୍ୟକ୍ତିମାନେ ସ୍ୱର୍ଗତ ରଥଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
Previous Post

ଅର୍ଜୁନ ସେଠୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

Next Post

ଏମସ୍ ର ୪ ଡାକ୍ତରଙ୍କୁ କରୋନା

Next Post
ଏମସ୍ ର ୪ ଡାକ୍ତରଙ୍କୁ କରୋନା

ଏମସ୍ ର ୪ ଡାକ୍ତରଙ୍କୁ କରୋନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA