ଭୁବନେଶ୍ୱର: ଯାଜପୁରରେ ଆଉ ୪ ପଜିଟିଭ୍ ସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ରେ ପହଞ୍ଚିଛି । ଆଜି ଦିନରେ ଯାଜପୁରରୁ ୪, ଭଦ୍ରକରୁ ୨ ଏବଂ ସୁନ୍ଦରଗଡ଼ରୁ ୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ କୁ ବୃଦ୍ଧି ପାଇଛି ।
ଆଜି ସକାଳେ ପ୍ରଥମ ପଜିଟିଭ୍ ରିପୋର୍ଟ ଆସିଥିଲା ସୁନ୍ଦରଗଡ଼ ଜିଲ୍ଲାରୁ । ରାଉରକେଲାର ନାଳ ରୋଡ୍ ର ଏହି ଆକ୍ରାନ୍ତ ଜଣେ ମହିଳା ଏବଂ ତାଙ୍କର ବୟସ ୨୯ ବର୍ଷ । ପୂର୍ବ ଆକ୍ରାନ୍ତ ଙ୍କର ସେ ପଡୋଶୀ ବୋଲି ଜଣାପଡ଼ିଛି ।
ଯାଜପୁର ଓ ଭଦ୍ରକରୁ ଚିହ୍ନଟ ୬ ଆକ୍ରାନ୍ତ କୋଲକତା ଫେରନ୍ତା ଏବଂ ସମସ୍ତେ କ୍ୱାରେଣ୍ଟାଇନ୍ ରେ ଥିଲେ । ଯାଜପୁରର ନୂଆ ଆକ୍ରାନ୍ତମାନେ ପୁରୁଷ ଏବଂ ସେମାନଙ୍କର ବୟସ ଯଥାକ୍ରମେ ୪୮, ୫୫, ୬୦ ଏବଂ ୬୨ ବର୍ଷ । ଭଦ୍ରକର ଦୁଇ ଆକ୍ରାନ୍ତ ମଧ୍ୟ ପୁରୁଷ ଏବଂ ସେମାନଙ୍କର ବୟସ ୪୫ ଏବଂ ୫୫ ବର୍ଷ । ଯାଜପୁର ଜିଲ୍ଲାରୁ ଆଜି ଚିହ୍ନଟ ଏହି ୪ ଆକ୍ରାନ୍ତ ନୂଆ ଅଞ୍ଚଳର ହୋଇଥିବାରୁ ପ୍ରଶାସନର ଚିନ୍ତା ବଢ଼ାଇଛି । ଏବେ ଜିଲ୍ଲାର ହଟସ୍ପଟ୍ କଟିକଟା ସମେତ ୨୫ଟି ପଞ୍ଚାୟତର ୫୫ ଗାଁ କଣ୍ଟେନମେ ରେ ରହିଛି ।ଣ୍ଟ
ରାଜ୍ୟରେ ଏ ପର୍ଯ୍ୟନ୍ତ ଚିହ୍ନଟ ୧୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୬୦ ସୁସ୍ଥ ହୋଇଗଲେଣି । ଏବେ ଆକ୍ଟିଭ୍ କେସ୍ ସଂଖ୍ୟା ହେଉଛି ୧୦୮ ।