Thursday, April 30, 2026 04:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆଗେଇଲା ପୁରୀ ବିକାଶ ଯୋଜନା

by Our Correspondent
30 Dec, 2019- 11:27 PM
in Latest News, News
1 min read
0
ଆଗେଇଲା ପୁରୀ ବିକାଶ ଯୋଜନା
ଭୁବନେଶ୍ୱର: ପୁରୀ ବିକାଶ ଯୋଜନାରେ ରାଜ୍ୟ ସରକାର ଆଉ ଦୁଇପାଦ ଆଗେଇଛନ୍ତି । ଶ୍ରୀ ଜଗନ୍ନାଥ ହେରିଟେଜ କରିଡର ଚିଠା ଆର୍କିଟେକ୍ଚୁରାଲ୍ ପ୍ଲାନ୍ ସମ୍ପର୍କରେ ଜନସାଧାରଣଙ୍କଠାରୁ ମତାମତ ମଗାଯାଇଛି । ଇ-ମେଲ୍ ଜରିଆରେ ୨୦୨୦ ଜାନୁଆରୀ ୧୫ ସୁଦ୍ଧା ଜନସାଧାରଣ ସେମାନଙ୍କ ମତାମତ ଶ୍ରୀମନ୍ଦିର ପ୍ରଶାସନକୁ ପଠାଇପାରିବେ । ଇ-ମେଲ ଠିକଣା ହେଉଛି .. ଜନସାଧାରଣଙ୍କ ପ୍ରସ୍ତାବକୁ ତର୍ଜମା କରାଯାଇ ଚୂଡ଼ାନ୍ତ ଯୋଜନା ଫେବୃଆରୀ ମାସରେ ପ୍ରକାଶିତ ହେବ ।
ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଜଗନ୍ନାଥ ହେରିଟେଜ କରିଡର ଚିଠା ଆର୍କିଟେକ୍ଚୁରାଲ୍ ପ୍ଲାନ୍ ଓଡ଼ିଶାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଉ କେତୋଟି ବଡ଼ ଘୋଷଣା କରିଛନ୍ତି ।
ଶ୍ରୀଜଗନ୍ନାଥ ଐତିହ୍ୟ କରିଡ଼ର ପାଇଁ ଜମି ଦେଇଥିବା ମଠ ଓ ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ସେମାନଙ୍କ ନାଁ ଐତିହ୍ୟ କରିଡ଼ରରେ ଏକ ଫଳକରେ ସବୁଦିନ ପାଇଁ ସ୍ଥାନିତ ହେବ ବୋଲି ଘୋଷଣା କରିଛନ୍ତି । ସେହିଭଳି ଐତିହ୍ୟ କରିଡ଼ର ପାଇଁ ଅଧିଗୃହୀତ ସମସ୍ତ ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ କରାଯିବ ବୋଲି ଘୋଷଣା କରିଛନ୍ତି ।
ଆଜି ଲୋକାର୍ପିତ ହୋଇଥିବା ଚିଠା ଆର୍କିଟେକ୍ଚୁରାଲ୍ ପ୍ଲାନ୍ କେବଳ କରିଡ଼ରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ସୁବିଧା ସୁଯୋଗର ବିକାଶ ମଧ୍ୟରେ ସୀମିତ ବୋଲି କୁହାଯାଇଛି । ଶ୍ରୀମନ୍ଦିରର ସୁରକ୍ଷା ଓ କାର୍ଯ୍ୟକାରିତା ନିମନ୍ତେ ଯୋଜନା ପ୍ରସ୍ତୁତି ଦାୟିତ୍ୱ ଏ ସଂକ୍ରାନ୍ତରେ ଖ୍ୟାତି ଅର୍ଜନ କରିଥିବା ବୃତ୍ତିଧାରୀମାନଙ୍କୁ ଅର୍ପଣ କରାଯିବ ।
ମହାପ୍ରଭୁଙ୍କ ଧାମକୁ ବର୍ଷ ସାରା ଦେଶ ବିଦେଶରୁ ଲକ୍ଷ ଲକ୍ଷ ଯାତ୍ରୀ ଆସୁଥିବାରୁ ସେମାନଙ୍କ ସୁବିଧା ସୁଯୋଗ ଓ ସୁଖଦ ଅନୁଭବ ପାଇଁ ପାରିପାଶ୍ୱିର୍କ ବିକାଶ ଯୋଜନାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଅତ୍ୟାଧୁନିକ ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା ସହ ମଝିରେ ମଝିରେ ବିଶ୍ରାମ ନେବାର ସୁବିଧା ମଧ୍ୟ କରାଯିବ । ଯାତ୍ରୀମାନଙ୍କ ପାଦ ଓ ହାତ ଧୋଇବା ନିମନ୍ତେ ଅତ୍ୟାଧୁନିକ ବ୍ୟବସ୍ଥା, ଉପଯୁକ୍ତ ଆଲୋକ, ସିସିଟିଭି ବ୍ୟବସ୍ଥା ସହିତ ପିଇବା ପାଣି ଓ ଶୈାଚାଳୟର ବିକାଶ କରାଯିବ ।
ଶ୍ରୀମନ୍ଦିର ଚତୁପାଶ୍ୱର୍ରେ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରାଯିବ । ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ବେଶ, ଦଶାବତାର ଏବଂ ଜଗନ୍ନାଥ ସଂସ୍କୃତିର ଅନନ୍ୟ ବୈଭବ ସମ୍ପର୍କରେ ଯାତ୍ରୀମାନଙ୍କୁ ଅବଗତ କରାଇବା ପାଇଁ ବ୍ୟବସ୍ଥା କରାଯିବ । ମୁକ୍ତାକାଶ ମଞ୍ଚରେ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଦର୍ଶନର ଆୟୋଜନ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି ।
ଆଜିର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।
Previous Post

ନବୀନଙ୍କ ନବବର୍ଷ ଭେଟି: ଆଉ ନୁହେଁ ତହସିଲ ଯନ୍ତ୍ରଣା

Next Post

ପାଣ୍ଡିଆନ୍ ଙ୍କ ଖୁଲାସା: ମହାପ୍ରଭୁଙ୍କ ସବୁଠୁ ବଡ଼ ଭକ୍ତ ମୁଖ୍ୟମନ୍ତ୍ରୀ

Next Post
ପାଣ୍ଡିଆନ୍ ଙ୍କ ଖୁଲାସା: ମହାପ୍ରଭୁଙ୍କ ସବୁଠୁ ବଡ଼ ଭକ୍ତ ମୁଖ୍ୟମନ୍ତ୍ରୀ

ପାଣ୍ଡିଆନ୍ ଙ୍କ ଖୁଲାସା: ମହାପ୍ରଭୁଙ୍କ ସବୁଠୁ ବଡ଼ ଭକ୍ତ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA