ଭୁୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟର ୨୮ ଜିଲ୍ଲାରୁ ୧୨୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୬୨ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆକ୍ରାନ୍ତଙ୍କ ସଂଖ୍ୟାରେ ଗଞ୍ଜାମ ଜିଲ୍ଲା ନିକଟତର ହୋଇଛି ଖୋର୍ଦ୍ଧା ଜିଲ୍ଲା । ଗଞ୍ଜାମରୁ ସର୍ବାଧିକ ୩୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି ୩୧୨ ଆକ୍ରାନ୍ତ ।
ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ୧୦୭ କୁ ବୃଦ୍ଧି ପାଇଛି । ୧୭ ହଜାର ୩୭୪ ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ଏବେ ଆକ୍ଟିଭ୍ ଆକ୍ରାନ୍ତ ଅଛନ୍ତି ୧୦ ହଜାର ୫୪୪ ।
ଅନ୍ୟପଟେ, ରାଜ୍ୟରେ ଆଉ ୭ ଜଣଙ୍କର ପ୍ରାଣ ନେଇଛି କରୋନା । ଗଞ୍ଜାମରୁ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରାୟଗଡ଼ାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱର(୫ ବର୍ଷର ଶିଶୁପୁତ୍ର) ଓ କଟକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୫୪ କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୮୫ ଜଣଙ୍କର ପ୍ରାଣ ଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୯ ଜଣ ପ୍ରାଣ ହରାଇଛନ୍ତି ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୧୧, ବାଲେଶ୍ୱର-୨୯, ବରଗଡ଼-୧୦, ଭଦ୍ରକ-୨, ବଲାଙ୍ଗୀର-୨୧, ବୌଦ୍ଧ-୨, କଟକ-୬୦, ଦେବଗଡ଼-୧, ଗଜପତି-୮୯, ଗଞ୍ଜାମ-୩୩୨, ଜଗତସିଂହପୁର-୪୭, ଯାଜପୁର-୨୦, ଝାରସୁଗୁଡ଼ା-୨, କଳାହାଣ୍ଡି-୮, କନ୍ଧମାଳ-୧୪, କେନ୍ଦ୍ରାପଡ଼ା-୧୪, କେଉଁଝର-୭୭, ଖୋର୍ଦ୍ଧା-୩୧୨, କୋରାପୁଟ-୭୩, ମାଲକାନଗିରି-୧୪, ମୟୁରଭଞ୍ଜ-୨୨, ନୟାଗଡ଼-୭, ନୂଆପଡ଼ା-୮, ପୁରୀ-୧୧, ରାୟଗଡ଼ା-୨୪, ସୋନପୁର-୨, ସୁନ୍ଦରଗଡ଼-୨ ।