Tuesday, May 26, 2026 06:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଦିବାସୀ ମେଳା ଉଦଘାଟିତ

by Our Correspondent
26 Jan, 2020- 10:07 PM
in Latest News, News
1 min read
0
ଆଦିବାସୀ ମେଳା ଉଦଘାଟିତ
ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍-୩ ସ୍ଥିତ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ୧୫ ଦିନିଆ ଆଦିବାସୀ ମେଳା । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଳାକୁ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଜନଜାତିମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନ ଜୀବିକାର ଉନ୍ନତିକୁ ରାଜ୍ୟ ସରକାରଙ୍କ ଫୋକସ୍ ଅଞ୍ଚଳ ଦର୍ଶାଇ ଏ ଦିଗରେ ଉଦ୍ୟମ ଜାରି ରହିଛି ଓ ରହିବ ବୋଲି କହିଥିଲେ ।
ଚଳିତ ବର୍ଷ ଆଦିବାସୀ ମେଳାରେ ମୋଟ ୨୬୨ ଟି ଷ୍ଟଲ୍ ନିର୍ମାଣ କରାଯାଇଛି । ମେଳା ପରିସରକୁ ମୁଖ୍ୟତଃ ୮ଟି ବିଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା- ଆଦିବାସୀ ଗ୍ରାମ, ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରଭାଗ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ସରକାରୀ ପ୍ରଭାଗ, ଆଦିବାସୀ ଖାଦ୍ୟ ବଜାର, ଆଦିବାସୀ ନୃତ୍ୟ ପ୍ରାଙ୍ଗଣ ଓ କଳାଗ୍ରାମ । ଆଦିବାସୀ ଗ୍ରାମରେ ୨୧ଟି ଆଇଟିଡିଏ ଓ ୩ଟି ମାଇକ୍ରୋ ପ୍ରକଳ୍ପ ଦ୍ୱାରା ନିର୍ମିତ ବିଭିନ୍ନ ଜନଜାତିଙ୍କର ୨୪ଟି ପାରମ୍ପରିକ ଗୃହ ସହିତ ଗୃହ ଉପକରଣ, ଚଳଣି ଓ ପରମ୍ପରାର ଝଲକ ପ୍ରଦର୍ଶିତ ହେବ ।
ଆଦିବାସୀ ହାଟରେ ବିଭିନ୍ନ ଆଦିବାସୀ ଓ ଜଙ୍ଗଲ ଜାତ ସାମଗ୍ରୀର ବିକ୍ରିବଟାର ବ୍ୟବସ୍ଥା ହୋଇଛି । ଏଠାରେ ୩୩ଟି ପିଣ୍ଡି କରାଯାଇଛି । ଆଇଟିଡିଏ ଓ ମାଇକ୍ରୋ ପ୍ରକଳ୍ପ ଅଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଓ ଉତ୍ପାଦିତ ସାମଗ୍ରୀ ବିକ୍ରି କରିବେ । ଏହାଛଡ଼ା ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରଭାଗରେ ୩୯ଟି ଷ୍ଟଲ୍ ସ୍ଥାପିତ ହୋଇଛି । ଏଠାରେ ସେମାନଙ୍କ ଉତ୍ପାଦିତ ଓ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରାଯିବ ।
ଟିଡିସିସି, ଟ୍ରାଇଫେଡ୍, ମିଶନ ଶକ୍ତି ଭଳି ବିଭିନ୍ନ ସରକାରୀ ଅନୁଷ୍ଠାନ ସେମାନଙ୍କ ସହାୟତାରେ ପ୍ରସ୍ତୁତ ସାମଗ୍ରୀ ଓ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରୟ ପାଇଁ ସରକାରୀ ପ୍ରଭାଗରେ ୭୩ଟି ସୁଦୃଶ୍ୟ ଷ୍ଟଲ୍ ନିର୍ମାଣ କରାଯାଇଛି । ଆଦିବାସୀ ଚିତ୍ରକଳା ଓ କଳାସାମଗ୍ରୀ, ହସ୍ତଶିଳ୍ପ ସାମଗ୍ରୀର ବିକ୍ରୟ ପାଇଁ ସ୍ୱତନ୍ତ୍ର ୪୨ଟି ଷ୍ଟଲ୍ ନିର୍ମାଣ କରାଯାଇଛି । ଆଦିବାସୀ କାରିଗରମାନେ ତାଙ୍କ କଳା ପ୍ରସ୍ତୁତି ପ୍ରଦର୍ଶନ ପାଇଁ କଳା ଗ୍ରାମରେ ୨୭ଟି ଷ୍ଟଲ୍ କରାଯାଇଛି । ୨୪ଟି ଆଦିବାସୀ ଖାଦ୍ୟ ଷ୍ଟଲ୍ ରେ ଆଦିବାସୀଙ୍କ ଦ୍ୱାରା ପ୍ରସ୍ତୁତ ମୁଢ଼ି ମାଂସ, ପାଳୁଅ ଖିରି, ମାଣ୍ଡିଆ ଜାଉ, ମାଣ୍ଡିଆ ପିଠା, ହର୍ବାଲ୍ ଜୁସ୍ ମିଳିପାରିବ ।
‘ଆଦିବାସୀ ମେଳା ୨୦୨୦’ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଦୁଇଟି ପୁସ୍ତିିକା ‘ଆଦିବାସୀ ଓ ‘ବନଜା’ ଉନ୍ମୋଚନ କରିବା ସହ ଜନଜାତି ବର୍ଗର ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା, ଦୁଇ ଉପଦେଷ୍ଟା ସୁଜିତ୍ କୁମାର ଓ ମୁନା ଖାଁ, ପ୍ରମୁଖ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା, ଅନୁସୂଚିତ ଜନଜାତି ବିଭାଗର ନିଦେ୍ର୍ଦଶକ ଏସ.ଆର.ଯାଦବ ଏବଂ ଅଖିଳ ବିହାରୀ ଓତା ପ୍ରମୁଖ ଉପସ୍ଥିତ ଥିଲେ ।
ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ମେଳା ଚାଲିବ ।
Previous Post

ବିଜୟ ଶର୍ମାଙ୍କ ଫାୟାର୍ ଡକ୍ୟୁମେଣ୍ଟ ଛାନଭିନ୍

Next Post

ଏକାମ୍ର ଥଇଥାନ ପ୍ୟାକେଜ୍ ଘୋଷଣା

Next Post
ଏକାମ୍ର ଥଇଥାନ ପ୍ୟାକେଜ୍ ଘୋଷଣା

ଏକାମ୍ର ଥଇଥାନ ପ୍ୟାକେଜ୍ ଘୋଷଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA