ଭୁୁବନେଶ୍ୱର: ୨୯ଟି ଜିଲ୍ଲାରୁ ଆଉ ୧୪୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୪୫ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୩୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୧୮, ରାୟଗଡ଼ାରୁ ୧୯୭ ଏବଂ କଟକ ଜିଲ୍ଲାରୁ ୧୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪,୯୧୩ ରେ ପହଞ୍ଚିଛି । ୨୧,୨୭୪ ସୁସ୍ଥ ହୋଇସାରିଥିବାରୁ ଏବେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩, ୪୦୩ । କେବଳ ଗଞ୍ଜାମ ଜିଲ୍ଲାରୁ ୧୦,୯୯୨ ଆକ୍ରାନ୍ତ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ଆକ୍ରାନ୍ତ ହେଲେଣି ୪,୭୦୩ ।
ସେହିଭଳି ରାଜ୍ୟରୁ ଆଉ ୧୦ ଜଣଙ୍କର ମୁଣ୍ଡ ନେଇଛି କରୋନା । ଗଞ୍ଜାମରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଖୋର୍ଦ୍ଧା ଜିଲ୍ଲାରୁ ୩ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଯାଜପୁର, କଳାହାଣ୍ଡି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୯୭ କୁ ବୃଦ୍ଧି ପାଇଛି । ଗଞ୍ଜାମରେ ମୃତ୍ୟୁସଂଖ୍ୟା ୧୦୦ ଟପିଯାଇଛି । ଗଞ୍ଜାମରେ ୧୦୩ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଖୋର୍ଦ୍ଧାରୁ ୨୮ ଜଣଙ୍କର ମୃତ୍ୟୁ ହେଲାଣି । କରୋନାରେ ଆକ୍ରାନ୍ତ ହୋଇ ଅନ୍ୟ କାରଣରୁ ୩୯ ଜଣ ଆଖି ବୁଜିଲେଣି ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୯, ବାଲେଶ୍ୱର-୧୨, ବରଗଡ଼-୫, ଭଦ୍ରକ-୨୫, ବୌଦ୍ଧ-୫, କଟକ-୧୨୩, ଦେବଗଡ଼-୨, ଢ଼େଙ୍କାନାଳ-୧୩, ଗଜପତି-୯୧, ଗଞ୍ଜାମ-୩୨୦, ଜଗତସିଂହପୁର-୧୩, ଯାଜପୁର-୫୭, ଝାରସୁଗୁଡ଼ା-୬, କଳାହାଣ୍ଡି-୧୮, କନ୍ଧମାଳ-୪୪, କେନ୍ଦ୍ରାପଡ଼ା-୨୨, କେଉଁଝର-୨, ଖୋର୍ଦ୍ଧା-୨୧୮, କୋରାପୁଟ-୧୨, ମାଲକାନଗିରି-୨୪, ମୟୁରଭଞ୍ଜ-୧, ନବରଙ୍ଗପୁର-୨, ନୟାଗଡ଼-୮, ନୂଆପଡ଼ା-୭, ପୁରୀ-୬୫, ରାୟଗଡ଼ା-୧୯୭, ସମ୍ବଲପୁର-୫୧, ସୋନପୁର-୬, ସୁନ୍ଦରଗଡ଼-୭୬ ।