Thursday, April 30, 2026 07:48 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବନ୍ଧାହେଲେ ଲାଞ୍ଚୁଆ ଆଇଏଏସ୍ ବାବୁ

by Our Correspondent
30 Dec, 2019- 11:54 PM
in Latest News, News
1 min read
0
ବନ୍ଧାହେଲେ ଲାଞ୍ଚୁଆ ଆଇଏଏସ୍ ବାବୁ
ଭୁବନେଶ୍ୱର: ‘ମୋ ସରକାର’ କାର୍ଯ୍ୟକ୍ରମର ବଡ଼ ସଫଳତା । ୨୦୦୯ ବ୍ୟାଚ୍ ଆଇଏଏସ ଅଫିସର ତଥା ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ୍ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି । ରାଜ୍ୟ ସରକାର ତାଙ୍କୁ ତୁରନ୍ତ ଚାକିରିରୁ ସସପେଣ୍ଡ କରିଛନ୍ତି । ଜଣେ ଆଇଏଏସ୍ ବାବୁ ଲକ୍ଷେ ଟଙ୍କା ଲାଞ୍ଚ ନେଇ ଚାକିରିରୁ ତଡ଼ା ଖାଇବା ବିଦାୟୀ ବର୍ଷରେ ଚର୍ଚ୍ଚାର ବିଷୟ ହୋଇଛି ।
ରାଜ୍ୟ ସରକାରଙ୍କ ‘ମୋ ସରକାର’ ଅଧୀନରେ ୫-ଟି ତନାଘନା ଜୋରଦାର ଚାଲିଛି । କିଛି ଦିନ ତଳେ ଉଦ୍ୟାନ କୃଷି ବିଭାଗରେ ଅବାଧ ଦୁର୍ନୀତି ସମ୍ପର୍କରେ ଅଭିଯୋଗ ଆସିଥିଲା । ଖୋଦ୍ ନିର୍ଦ୍ଦେଶକ ଲାଞ୍ଚ ମାଗୁଥିବାର ନିର୍ଦ୍ଦିଷ୍ଟ ଅଭିଯୋଗ ପାଇଥିଲା ଭିଜିଲାନସ୍ । ତେଣୁ ନିର୍ଦ୍ଦେଶକଙ୍କ କାର୍ଯ୍ୟ ଉପରେ ଜାଲ୍ ବିଛାଇଥିଲା । ଏସଆରଏମ ପ୍ଲାଷ୍ଟୋକେମିକାଲ୍ ପ୍ରାଇଭେଟ ଲିମିଟେଡ଼ ନାମକ ସଂସ୍ଥାର ୫୦ ଲକ୍ଷ ବିଲ୍ ପାସ୍ କରାଇଦେବାକୁ ନିଦେ୍ର୍ଦଶକ ବିଜୟ କେତନ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଯାଇଥିଲେ । ଭିଜିଲାନସ୍ ଟିମ୍ ତାଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା । ତତକ୍ଷଣାତ ରାଜ୍ୟ ସରକାର ତାଙ୍କୁ ଚାକିରିରୁ ସସପେଣ୍ଡ କରିଛନ୍ତି ।
ଖାଲି ସେତିକିରେ ସରକାରୀ କାର୍ଯ୍ୟାନୁଷ୍ଠାନ ସରିନାହିଁ । ଆଇଏଏସ ବାବୁଙ୍କ ବେନାମୀ ସମ୍ପତ୍ତିର ଖୋଳତାଡ଼ ଆରମ୍ଭ ହୋଇଛି । ତାଙ୍କ ଘର, ଅଫିସ ଓ ସମ୍ପର୍କୀୟଙ୍କର ୧୧ଟି ସ୍ଥାନରେ ଚଢ଼ାଉ ହୋଇଛି । ୧୦୦ରୁ ଅଧିକ ଭିଜିଲାନସ ଅଧିକାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି । ବିଭିନ୍ନ ବିଭାଗରେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ନିଷ୍ପତ୍ତି ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଗୁଡ଼ିକର ତନାଘନା ମଧ୍ୟ ଆରମ୍ଭ ହୋଇଯାଇଛି ।
ଖାଲି ତଳିଆ ନୁହଁନ୍ତି ଅନୀତି ଓ ଦୁର୍ନୀତିରେ ଲିପ୍ତ ବଡ଼ବଡ଼ିଆମାନଙ୍କୁ କଠୋର ହସ୍ତରେ ଦମନ କରିବା ପାଇଁ ପଛଘୁଞ୍ଚା ଦିଆଯିବ ନାହିଁ ବୋଲି ସରକାର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଦୁର୍ନୀତିରେ ଲିପ୍ତ କାହାରିକୁ ଛଡ଼ାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ପୁଣିଥରେ ଚେତାଇ ଦିଆଯାଇଛି ।
Previous Post

ପାଣ୍ଡିଆନ୍ ଙ୍କ ଖୁଲାସା: ମହାପ୍ରଭୁଙ୍କ ସବୁଠୁ ବଡ଼ ଭକ୍ତ ମୁଖ୍ୟମନ୍ତ୍ରୀ

Next Post

ସ୍ୱାମୀଙ୍କୁ ହରାଇଲେ ଗୀତା ମେହେଟ୍ଟା

Next Post
ସ୍ୱାମୀଙ୍କୁ ହରାଇଲେ ଗୀତା ମେହେଟ୍ଟା

ସ୍ୱାମୀଙ୍କୁ ହରାଇଲେ ଗୀତା ମେହେଟ୍ଟା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA