ଭୁୁବନେଶ୍ୱର: ଭୁବନେଶ୍ୱର ଅଲ୍ ଇଣ୍ଡିଆ ଇନଷ୍ଟିଚୁ୍ୟଟ୍ ଅଫ ମେଡ଼ିକାଲ୍ ସାଇସେନ୍ସ (ଏମସ୍)ରେ କାର୍ଯ୍ୟରତ ୪ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ସିନିୟର ରେସିଡେଣ୍ଟ ଡାକ୍ତର ହୋଇଥିବା ବେଳେ ଅନ୍ୟ ଜଣଙ୍କ ଜୁନିୟର ରେସିଡେଣ୍ଟ ଡାକ୍ତର ବୋଲି ଏମସ୍ ନିଦେ୍ର୍ଦଶିକା ସୂଚନା ଦେଇଛନ୍ତି । ୩ ସିନିୟର ରେସିଡେଣ୍ଟ ଡାକ୍ତର ହେଉଛନ୍ତି ସର୍ଜରୀ, ପାଥୋଲୋଜି, ଫାର୍ମାକୋଲୋଜି ବିଭାଗର । ଏହି ୩ ଡାକ୍ତର ଏକାଠି ରହୁଥିଲେ ।
ଏମସ୍ ର ଚାରି ଚାରି ଜଣ ଡାକ୍ତର କରୋନା ଆକ୍ରାନ୍ତ ହେବାର ଖବର ଆସିବା ପରେ ସେଠାକାର ସବୁ କର୍ମଚାରୀ ଏବଂ ଚିକିତ୍ସା ହେବାକୁ ଆସିଥିବା ରୋଗୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି ।
ସେପଟେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସଟ୍ ଡାଉନ୍ ଦୁଇ ଦିନ ପରିବର୍ତ୍ତେ ୫ ଦିନ ହେବ ବୋଲି ଲୋକଙ୍କ ମଧ୍ୟରେ ସୃଷ୍ଟ ଗୁଜବକୁ ଖଣ୍ଡନ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ସଟ୍ ଡାଉନ୍ ବୃଦ୍ଧି ଗୁଜବକୁ ବିଶ୍ୱାସ ନ କରିବାକୁ ଟ୍ୱିଟ୍ ଯୋଗେ ଲୋକଙ୍କୁ ଅନୁରୋଧ କରିଛନ୍ତି । ସପ୍ତାହରେ ଶନିବାର ଓ ରବିବାର କେବଳ ସଟ୍ ଡାଉନ୍ ହେବ । ଏହାକୁ ବୃଦ୍ଧି କରାଯିବ ନାହିଁ । ତେଣୁ ଉଡ଼ା କଥାରେ ବିଶ୍ୱାସ କରନ୍ତୁନୁ କି ଆତଙ୍କିତ ହୁଅନ୍ତୁନୁ ବୋଲି ଶ୍ରୀ ଜେନା କହିଛନ୍ତି ।