ଭୁୁବନେଶ୍ୱର: ଦ୍ୱିତୀୟ ଥର ପାଇଁ ରାଜ୍ୟରେ ଗୋଟିଏ ଦିନରେ ୧୫୦୦ ଅତିକ୍ରମ କରିଛି କରୋନା । ଆଜି ୨୮ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୫୦୩ ପଜିଟିଭ୍ । ଏହାପୂର୍ବରୁ ଗତ ୨୪ ତାରିଖରେ ସର୍ବାଧିକ ୧୫୯୪ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆଜି ଚିହ୍ନଟ ୧୫୦୩ ଆକ୍ରାନ୍ତଙ୍କ ମଧ୍ୟରୁ ୫୦୧ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୯୧, ଖୋର୍ଦ୍ଧା ଜିଲ୍ଲାରୁ ୨୨୩ ଏବଂ କଟକ ଜିଲ୍ଲାରୁ ୧୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ହଜାର ୮୯୨କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୬ ହଜାର ୭୯୩ ଜଣ ସୁସ୍ଥ ହୋଇଛନ୍ତି । ଏଷବ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୯୧୮ ।
ସେହିଭଳି ରାଜ୍ୟରେ ଆଉ ୭ ଜଣଙ୍କର ଜୀବନ ନେଇଛି କରୋନା । ଗଞ୍ଜାମରୁ ୩ ଜଣ ଏବଂ ଖୋର୍ଦ୍ଧା, କଟକ, ମାଲକାନଗିରି, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୪୭ କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ସର୍ବାଧିକ ୮୨ ଜଣ ଏବଂ ଖୋର୍ଦ୍ଧାରୁ ୧୮ ଜଣଙ୍କର ଜୀବନ ନେଲାଣି କରୋନା ।
ସେପଟେ ଦେଶରେ ଗତ ୨୪ ଘଣ୍ଟାରେ ଆକ୍ରାନ୍ତ ହୋଇଛନ୍ତି ୪୯ ହଜାର ୯୩୧ । ୭୦୮ ଜଣ ମୃତ୍ୟୁବରଣ କରିଛନ୍ତି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୩୫ ହଜାର ୪୫୩ ଏବଂ ମୃତ୍ୟୁସଂଖ୍ୟା ୩୨ ହଜାର ୭୭୧ କୁ ବୃଦ୍ଧି ପାଇଛି ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୧, ବାଲେଶ୍ୱର-୧୯, ବରଗଡ଼-୨୩, ଭଦ୍ରକ-୨୫, ବଲାଙ୍ଗୀର-୨୧, ବୌଦ୍ଧ-୧, କଟକ-୧୩୬, ଢ଼େଙ୍କାନାଳ-୩୨, ଗଜପତି-୭୩, ଗଞ୍ଜାମ-୪୯୧, ଜଗତସିଂହପୁର-୬, ଯାଜପୁର-୫୧, ଝାରସୁଗୁଡ଼ା-୧୦, କଳାହାଣ୍ଡି-୧୦, କନ୍ଧମାଳ-୭୩, କେନ୍ଦ୍ରାପଡ଼ା-୯, କେଉଁଝର-୪୩, ଖୋର୍ଦ୍ଧା-୨୨୩, କୋରାପୁଟ-୩୪, ମାଲକାନଗିରି-୩୪, ମୟୁରଭଞ୍ଜ-୨୮, ନବରଙ୍ଗପୁର-୨, ନୟାଗଡ଼-୮, ପୁରୀ-୪, ରାୟଗଡ଼ା-୬୮, ସମ୍ବଲପୁର-୧୭, ସୋନପୁର-୪, ସୁନ୍ଦରଗଡ଼-୫୭ ।