Tuesday, May 26, 2026 03:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମେକ୍ ଇନ୍ ଓଡ଼ିଶା କନକ୍ଲେଭକୁ ବିରୋଧୀଙ୍କ ନା

by Our Correspondent
10 Nov, 2018- 02:55 PM
in Latest News, News
1 min read
0
ମେକ୍ ଇନ୍ ଓଡ଼ିଶା କନକ୍ଲେଭକୁ ବିରୋଧୀଙ୍କ ନା
ଭୁବନେଶ୍ୱର: ଭୁବନେଶ୍ୱରରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ର ଦ୍ୱିତୀୟ ସଂସ୍କରଣ କାଲିଠାରୁ ଆରମ୍ଭ ହେଉଛି । ଦେଶ, ବିଦେଶର ନିବେଶକମାନଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରାଇ ଏଠାରେ ପୁଞ୍ଜି ଖଟାଇବାର ପ୍ରୟାସ କରିବେ ବୋଲି ରାଜ୍ୟ ସରକାର କହୁଛନ୍ତି । କନକ୍ଲେଭରେ ଯୋଗଦେବାକୁ ମୁକେଶ ଅମ୍ବାନୀ, କୁମାର ମଙ୍ଗଳମ୍ ବିର୍ଲା, ଏନ୍.ଚନ୍ଦ୍ରଶେଖରନ୍ ଙ୍କ ଭଳି ଶିଳ୍ପପତିମାନେ ଆସୁଛନ୍ତି । ଭାରତ ସମେତ ଜାପାନ, ଦକ୍ଷିଣ କୋରିଆ, ଫ୍ରାନ୍ସ, ଜର୍ମାନୀ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ପ୍ରଭୃତି ଦେଶରୁ ୮୦୦ ଶିଳ୍ପୋଦ୍ୟୋଗୀ ଓ ପ୍ରତିନିଧି ଏଥିରେ ଯୋଗଦେବେ । ଦେଢ଼ ଶହ ବିଶେଷଜ୍ଞ ବି ଯୋଗଦେବେ ।
କନକ୍ଲେଭ୍ କୁ ସଫଳ କରିବା ପାଇଁ ରାଜ୍ୟ ସରକାର ଲାଗିପଡ଼ିଥିବା ବେଳେ ବିରୋଧୀ ପକ୍ଷ ଏହାକୁ ନାକ ଟେକି ଦେଇଛନ୍ତି । ଏହା ପ୍ରଚାର ସର୍ବସ୍ୱ କହି ସମାଲୋଚନାର ପ୍ରତିଦ୍ୱନ୍ଦିତା ଆରମ୍ଭ କରିଛନ୍ତି । କନକ୍ଲେଭ୍ କୁ କେନ୍ଦ୍ରମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯାଇ ନ ଥିବାରୁ ଗତକାଲି ବିଜେପି ପ୍ରଭାରୀ ଅରୁଣ ସିଂ ନିଜର ରାଗ ଝାଡ଼ିଥିଲେ । ଆଜି ତାଙ୍କ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ କୁ ରାଜ୍ୟ ସରକାରଙ୍କ ଭେଳିକି ବୋଲି କୁହାଯାଇଛି । ଖାଲି ସେତିକି ନୁହେଁ, ବିଜେପି ପକ୍ଷରୁ ପାଖାପାଖି ସାଢ଼େ ତିନି ମିନିଟ୍ ର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଛଡ଼ାଯାଇଛି । ନବୀନ ସରକାରରେ ଓଡ଼ିଶାର ଛବିକୁ ସେଥିରେ ମଳିନ ଦର୍ଶାଯାଇଛି । ଅନ୍ୟପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ କୁ ସମାଲୋଚନା କରିଛନ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଏହା ଧୂଆଁବାଣ ବୋଲି ସେ କହିଛନ୍ତି ।
ସବୁଠାରୁ ରୋଚକ କଥାଟି ହେଉଛି, ବିଜେଡ଼ିର ୧୮ ବର୍ଷ ଶାସନକାଳରେ ସରକାରଠାରୁ ନିଜ ପରିବାରର ଶିଳ୍ପସାମ୍ରାଜ୍ୟ ପାଇଁ ସବୁପ୍ରକାର ଅନୁଗ୍ରହ ନେଇ ସମୃଦ୍ଧ ହୋଇଥିବା ଦଳର ପୂର୍ବତନ କ୍ଷମତାଶାଳୀ ସାଂସଦ ବୈଜୟନ୍ତ ପଣ୍ଡା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ବିରୋଧୀ କ୍ୟାମ୍ପେନ୍ କୁ ଜୋରଦାର କରିଛନ୍ତି । ଓଡ଼ିଶାର ଘରୋଇ ଶିଳ୍ପସଂସ୍ଥାକୁ ରାଜ୍ୟ ସରକାର ହତାଦର କରୁଛନ୍ତି ବୋଲି ତାଙ୍କ ଟିଭି ମାଧ୍ୟମରେ ସେ ଜୋରଦାର ପ୍ରଚାର କରୁଛନ୍ତି । ଓଡ଼ିଶାରେ ଶିଳ୍ପ ପାଇଁ ଅନୁକୂଳ ପରିବେଶ ନାହିଁ । ତେଣୁ ଏଠିକି କେହି ଆସନି ବୋଲି ବାର୍ତ୍ତା ଦିଆଯାଉଛି ।
Previous Post

ଆଇଆଇଟି ଖଡ଼ଗପୁରର ସ୍ପ୍ରିଙ୍ଗ୍ ଫେଷ୍ଟ୍ ଜାନୁଆରୀ ୨୫ରୁ

Next Post

ଆଜିଠୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍

Next Post
ଆଜିଠୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍

ଆଜିଠୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA