Tuesday, May 26, 2026 02:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଜିଠୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍

by Our Correspondent
11 Nov, 2018- 01:26 PM
in Latest News, News
1 min read
0
ଆଜିଠୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍
ଭୁବନେଶ୍ୱର: ଆଜିଠାରୁ ଜନତା ମଇଦାନରେ ଆରମ୍ଭ ହେଉଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍-୨୦୧୮ । ଆଜି ସଂଧ୍ୟା ୬.୩୦ ମିନିଟ୍ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ୫ ଦିନ ଧରି ଏହା ଚାଲିବ । ଏହି ସମ୍ମିଳନୀରେ ଦେଶ ବିଦେଶରୁ ୮୦୦ ଶିଳ୍ପପତି ଏବଂ ୧୫୦ ବିଶେଷଜ୍ଞ ଯୋଗଦେବେ । କନକ୍ଲେଭ ଉଦଘାଟନର ଅବ୍ୟବହିତ ପୂର୍ବରୁ ଆଜି ସକାଳେ କୋଣାର୍କରେ କୋଷ୍ଟାଲ୍ ଫନ୍ ରନ୍, ଖଣ୍ଡଗିରି ଓ ଉଦୟଗିରିରେ ହେରିଟେଜ୍ ୱାକ୍ ଆଦି ଅନୁଷ୍ଠିତ ହୋଇଛି ।
ସୋମବାର ଦିନ ସକାଳ ୧୦.୩୦ରେ ପ୍ଲେନାରି ଅଧିବେସନ ଅନୁଷ୍ଠିତ ହେବ । ୧୨.୩୦ରୁ ୨ ଟା ଯାଏଁ ଅନୁଷ୍ଠିତ ହେବ ବିଜନେସ୍ ଲିଡରସିପ୍ ସମ୍ମିଳନୀ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀ ଷ୍ଟାର ବକ୍ତା ଭାବେ ଏଥିରେ ଉଦବୋଧନ ଦେବେ । ଗୌତମ ଅଡାନୀ, ଆନନ୍ଦ ମହିନ୍ଦ୍ରା, ଅନୀଲ୍ ଅଗ୍ରୱାଲ୍, ଏନ୍. ଚନ୍ଦ୍ରଶେଖରନ୍, କୁମାର ମଙ୍ଗଳମ୍ ବିର୍ଲା ଙ୍କ ସମେତ ଦେଶର ୨୫ ଜଣ ଖ୍ୟାତାନାମା ଶିଳ୍ପପତି ଏଥିରେ ଯୋଗଦେବେ ।
କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ବୟନ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ ଓ ପେଟ୍ରୋକେମିକାଲସ୍ ଆଦି ୧୫ ଟି କ୍ଷେତ୍ରରେ ନିବେଶ ପାଇଁ ନିବେଶକଙ୍କ ପାଇଁ ଆୟାଜିତ ହେବ କ୍ଷେତ୍ରୀୟ ଅଧିବେସନ । କନକ୍ଲେଭର ପାର୍ଟନର୍ ଥିବା ଜାପାନରୁ ଏକ ୨୦ ଜଣିଆ ପ୍ରତିନିଧିମଣ୍ଡଳୀ ସମ୍ମିଳନୀରେ ଯୋଗ ଦେଉଛନ୍ତି । ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତଙ୍କ ନେତୃତ୍ୱରେ ଏହି ପ୍ରତିନିଧିଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଧିବେସନର ଆୟୋଜନ କରାଯାଇଛି । ଶିଳ୍ପପତିଙ୍କୁ ଆକର୍ଷଣ କରି ଓଡ଼ିଶାରେ ପୁଞ୍ଜି ବିନିଯୋଗ କରିବାକୁ ରାଜ୍ୟ ସରକାର ଏହି ଉଦ୍ୟମ କରିଛନ୍ତି । ଏହି ନିବେଶକ ସମ୍ମିଳନରୁ ୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆଣିବାକୁ ଲକ୍ଷ୍ୟ ରଖାଯାଇଛି ।
୫ ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଜନତା ମଇଦାନ ଓ ଏହାର ଆଖାପାଖ ଅଞ୍ଚଳକୁ ପୁଲିସ ଛାଉଣି କରାଯିବା ସହ ସମଗ୍ର ଅଞ୍ଚଳକୁ ସିସିଟିଭି ନଜରରେ ରଖାଯାଇଛି । ୧୫ରୁ ଅଧିକ ପ୍ଲାଟୁନ୍ ପୁଲିସ ମୁତୟନ ହୋଇଛନ୍ତି । ପଡ଼ିଆ ଭିତରେ ଓ ବାହାରେ ଦୁଇଟି ସ୍ୱତନ୍ତ୍ର ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି । ସେହିଭଳି ଅତିଥିମାନଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେମାନେ ରହୁଥିବା ହୋଟେଲ୍ ଗୁଡ଼ିକୁ ପୁଲିସ ଜଗି ରହିବେ । ସୁରକ୍ଷା ବଳୟ ଭିତରେ ସେମାନଙ୍କୁ ହୋଟେଲରୁ କନକ୍ଲେଭ୍ ସ୍ଥଳକୁ ଅଣାଯିବ ।
Previous Post

ମେକ୍ ଇନ୍ ଓଡ଼ିଶା କନକ୍ଲେଭକୁ ବିରୋଧୀଙ୍କ ନା

Next Post

ପ୍ରମିଳା ମଲ୍ଲିକଙ୍କ ଜାଗାରେ ମିନତୀ ବେହେରା

Next Post
ପ୍ରମିଳା ମଲ୍ଲିକଙ୍କ ଜାଗାରେ ମିନତୀ ବେହେରା

ପ୍ରମିଳା ମଲ୍ଲିକଙ୍କ ଜାଗାରେ ମିନତୀ ବେହେରା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA