Wednesday, April 29, 2026 09:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆଦିବାସୀଙ୍କୁ ନେଇ ବିଜେପି-ବିଜେଡ଼ି ମୁହାଁମୁହିଁ

by Our Correspondent
25 Feb, 2019- 11:20 PM
in Latest News, News, Politics
1 min read
0
ଆଦିବାସୀଙ୍କୁ ନେଇ ବିଜେପି-ବିଜେଡ଼ି ମୁହାଁମୁହିଁ
ଭୁବନେଶ୍ୱର: ରାଜ୍ୟର ଆଦିବାସୀ ଜିଲ୍ଲାଗୁଡ଼ିକରେ ରାଜ୍ୟ ସରକାର ଆସନ୍ତାକାଲି ଆୟୋଜନ କରିଛନ୍ତି ‘ଓଡ଼ିଶା ଟ୍ରାଇବାଲ୍ କନକ୍ଲେଭ୍’ । ତେବେ ଆଗକୁ ନିର୍ବାଚନ ଥିବାରୁ ଏଥିରେ ରାଜନୀତିର ରଙ୍ଗ ବୋଳି ହୋଇଛି । ବିଜେଡ଼ି କାଳେ ଆଦିବାସୀଙ୍କ ଭୋଟ ପୋଛିନେବ ବିଜେପି ସେହି ଆଶଙ୍କାରେ ଶାସକ ଦଳକୁ ଆକ୍ରମଣ କରିଛି । ତେବେ ବିଜେଡ଼ି ଛାଡ଼ିନାହିଁ, ପାଲଟା ଆକ୍ରମଣ କରିଛି ।

ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାର ଶାସନ ବ୍ୟବସ୍ଥାକୁ ବିଜେଡ଼ି ନିଜର ପୈତୃକ ସମ୍ପତ୍ତି ବୋଲି ଭାବୁଛି ବୋଲି କହିଛନ୍ତି । ସେ କହିଛନ୍ତି, ସମ୍ବିଧାନର ଧାରା ୨୪୪ ଓ ଅନୁଚ୍ଛେଦ-୫ ରେ ରାଜ୍ୟପାଳଙ୍କୁ ମିଳିଥିବା କ୍ଷମତାକୁ ରାଜ୍ୟ ସରକାର ସଙ୍କୁଚିତ କରିଛନ୍ତି । ଗରିବଙ୍କ ଟିକସ ଅର୍ଥକୁ ଆତ୍ମସାତ କରି ନିଜର ରାଜନୈତିକ ସ୍ୱାର୍ଥ ଚରିତାର୍ଥ ଉଦ୍ଦେଶ୍ୟରେ ‘ସ୍ୱତନ୍ତ୍ର ବିକାଶ ପରିଷଦ’ ଗଠନ କରିଛନ୍ତି । ଏବେ ସେହି ବିକାଶ ପରିଷଦ ନାଁରେ ଓଡ଼ିଶା ଟ୍ରାଇବାଲ୍ କନକ୍ଲେଭ୍’ କରି ରାଜନୈତିକ ଫାଇଦା ନେବାକୁ ବିଜେଡ଼ି ଯୋଜନା କରିଥିବା ସେ ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ବିଜେଡ଼ି ଏହାର କଡ଼ା ଜବାବ ଦେଇଛି । ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଲେଲିନ୍ ମହାନ୍ତି ବିଜେପି ମୁଖପାତ୍ର ଶ୍ରୀ ଆଚାର୍ଯ୍ୟଙ୍କୁ କଡ଼ା ଭାଷା ଶୁଣାଇଛନ୍ତି । ଶ୍ରୀ ଆଚାର୍ଯ୍ୟ ରାଜନୀତିରେ ପ୍ରବେଶ କରିବା ଦିନଠୁ ବୋଧେ ଆଇନ ପଢ଼ିବା ଛାଡ଼ି ଦେଇଛନ୍ତି କିମ୍ବା ଆଇନ ପାଠ ଭୁଲିଯାଇଛନ୍ତି । ସେ ଅଭ୍ୟାସଗତ ଭାବେ ଅଶାଳୀନ ଓ ଅଶୋଭନୀୟ ବକ୍ତବ୍ୟ ଦେଇ ଆସୁଛନ୍ତି ଯାହା ତାଙ୍କ ଭଳି ଲୋକଠାରୁ କେବଳ ଆଶା କରାଯାଇପାରେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି ଦର୍ଶାଇଛନ୍ତି, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଏକ ସାମ୍ବିଧାନିକ ବିଧି ବ୍ୟବସ୍ଥା ନୁହେଁ । ଯେଉଁ ୯ଟି ଜିଲ୍ଲାରେ ଏହା ଗଠନ କରାଯାଇଛି, ତାହା କେବଳ ସେଠାକାର ବାସିନ୍ଦାଙ୍କ ସଂସ୍କୃତି ଏବଂ ପରମ୍ପରାକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ଉଦ୍ଦିଷ୍ଟ । ଏହା ଏକ ବିକାଶମୂଳକ ପଦକ୍ଷେପ ଏବଂ ଉନ୍ନୟନ ପରିଷଦର କୌଣସି ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ କ୍ଷୂର୍ଣ୍ଣ କରୁନାହିଁ । ସେହିଭଳି ଟ୍ରାଇବାଲ୍ ଆଡଭାଇଜରି କାଉନସିଲ୍(ଟିଏସି) ସମ୍ବିଧାନର ପଞ୍ଚମ ଅନୁଚ୍ଛେଦ ଦ୍ୱାରା ଏକ ସାମ୍ବିଧାନିକ ପଦବୀ । ବିଗତ ୧୯ ବର୍ଷ ମଧ୍ୟରେ ୧୭ ଥର ଏହି କାଉନସିଲ୍ ତାହାର ବୈଠକ କରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋହର ମାରିଥିଲେ ମଧ୍ୟ କେନ୍ଦ୍ର ସରକାର ତାହାକୁ ଗ୍ରହଣ କରିନାହାନ୍ତି । ଅନୁସୂଚିତ ଜନଜାତିଙ୍କ ପ୍ରତି ଏହା କୁଠାରାଘାତ ସଦୃଶ । ଟିଏସି ସହିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ତୁଳନା କରି ବିଜେପିର ଷଡ଼ଯନ୍ତ୍ର ସଫଳ ହେବ ନାହିଁ ।
ଜଙ୍ଗଲ ଜମି ଅଧିକାର ଆଇନ ବଳରେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଅନୁସୂଚିତ ଜନଜାତିମାନଙ୍କୁ ଜଙ୍ଗଲ ଜମି ଅଧିକାର ପ୍ରଦାନ କରିଛନ୍ତି ଏବଂ ଭାରତବର୍ଷରେ ସୁନାମ ଅର୍ଜନ କରିଛନ୍ତି । ଅନୁସୂଚିତ ଜନଜାତିଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାରୁ ବିଜେପି ଶିକ୍ଷା ଲାଭ କରୁ ବୋଲି ଶ୍ରୀ ଲେଲିନ୍ ପରାମର୍ଶ ଦେଇଛନ୍ତି ।
ବିଜେଡ଼ିର ଏହି ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ରଂଜନ ମଙ୍ଗରାଜ ଓ ମୁଖପାତ୍ର ଡ. ସସ୍ମିତ୍ ପାତ୍ର ଉପସ୍ଥିତ ଥିଲେ ।
Previous Post

ନବୀନଙ୍କ ୩୩% ମହିଳା ସଂରକ୍ଷଣ ଉଦ୍ୟମକୁ ଜାତିସଂଘର ପ୍ରଶଂସା

Next Post

ପାକିସ୍ଥାନ ଉପରେ ବିମାନ ଆକ୍ରମଣ: ୨୦୦ ଜୈସ୍ ଆତଙ୍କବାଦୀ ନିପାତ, ଶିବିର ଧ୍ୱଂସ

Next Post
ପାକିସ୍ଥାନ ଉପରେ ବିମାନ ଆକ୍ରମଣ: ୨୦୦ ଜୈସ୍ ଆତଙ୍କବାଦୀ ନିପାତ, ଶିବିର ଧ୍ୱଂସ

ପାକିସ୍ଥାନ ଉପରେ ବିମାନ ଆକ୍ରମଣ: ୨୦୦ ଜୈସ୍ ଆତଙ୍କବାଦୀ ନିପାତ, ଶିବିର ଧ୍ୱଂସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA