Thursday, April 30, 2026 06:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପାଣ୍ଡିଆନ୍ ଙ୍କ ଖୁଲାସା: ମହାପ୍ରଭୁଙ୍କ ସବୁଠୁ ବଡ଼ ଭକ୍ତ ମୁଖ୍ୟମନ୍ତ୍ରୀ

by Our Correspondent
30 Dec, 2019- 11:35 PM
in Latest News, News
1 min read
0
ପାଣ୍ଡିଆନ୍ ଙ୍କ ଖୁଲାସା: ମହାପ୍ରଭୁଙ୍କ ସବୁଠୁ ବଡ଼ ଭକ୍ତ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ୨୦୧୬ ନୂଆବର୍ଷରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନରେ ଯାଉଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବବର୍ଷ ଉପଲକ୍ଷେ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ରାସ୍ତାସାରା ଦୁଇପଟରେ ବଡ଼ ବଡ଼ ବିଜ୍ଞାପନ ହୋର୍ଡିଂ ଲାଗିଥିଲା । ଅଧିକାଂଶ ହୋର୍ଡିଂରେ ଜଗନ୍ନାଥ ଶୋଭା ପାଉଥିଲେ । ମୁଖ୍ୟମନ୍ତ୍ରୀ ଯେଉଁ ହୋର୍ଡିଂରେ ମହାପ୍ରଭୁଙ୍କୁ ଦେଖୁଥିଲେ ଆଖି ବୁଜି ମୁଣ୍ଡିଆ ମାରୁଥିଲେ । ରାସ୍ତା ସାରା ମୁଖ୍ୟମନ୍ତ୍ରୀଙ୍କୁ ଏମିତି ଅବସ୍ଥାରେ ଦେଖିବାକୁ ମିଳିଥିଲା । ସେଦିନ ଜଗନ୍ନାଥଙ୍କୁ ଦର୍ଶନ ସାରି ଫେରିଲା ବେଳେ ଶ୍ରୀମନ୍ଦିରର ଉନ୍ନତି ପାଇଁ ନିଦେ୍ର୍ଦଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଯାହା ଏବେ ବାସ୍ତବ ରୂପ ନେବାକୁ ଯାଉଛି ।
ଆଜି ଲୋକସେବା ଭବନରେ ଆୟୋଜିତ ଶ୍ରୀ ଜଗନ୍ନାଥ ହେରିଟେଜ୍ କରିଡ଼ର ଚିଠା ଲୋକାର୍ପଣ ସମାରୋହରେ ଏହି ଖୁଲାସା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନ୍ । ତାହାପୁଣି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ସାମନାରେ । ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କର ବଡ଼ଭକ୍ତ ବୋଲି ଜଣାଇବାକୁ ଯାଇ ୨୦୧୬ ନବବର୍ଷରେ ତାଙ୍କ ସହ କାଟିଥିବା ମୁହୁର୍ତ୍ତକୁ ମନେ ପକାଇଛନ୍ତି ପାଣ୍ଡିଆନ୍ ।
‘ମୁଁ ସାର୍ ଙ୍କ ପଛସିଟ୍ ରେ ବସିଥିଲି । ରାସ୍ତାରେ ବିଜ୍ଞାପନ ହୋର୍ଡିଂରେ ଶୋଭା ପାଉଥିବା ମହାପ୍ରଭୁଙ୍କୁ ସାର୍ ଆଖି ବୁଜି ମୁଣ୍ଡିଆ ମାରୁଥିବା ଲକ୍ଷ୍ୟ କରିଥିଲି । ତେବେ ଗୋଟେ ଦିଇଟା ଜାଗାରେ ନୁହେଁ, ରାସ୍ତା ସାରା ଦୁଇପଟେ ଜଗନ୍ନାଥଙ୍କ ଫଟୋ ଲାଗିଥିବା ସବୁ ବିଜ୍ଞାପନ ହୋର୍ଡିଂକୁ ଚାହିଁ ମୁଖ୍ୟମନ୍ତ୍ରୀ ଏଭଳି ମୁଣ୍ଡିଆ ମାରୁଥିଲେ । ପୁରୀରେ ପହଞ୍ଚି ଶ୍ରୀମନ୍ଦିରକୁ ପଶିଲା ପରେ ମହାପ୍ରଭୁଙ୍କ ସାମନାରେ ମୁଁ ଜଣେ ଭିନ୍ନ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ପାଇଲି’ । ସେଦିନର ସ୍ମୃତିକୁ ଆବେଗଭରା କଣ୍ଠରେ ମନେ ପକାଇଥିଲେ ପାଣ୍ଡିଆନ୍ ।
ଜଗନ୍ନାଥଙ୍କ ଦର୍ଶନ ସାରି ଫେରିବା ରାସ୍ତାରେ ମୁଖ୍ୟମନ୍ତ୍ରୀ ତାଙ୍କ ସହ କଥା ହେଲା ବେଳେ ଶ୍ରୀମନ୍ଦିର କଥା ଉଠାଇ ଗମ୍ଭୀର ହୋଇଯାଇଥିଲେ । ‘ଆମେ ଶ୍ରୀମନ୍ଦିର ବିକାଶ ପାଇଁ କିଛି କଲେ ଭଲ ହେବ’ ବୋଲି ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସେଦିନର ପରିକଳ୍ପନାରୁ ପୁରୀର ବିକାଶ ଯୋଜନା ଆରମ୍ଭ ହେଲା । ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ ମୁଖ୍ୟମନ୍ତ୍ରୀ ବୋଲି ଭାବବିହ୍ୱଳ ପାଣ୍ଡିଆନ୍ କହିଥିଲେ ।
ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନାକୁ ସାକାର କରିବା ପାଇଁ କିଭଳି ତୁରନ୍ତ କାର୍ଯ୍ୟ ଆରମ୍ଭ କରାଗଲା ସେହି ଗୁମର ବି ଖୋଲିଥିଲେ ପାଣ୍ଡିଆନ୍ । ୨୦୧୬ ଜାନୁଆରୀ ପ୍ରଥମ ସପ୍ତାହରେ ବଡ଼ଦାଣ୍ଡରେ ଥିବା ପୁରୁଣା ଜେଲ୍ କୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଗଲା । ଜେଲ୍ ବିଭାଗର ତତ୍କାଳୀନ ଏଡିଜି ଏହି ପ୍ରସ୍ତାବରେ ସହମତି ନଥିଲେ । ଏଭଳି ଅଚାନକ ନିଷ୍ପତ୍ତିର କାରଣ କେହି ବୁଝି ପାରି ନ ଥିଲେ । ତେବେ ୧୪ ମାସ ଭିତରେ ନୂଆ ଜେଲ୍ ନିର୍ମାଣ କରାଯାଇ ପୁରୁଣା ଜେଲ୍ କୁ ସ୍ଥାନାନ୍ତର କରାଗଲା ।
Previous Post

ଆଗେଇଲା ପୁରୀ ବିକାଶ ଯୋଜନା

Next Post

ବନ୍ଧାହେଲେ ଲାଞ୍ଚୁଆ ଆଇଏଏସ୍ ବାବୁ

Next Post
ବନ୍ଧାହେଲେ ଲାଞ୍ଚୁଆ ଆଇଏଏସ୍ ବାବୁ

ବନ୍ଧାହେଲେ ଲାଞ୍ଚୁଆ ଆଇଏଏସ୍ ବାବୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA