Thursday, April 30, 2026 02:53 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନଙ୍କ ନବବର୍ଷ ଭେଟି: ଆଉ ନୁହେଁ ତହସିଲ ଯନ୍ତ୍ରଣା

by Our Correspondent
28 Dec, 2019- 10:45 PM
in Latest News, News
1 min read
0
ନବୀନଙ୍କ ନବବର୍ଷ ଭେଟି: ଆଉ ନୁହେଁ ତହସିଲ ଯନ୍ତ୍ରଣା

– ସଲଭେନ୍ସୀ ସାର୍ଟିଫିକେଟ୍ ବ୍ୟବସ୍ଥା ଉଚ୍ଛେଦ
– ଇ-ସାର୍ଟିଫିକେଟ ଓ ମୋବାଇଲ ପାଉତି ଆପ୍ ର ଶୁଭାରମ୍ଭ
– ଏଭଳି ବ୍ୟବସ୍ଥା କାର୍ଯ୍ୟକାରିତାରେ ଓଡ଼ିଶା ପ୍ରଥମ ରାଜ୍ୟ

ଭୁବନେଶ୍ୱର: ରାଜସ୍ୱ ସେବା କ୍ଷେତ୍ରରେ ରାଜ୍ୟ ସରକାର ବୈପ୍ଲବିକ ପରିବର୍ତ୍ତନ ଆଣିଛନ୍ତି । ସଲଭେନ୍ସୀ ବା ଆୟ ପ୍ରମାଣପତ୍ର ପାଇବା ପାଇଁ ଲୋକଙ୍କୁ ଆଉ ତହସିଲ ଅଫିସ ଦୌଡ଼ିବାକୁ ପଡ଼ିବନି । ରାଜ୍ୟ ସରକାର ଏହି ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି । ସେହିଭଳି ଖଜଣା ଦାଖଲ ପାଇଁ ଆଉ ଅଫିସ ଯିବାକୁ ପଡ଼ିବନି । ଏଣିକି ଲୋକମାନେ ଘରେ ବସି ମୋବାଇଲ୍ ଆପ୍ ଜରିଆରେ ଜମିଜମାର ଖଜଣା ପ୍ରଦାନ କରି ପାଉତି ପାଇପାରିବେ । ସରକାରୀ କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପ୍ରାପ୍ୟ ପାଇଁ ପରିବାରକୁ ଲିଗାଲ୍ ହେୟାର ସାର୍ଟିଫିକେଟ୍ ବି ଦେବାକୁ ପଡ଼ିବନି ।
ରାଜସ୍ୱ ସେବା କ୍ଷେତ୍ରରେ ପ୍ରଚଳିତ ଜଟିଳ ବ୍ୟବସ୍ଥାର ସରଳୀକରଣ କରିଛନ୍ତି ରାଜ୍ୟ ସରକାର । ସେଥିପାଇଁ ଇ-ସାର୍ଟିଫିକେଟ୍ ପ୍ରଦାନ ଓ ମୋବାଇଲ ପାଉତି ଆପ୍ ର ଶୁଭାରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ୫ଟି କାର୍ଯ୍ୟକ୍ରମ ଜରିଆରେ ପ୍ରଶାସନରେ ବ୍ୟାପକ ପରିବର୍ତ୍ତନ ଆଣିବା ଉଦ୍ୟମର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିଚାର କରାଯାଉଛି । ସାରା ଦେଶରେ ଏହା କାର୍ଯ୍ୟକାରୀ କରିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ।
କେବଳ ଇନକମ୍ ସାର୍ଟିଫିକେଟ୍ ନୁହେଁ, ରେସିଡେଣ୍ଟ(ବାସସ୍ଥାନ)ସାର୍ଟିଫିକେଟ୍ ହିତାଧିକାରୀମାନେ ସରକାରୀ ଅଫିସରୁ ନ ଆଣି ନିଜେ ଦେବେ । ନିଜ ଫଟୋ ନିଜେ ଆଟେଷ୍ଟଡ୍ କଲା ପରି ହିତାଧିକାରୀଙ୍କ ସ୍ୱଘୋଷିତ ତଥ୍ୟ ଉପରେ(ସେଲଫ୍ ସାର୍ଟିଫିକେସନ୍) ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ସବୁ ସାର୍ଟିଫିକେଟ୍ ପାଇବା ଲୋକଙ୍କ ଅଧିକାର ହୋଇଥିବାରୁ ସେଥିପାଇଁ ହିତାଧିକାରୀଙ୍କୁ ଦେୟ ପ୍ରଦାନରୁ ମୁକ୍ତ କରାଯାଇଛି ।
ମୋଟାମୋଟି ଭାବେ ଏଣିକି ସାର୍ଟିଫିକେଟ୍ ଖଣ୍ଡେ ପାଇଁ ଲୋକମାନେ ଆଉ ଜିଲ୍ଲାପାଳ କିମ୍ବା ତହସିଲ ଅଫିସ ଯିବାକୁ ପଡ଼ିବନି । ଯେ କୌଣସି ଜାଗାରୁ ସେଥିପାଇଁ ଆବେଦନ କରିପାରିବେ ।
ନୂଆ ବ୍ୟବସ୍ଥାରେ
. ଶିକ୍ଷାନୁଷ୍ଠାନରେ ନାମ ଲେଖା ପାଇଁ ହେଉ କି ଚାକିରି ପାଇଁ ହେଉ, ଆବେଦନକାରୀମାନେ ସେମାନଙ୍କ ଜାତି ଏବଂ ଘର ସମ୍ପର୍କରେ   ଆବେଦନପତ୍ରରେ କେବଳ ଉଲ୍ଲେଖ କରିବେ । ଯୋଗ୍ୟ ବିବେଚିତ ହେଲା ପରେ ଯାଇ ଯାଞ୍ଚ ବେଳେ ଏହି ସବୁ ସାର୍ଟିଫିକେଟ୍ ଦାଖଲ କରିବେ ।
. ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସିଏଲସି ପ୍ରଦାନ ବେଳେ ଜାତି(ଏସଟି/ଏସସି) ସାର୍ଟିଫିକେଟ୍ ପ୍ରଦାନ କରାଯିବ ।
. ଲାଇସେନସ୍ ପ୍ରଦାନ ପାଇଁ କୌଣସି ବିଭାଗ ସଲଭେନ୍ସୀ ସାର୍ଟିଫିକେଟ୍ ଦାବି କରିପାରିବେନି । ତା ବଦଳରେ ଆଇଟି ରିଟର୍ଣ୍ଣସ୍, ବ୍ୟାଙ୍କ ଗ୍ୟାରେଣ୍ଟି ଆଦି ମାଗିବେ ।
. ସରକାରୀ କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ତାଙ୍କ ପରିବାର ପ୍ରାପ୍ୟ ପାଇବା ପାଇଁ ଲିଗାଲ୍ ହେୟାର ବା ଉତ୍ତରାଧିକାରୀ ସାର୍ଟିଫିକେଟ୍ ର ଆବଶ୍ୟକତା ରହିବ ନାହିଁ । କର୍ମଚାରୀଙ୍କ ସର୍ଭିସ୍ ବୁକ୍ ର ଏଣ୍ଟ୍ରି ଅନୁଯାୟୀ ସେମାନଙ୍କ ଉତ୍ତରାଧିକାରୀମାନେ ସବୁପ୍ରକାର ସୁବିଧା ପାଇପାରିବେ ।
. କୌଣସି ସାର୍ଟିଫିକେଟ୍ ପାଇଁ ୟୁଜର୍ସ ଫି ଦେବାକୁ ପଡ଼ିବନି ।
ଆଗାମୀ ଦିନରେ ବିବାହ ପ୍ରମାଣପତ୍ର ସହ ଆହୁରି ଅନେକ ସାର୍ଟିଫିକେଟ୍ କ୍ଷେତ୍ରରେ ଏହି ସୁବିଧା ପ୍ରଦାନ କରିବାକୁ ଯୋଜନା କରାଯାଇଛି । ମୋବାଇଲ୍ ଆପ୍ ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ଦୈନନ୍ଦିନ ଜୀବନରେ ଅଧିକ ସହଜତା ଆଣିବା ଉପରେ ଗୁରୁତ୍ୱ ଦେଇଥିଲେ । ଏଥିପାଇଁ ସରକାରୀ ସେବାଗୁଡ଼ିକୁ ଲୋକଙ୍କ ନିକଟକୁ ନେବା ପାଇଁ ଉଦ୍ୟମ ଜାରି ରହିଥିବାରୁ ସାଧାରଣ ଜୀବନରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଥିଲେ ।
ଇ-ସାର୍ଟିଫିକେଟ୍ ଓ ମୋବାଇଲ୍ ପାଉତି ଆପ୍ ର ଉନ୍ମୋଚନ ଉତ୍ସବରେ ରାଜସ୍ୱମନ୍ତ୍ରୀ ସୁଦାମ ମାର୍ଣ୍ଡି, ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ୫-ଟି ସଚିବ ଭି.କେ.ପାଣ୍ଡିଆନ୍, ସିଏମଓ ଉପଦେଷ୍ଟା ଆର.ବାଲକ୍ରିଷ୍ଣନ୍, ପୁଲିସ ଡିଜି ଅଭୟ, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଏବଂ ଭିଡ଼ିଓ କନଫରେନ୍ସିଂରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ ।

ଲିଙ୍ଗରାଜ ମନ୍ଦିର ଭଜନ ମଣ୍ଡପ ପାଇଁ ୫ କୋଟି

ଶ୍ରୀ ଲିଙ୍ଗରାଜ ମନ୍ଦିର ଭଜନ ମଣ୍ଡପର ପୁନଃ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୫ କୋଟି ଟଙ୍କା ଘୋଷଣା କରିଛନ୍ତି । ଏହି ଅର୍ଥରେ ଲିଙ୍ଗରାଜ ଏଣ୍ଟ୍ରି ପ୍ଲାଜା ନିକଟରେ ନୂତନ ଭଜନ ମଣ୍ଡପ, ଲାଇବ୍ରେରୀ ଓ ଲିଙ୍ଗରାଜ ଗବେଷଣା ପ୍ରତିଷ୍ଠାନ ନିର୍ମାଣ କରାଯିବ । ଏହା ଉପରେ ଏକ ୱାଚ୍ ଟାୱାର ମଧ୍ୟ ନିର୍ମାଣ କରାଯିବ । ଏହି କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Previous Post

ସେକ୍ସ ଷ୍ଟୋରି ମୋହରେ ମିଡ଼ିଆ

Next Post

ଆଗେଇଲା ପୁରୀ ବିକାଶ ଯୋଜନା

Next Post
ଆଗେଇଲା ପୁରୀ ବିକାଶ ଯୋଜନା

ଆଗେଇଲା ପୁରୀ ବିକାଶ ଯୋଜନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA